//BREAKING//
Loading...

ବାବନପୁରୁ ଭୁତତୋଟ ରେ କୋର୍ଟ ନିର୍ମାଣ କାହାରି ସ୍ୱାରଥରେ



ଆଜି ଆସିକା ଓକିଲ ସଂଘର ସଭାପତି ରବୀଦ୍ର ନାଥ ଶର୍ମା ଙ୍କ ସଭାପତ୍ଵରେ ସଭାକାର୍ଯ୍ୟ ଅନୁଷ୍ଠାନ ହୋଇଥିଲା।

ଗତ ୧ /୬ ରେ ଓଡିଶା ହାଇକୋର୍ଟ ର ମାନ୍ୟବର ବିଚାରପତି କୋର୍ଟ ନୁତନକୋଠା ନିର୍ମାଣ କମିଟି ଗଞ୍ଜାମ ଜିଲ୍ଲା ଦାୟିତ୍ବରେ ଥିବା ପ୍ରାସାସନିକ ବିଚାର ବିଭାଗୀୟ ବିଚାରପତି ଗ୍ରସ୍ତ ସମୟରେ ଆସିକା ସ୍ଥିତ ବାବନପୁର କାଙ୍କରା ଖାଲ ଭୁତତୋଟ କୁ ପ୍ରସାସନିକ ଅଧିକାରୀ ଙ୍କ ଦ୍ୱାରା ପରିଦର୍ଶନ କରିଥିଲେ।ଏହି ପରିପେଖିରେ ଆସିକା ଓକିଲ ସଂଘର ଦ୍ୱାରା ପୂର୍ବ ନିର୍ଦ୍ଧାରଣ ପ୍ରକାରେ ପ୍ରସ୍ତାବିତ ସୁନାମ୍ବ ମଉଜା ତାଲୁକା ଛକ ନିକଟରେ ସାଢେଚାରି ଏକର ନିରିବିବାଦୀୟ ଜମି କୁ ପରିଦର୍ଶନ ନ କରି ଫେରିଯିବା ଓକିଲ ସଙ୍ଘକୁ ମରମ୍ମାହତ ହୋଇଛି।
ପ୍ରକାଶ ଥାଉକି ଯେ ଓକିଲ ସଂଘ ଦ୍ୱାରା ପ୍ରସ୍ତାବିତ ଜାଗା ସର୍ବସାଧାରଣଙ୍କ ସୁବିଧା ପାଇବା ସହ ଏହି ସ୍ତାନରେ ତହସିଲି କାର୍ଯ୍ୟଳୟ, ବ୍ଳକ, ବ୍ୟାଙ୍କ, ପୋଲିସି ଷ୍ଟେସନ, ଲିପିଟି ଇରିକେସନ, ଟ୍ରଜେରି, ଏବଂ ସମବାୟ କାର୍ଯ୍ୟାଳୟ ସହ ବିଚାରବିଭାଗୀୟ ବିଚାରପତି ମାନଙ୍କ ବାସଗୃହ ରହିଅଛି। ଗମନାଗମନ ଦୃଷ୍ଟିକୋଣରୁ ତାଲୁକା ଛକକୁ ଭଞ୍ଜନଗର ଏବଂ ଗୋପାଳ ପୁର ଜାତୀୟ ରାଜପଥ ଠାରୁ 500 ମିଟର ରହିଛି। ପ୍ରସ୍ତାବିତ ଜମି ହେଲେ ସାଧାରଣ ଲୋକଙ୍କ ପାଇଁ ଏହି ଏକାସ୍ଥାନ ରେ ପୋଲିସି ଷ୍ଟେସନ, ତହସିଲି କାର୍ଯ୍ୟାଳୟ ଓ ବ୍ଳକ ର ସମସ୍ତ ସୁବିଧା ହାତ ପାନ୍ତାରେ ପାଇଥାନ୍ତେ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଏହି ଦ୍ରୃଷ୍ଟି କୋଣରୁ ଆମର ନ୍ୟାୟିକ ବ୍ୟବସ୍ଥା ଆବଶ୍ୟକ କରେ । ଅସିକା ଓକିଲ ସଂଘ ଦ୍ୱାରା ପ୍ରସ୍ତାବିତ ସମସ୍ତ ଦ୍ରୃଷ୍ଟି କୋଣରୁ ସ୍ତାନକୁ ଛାଡି ଏକ ଅନୁପଜୁକ୍ତ (ବାବନପୁରୁ ଭୁତତୋଟା କାଙ୍କରା ଖାଲ)ସ୍ତାନକୁ ଜିଲ୍ଲାପାଳ ମୋହୋଦୟ ମାନ୍ୟବର ବିଚାରପତି ମାନଙ୍କୁ ଜାଗା ଦେଖାଇ ସୁପାରିଶ କରିବା କାହାରି ସ୍ୱାରଥରେ ଏହି ପ୍ରସନ୍ନ ସମସ୍ତ ସର୍ବସାଧାରଣ ମନରେ ପ୍ରଶ୍ନବାଚୀ ସ୍ରୃଷ୍ଟିକରିଛି ।
ପ୍ରାସାସନିକ ଉପୋରୋକ୍ତ ଅନୁଚିତ ପଦକ୍ଷେପ ତଦନ୍ତ ସାପେକ୍ଷ ଅଟେ । ପୁଣି ଆସିକା ତାଲୁକା ରେ ଜାତୀୟ ରାଜପଥର ପାଶ୍ୱରେ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ବହୁ ସ୍ତାନ ଥିଲେ ମଧ୍ୟ୍ୟ ପ୍ରସାସନ ସେଗୁଡିକୁ ମାନ୍ୟବର ହାଇକୋର୍ଟ ଙ୍କ ଦ୍ଦୃଷ୍ଟିକୁ ଆଣୁ ନାହାନ୍ତି ତାହା ମଧ୍ୟତଦନ୍ତ ସାପେକ୍ଷ ହେଉ ବୋଲି ଓକିଲ ସଙ୍ଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe