ଖନ୍ତାପଡ଼ା : ପଣପଣା ଓଭରବ୍ରିଜ଼ ନିକଟରେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଙ୍କୁ କେହି ଅବିବେକି ଗାଡି ଚଢେଇ ଦେବା ଫଳରେ ଗୋଡ଼ ର ଭ୍ୟାନ କଟି ଯାଇ ପ୍ରବଳ ରକ୍ତ ଝରୁଥିବାର ଦେଖି ସ୍ଥାନୀୟ ଜଣେ ବାସିନ୍ଦା ଖନ୍ତାପଡ଼ା ଅଂଚଳ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୂର୍ଯ୍ୟାଂଶୁ ଫାଉଣ୍ଡେସନ ଙ୍କୁ ଜଣେଇଥିଲେ ! ଖବର ପାଇ ସୂର୍ଯ୍ୟାଂଶୁ ଫାଉଣ୍ଡେସନ ର କର୍ମକର୍ତା ବୃନ୍ଦ ସଙ୍ଗେ ସଙ୍ଗେ ପହଞ୍ଚି ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଖନ୍ତାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ କିନ୍ତୁ ଅଧିକ ରକ୍ତ ପ୍ରବାହ ଯୋଗୁଁ ଖନ୍ତାପଡ଼ା ଡାକ୍ତର ତୁରନ୍ତ ତାଙ୍କୁ ବାଲେଶ୍ଵର ରେଫର କରିଥିଲେ ସୂର୍ଯ୍ୟାଂଶୁ ଫାଉଣ୍ଡେସନ ର କର୍ମକର୍ତା ମାନେ 108 ଆମ୍ବୁଲାନ୍ସ ରେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଙ୍କୁ ନେଇ ଉତ୍ତମ ଚିକିତ୍ସା ନିମନ୍ତେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ !
ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଙ୍କୁ କେହି ଅବିବେକି ଗାଡି ଚଢେଇ ଦେବା ଫଳରେ ଗୋଡ଼ ର ଭ୍ୟାନ କଟି ଯାଇ ପ୍ରବଳ ରକ୍ତ
By: SANGHARSA TV
0