ଧରାକୋଟ,28/6/23
ପୂର୍ବ ପରମ୍ପରା ଅନୁଯାୟୀ ବୁଧବାର ଦିନ ତିନି ଠାକୁରଙ୍କୁ ଆଡ଼ପ ମଣ୍ଡପ ରୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ ପୁରୋହିତ କୈଳାସ ଚନ୍ଦ୍ର ମିଶ୍ର ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡି ରେ ଆଣି ରଥାରୁଢ଼ କରାଇଥିଲେ । ଆଜି ପବିତ୍ର ଏକାଦଶୀ ତିଥିରେ ରଥଯାତ୍ରା ଅନୁଷ୍ଠିତ ହେବ । ରାଜା ସୁଲକ୍ଷଣା ଗୀତାଞ୍ଜଳି ନିଜର ମନ୍ତ୍ରୀ ଓ ପରିଷଦ ବର୍ଗଙ୍କ ସହ ତାମଜିନ ରେ ଆସି ରଥଯାତ୍ରା ର ଶୁଭାରମ୍ଭ କରିବେ । ପୁରୀ ଠାରୁ ଆରମ୍ଭ କରି ରାଜ୍ୟର ପୁରପଲ୍ଲୀ ରେ ସବୁଠି ବାହୁଡ଼ା ତିଥିରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଧରାକୋଟ ରେ ଏକାଦଶୀ ଅର୍ଥାତ ଆଜି ଗୁରୁବାର ଦିନ ରଥଯାତ୍ରା ଅନୁଷ୍ଠିତ ହେବ । ଶୃଙ୍ଖଳିତ ଭାବେ ଯାତ୍ରା ସମାପନ ପାଇ ବି ଡି ଓ ଡେନିସ ବେହେରା, ତହସିଲଦାର କବିରାଜ ପ୍ରଧାନ, ଥାନା ଅଧିକାରୀ ମମତା ସାମନ୍ତରାୟ, ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର mvk ଅଶୋକ, ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।