.....................................
ଧରାକୋଟ,19/6/23
ପାରମ୍ପରିକ ରୀତିନୀତି ଅନୁଯାୟୀ ଚଉଦ ଦିନର ଅନବସର ପରେ ଆଜି ତିନି ଠାକୁର ବଳଭଦ୍ର,ଜଗନ୍ନାଥ ଓ ସୁଭଦ୍ରାଙ୍କ ନେତ୍ର ଉତ୍ସବ ବା ନବ ଯୌବନ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ସମେତ ରାଜ ପୁରୋହିତ କୈଳାସ ଚନ୍ଦ୍ର ମିଶ୍ର,ତ୍ରିନାଥ ବଡ଼ପଣ୍ଡା ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଦେବ ଚିତ୍ରକାର ସୁରେନ୍ଦ୍ର ମହାପାତ୍ର ତିନି ଠାକୁରଙ୍କୁ ନେତ୍ର ଦାନ କରିଥିଲେ । ଏହା ପରେ ତିନି ଠାକୁରଙ୍କୁ ପଞ୍ଚାମୃତ ଦ୍ଵାର ମହାସ୍ନାନ ପରେ ମାଘ ସ୍ନାନ ଓ ପ୍ରଥମ ଧୂପ ପ୍ରଦାନ କରାଯାଇଥିଲା। ଏହା ପରେ ବିଧି ଅନୁସାରେ ରଥକୁ ଆଜ୍ଞା ମାଳ ପ୍ରଦାନ କରାଯାଇ ଦ୍ଵିତୀୟ ଧୂପ ଅର୍ପଣ କରାଯାଇଥିଲା । ଅପରାହ୍ନରେ ପହଡ଼ ଖୋଲାଯିବା ପରେ ସନ୍ଧ୍ୟା ଆଳତି, ଅର୍ଣ୍ଣ ଭୋଗ ଓ ଧୂପ ଦୀପ ପ୍ରଦାନ କରାଯାଇଥିଲା। ପରେ ଚନ୍ଦନଲାଗି, ବଡ ସିଂହାର ଓ ସେନାଲାଗି କରଯାଇଥିଲା। ମଙ୍ଗଳବାର ପ୍ରତ୍ୟୁଷରୁ ରଥ ପ୍ରତିଷ୍ଠା, ଧ୍ଵଜା ଅବତରଣ, ଗରୁଡ଼ ବିଜେ ପରେ ଟିନି ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯିବ । ଏହା ପରେ ପୂର୍ବ ପରମ୍ପରା ଅନୁଯାୟୀ ବୁଧବାର ଦିନ ଗୋଟିଏ ଦିନ ବିଳମ୍ବରେ ରଥ ଟଣାଯିବାର କାର୍ଯ୍ୟକ୍ରମ ରହିଥିବା ମନ୍ଦିର ଗୁମସ୍ତା କାଳିଆ ବେହେରା ଙ୍କ ଠାରୁ ଜଣାଯାଇଛି।