ଆସିକା୧୮/୦୬ରାଞ୍ଚୀ-ବିଜୟଓ୍ବାଡା ଜାତିୟ ରାଜପଥ ୫୯( ଆସିକା ଋଷିକୂଲ୍ୟା ସେତୁ) ଖାଲ ଖମାପାଇଁ ପ୍ରତିଦିନ ଦୁର୍ଘଟଣାରେ ଶିକାର। ୧୯୯୦ ପ୍ରଳୟଙ୍କରି ବନ୍ୟାରେ ଆସିକା ଋଷିକୂଲ୍ୟା ସେତୁ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିଲା। ଏହି ସେତୁ ୧୯୯୬ ମସିହାରେ ନିର୍ମାଣ ହୋଇଥିଲା। ଏହି ପୋଲ ନିର୍ମାଣ ୨୭ ବର୍ଷ ଅତିକ୍ରମକରିଛି l ୧୯୯୬ମସିହାରେ ଏହି ପୋଲ ପୂର୍ତ୍ତବିଭାଗ ରାଜ୍ୟ ରାଜପଥ ୦୭ ରେ ରହିଥିଲା l ବର୍ତ୍ତମାନ ଜାତୀୟ ରାଜପଥ ହେବାଦିନ ଠାରୁ ଶହ ଶହ ଭାରି ଜାନ ଯାତାୟାତ କରୁଛି l ଯାହାଫଳରେ ପୋଲଟି ଖାଲ ଖମା ହୋଇଯାଉଛି l ନାମକୁ ମାତ୍ର ଜାତୀୟ ରାଜପଥ ବିଭାଗ ଦ୍ୱାରା ମରାମତି ନାମରେ ପ୍ରତିବର୍ଷ ତିନି ଚାରିଥର ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ କରି ଠକି ନେଉଛନ୍ତିl ପୋଲର ଉପର ବେରିଙ୍ଗ କୋଟ ସିମେଣ୍ଟ କଂକ୍ରିଟ ୮୦% ନଷ୍ଟ ହୋଇ ସ୍ଲାପର ରଡ଼ ବାହାରି ଯାଇଛି l ଏହା ସତ୍ୱେ ବାରମ୍ବାର ମରାମତି ହେଉଛି l ମରାମତି ର ଠିକ ତିନି ଚାରି ମାସ ପରେ ପୁଣି ଖାଲ ଖମା ହୋଇଯାଉଛି l ତୁରନ୍ତ ଏହି ବ୍ୟସ୍ତ ବହୁଳ ଋଷିକୂଲ୍ୟା ପୋଲର ଉପରି ଭାଗକୁ ନିର୍ମାଣ କରି ସିଲ କୋଟ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି l
ମରଣଯନ୍ତା ପାଲଟିଛି ଆସିକା ଋଷିକୂଲ୍ୟା ପୋଲl (ପ୍ରତେକ ଦିନ ୦୫ ରୁ ୧୦ ଦୁର୍ଘଟଣା
By: SANGHARSA TV
0