//BREAKING//
Loading...

ହରି ଓ ରାମ ନାମରେ ବିଭୋର ଭାଗବତ ପ୍ରେମୀ


 ଭୁବନେଶ୍ୱରରେ ସଂକୀର୍ତ୍ତନ ସମାରୋହ ଓ ଗୀତା ବଣ୍ଟନ ଉତ୍ସବ 
ଭୁବନେଶ୍ୱର ତା 11ରିଖ l ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗ ଠାରେ ବିଶାଳ ନାମ ସଂକୀର୍ତନ ଓ ଗୀତା ବଣ୍ଟନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସକାଳ 8 ଟାରୁ ପ୍ରାୟ 50 ରୁ ଉର୍ଦ୍ଧ ସଂକୀର୍ତନ ମଣ୍ଡଳୀର 800 ରୁ ଉର୍ଦ୍ଧ ସଂକୀର୍ତନ ଗାୟକ ଜୟଦେବ ଭବନଠାରୁ ସମାରୋହ ସ୍ଥଳ ପର୍ଯ୍ୟନ୍ତ ଖୋଳ, ମୃଦଙ୍ଗ, ଝାଞ୍ଜ, ଗିନି,ଘଣ୍ଟ ଘଣ୍ଟା ର ତାଳରେ ନୃତ୍ୟ କରି ରାଧା କୃଷ୍ଣ ବେଶରେ ସଜ୍ଜିତ କୁନି କୁନି ପିଲାଙ୍କ ସହିତ ସଂକୀର୍ତନ ଶୋଭାଯାତ୍ରା କରି ଆସିଥିଲେ l ଆଜିର ସମାରୋହରେ ଉପଦେଷ୍ଟା ବାସୁଦେବ ଭଟ୍ଟଙ୍କ ପୌରାହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ କାର୍ଯ୍ୟକ୍ରମରେ ମହାମାନ୍ୟ ଅତିଥି ରୂପେ ଯୋଗ ଦେଇ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜକୁ ଧନ୍ୟ ମନେ କରିବା ସହିତ ସଂକୀର୍ତନ ଗାୟକ ମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବାକୁ ପ୍ରତିଶୃତି ଦେଇଥିଲେ l ସଂକୀର୍ତନ କଳାକାର ମାନଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ, ବୀମା କରଣ, ବାସଗୃହ ଯୋଗାଣ, ତାଙ୍କ ପିଲାମାନଙ୍କୁ ମାଗଣା ରେ ଗୁଣାତ୍ମକ ଓ ଉଚ୍ଚ ଶିକ୍ଷା ପ୍ରଦାନ, ମାଗଣା ଚିକିତ୍ସା ପ୍ରଦାନ,କଳାକାରଙ୍କ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ ଆଦି ଦାବୀ ପୂରଣ ପାଇଁ ବିଶେଷ ଧ୍ୟାନ ଦେବେ ବୋଲି କାର୍ଯ୍ୟକ୍ରମରେ ମହାମାନ୍ୟ ଅତିଥି ରୂପେ ମେୟର ସୁଲୋଚନା ଦାସ ଯୋଗ ଦେଇ କହିବ ସହିତ "ମା " ମାନେ , ଅଧିକ ଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଓଡିଶା ଶିକ୍ଷା ବିକାଶ ସଂସ୍ଥାନର ସଭାପତି ଶ୍ରୀ ଯୁକ୍ତ କରୁଣାକର ପ୍ରଧାନ, ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଉପଦେଷ୍ଟା ଶ୍ରୀ ଯୁକ୍ତ ଦୁର୍ଗା ପ୍ରସାଦ ସାମନ୍ତରାୟ,ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପlତ୍ର,ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ପ୍ରସନ୍ନ ବିଷୋୟୀ,ଜାତୀୟ ମାନବାଧିକାର କମିଶନ ସଦସ୍ୟ ମନୋଜ ଜେନା, ପ୍ରଶାନ୍ତ ହରିଚନ୍ଦନ,ସଭାପତି ପ୍ରସନ୍ନ ବଡ଼ଜେନା,ସମ୍ପାଦକ ସୁଦର୍ଶନ ଚମ୍ପତି, ସଂଯୋଜକ ଅନାଦି ପlତ୍ର, ଭୁବନେଶ୍ୱର ସଭାପତି ଅକ୍ଷୟ ରାଉତ,କାଶୀନାଥ ଜେନା,ଲକ୍ଷ୍ମୀଧର ବେହେରା, ପ୍ରବଚକ ପ୍ରଦୀପ୍ତ ମିଶ୍ର, ଗୀତା ମିଳନ ର ରଘୁନାଥ ପଢିବା ଆଦି ବକ୍ତବ୍ୟ ପ୍ରଦାନ କରିଥିଲେ l ସମାରୋହରେ ଗୀତାର ମାହାତ୍ମ୍ୟ ସମ୍ପର୍କ ରେ ବିଶାରଦ ମାନେ ବିଷଦ ଭାବେ ଆଲୋଚନା କରିଥିଲେ l ସମସ୍ତ ସଂକୀର୍ତନ ଗାୟକ ମାନଙ୍କୁ ଉପଢୌକନ, ସାର୍ଟିଫିକେଟ ଓ ଭାଗବତ ଗୀତା ପ୍ରଦାନ କରାଯାଇଥିଲା l ପୂର୍ବରୁ ବେଗୁନିଆ, ବାଲିପାଟଣା ରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇସାରିଛି l ଆଗାମୀ ଦିନରେ , ଟାଙ୍ଗୀ, ଜଟଣୀ, ବାଣପୁର ଓ ଖୋର୍ଦ୍ଧା ରେ ଏଭଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ବୋଲି ଆଜିର ସମାରୋହ ରେ ଘୋଷଣା କରାଯାଇଛି l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe