//BREAKING//
Loading...

ଅଶୁଂଘାତରେ ଜଣେ ବୃଦ୍ଧ ମୃତ ।

ଆସିିକା,୧୧/୬- ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ଦାଶନାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳ ୯ଘଟଂ ସମୟରେ ଦାଶନାପଲ୍ଲୀ ଗ୍ରାମର ଇନ୍ଦ୍ର ଗୈାଡ(୬୩ ) ଅଂଶୁଘାତରେ ମୃତ ହୋଇଥିବା ଜଣାଯାଇଛି । ମୃତ ଇନ୍ଦ୍ର ଗୈାଡ ତାଙ୍କର ଗାଇ ଧରି ଗଡ ଗଡିଆ ପାହାଡ ନିକଟ ବଣପାଲି ନାଳ ପାଖକୁ ଚରାଇବାକୁ ଯାଇଥିଲେ । ପ୍ରତିଦନ ଭଳି ମୃତ ଇନ୍ଦ୍ର ଗୈାଡର ସ୍ତ୍ରୀ ମଧ୍ୟାହ୍ନ ଭୋଜନ ଧରି ତାଙ୍କୁ ପାଖକୁ ଯାଇ ଦେଖିଲା ବେଳକୁ ସେ ଅଚେତ ଅବସ୍ଥାରେ ପଡି ରହିଥିଲେ । ଏହାପରେ ପରିବାର ଲୋକ ଏବଂ ଗ୍ରାମ ଲୋକଙ୍କ ଘଟଣା ସ୍ଥଳରେ ପହଁଚି ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏନେଇ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଆସିକା ପୋଲିସ ମେଡିକାଲ ଠାରେ ପହଁଚି ମୃତ ଶବକୁ ଜବତ କରି ତଦନ୍ତ କାର୍ଯ୍ୟ ଆରମ୍ଭ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ଆସିକା ମେଡିକାଲ ଠାରେ ଶବ ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଏନେଇ ଆସିକା କୋଟିନଡା ପୋଲିସ ପକ୍ଷରୁ ଥାନା କେସ ନମ୍ବର-୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe