//BREAKING//
Loading...

ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲାରେ ଦୁଇ ବ୍ଲକରେ ଦୀର୍ଘ ଦିନ ହେଲା ବି ଇ ଓ ପଦବି ଖାଲି

ଧରାକୋଟ,  21/6/23
ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। 5t ଅଧିନରେ ବିଦ୍ୟାଳୟ ରୂପାନ୍ତର ପ୍ରକ୍ରିୟା ଜୋର ସୋର ରେ ଚାଲିଛି। ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲା ର ଦୁଇ ବ୍ଲକ ରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ସେଥିରୁ ଗୋଟିଏ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ର ଶେରଗଡ଼ ବ୍ଲକ ହୋଇଥିବା ବେଳେ ଅନ୍ୟଟି ଧରାକୋଟ ବ୍ଲକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଚଳିତ ମାସ 19 ତାରିଖ ଦିନ ନିଜେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରଶାସନିକ ସେବାର 160 ଜଣକୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କୁ ବିଭିନ୍ନ ବ୍ଲକ ରେ ଶିକ୍ଷା ଅଧିକାରୀ ଓ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତି ଦିଆଯିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଖାଲିଥିବା ବ୍ଲକ ଶିକ୍ଷା ଅଧିକାରୀ ପଦବୀ ପୂରଣ ହୋଇଥିବା ବେଳେ ଶେରଗଡ଼ ଓ ଧରାକୋଟ ବ୍ଲକ ଏଥିରୁ ଆଶ୍ଚର୍ଯ୍ୟ ଜନକ ଭାବରେ ବାଦ ପଡିଛି। ଧରାକୋଟ ବ୍ଲକ ରେ ରହିଛି 67 ପ୍ରାଥମିକ ବିଦ୍ୟାଳୟ,38 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,19 ଉଚ୍ଚ ବିଦ୍ୟାଳୟ । ଗତ 30/6/21 ମସିହାରେ ରବିନ୍ଦ୍ର କୁମାର ପଣ୍ଡା ବି ଇ ଓ ପଦବୀରୁ ଅବସର ଗ୍ରହଣ ପରେ ଭାଗିରଥି ବେହେରା, କୋରେସ ସେଠୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଅତିରିକ୍ତ ଭାବରେ ଧରାକୋଟ ବି ଇ ଓ ଦାୟିତ୍ୱ ତୁଲାଇଥିଲେ। ହେଲେ ଚଳିତ ମାସରୁ ଏହି ପଦବୀ ଖାଲି ପଡ଼ିଛି। ଅତିରିକ୍ତ ବି ଇ ଓ ପ୍ରଦୀପ କୁମାର ହୋତା ବର୍ତମାନ ଦାୟିତ୍ୱରେ ଥିଲେ ମଧ୍ୟ ତାଙ୍କର ଆର୍ଥିକ କ୍ଷମତା ନାହିଁ କିମ୍ବା କୌଣସି ବି ଇ ଓ ଙ୍କୁ ଧରାକୋଟ ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇନାହିଁ। ଏଣୁ ବ୍ଲକର ଶିକ୍ଷକ ମାନଙ୍କ ଦରମା ପ୍ରଦାନ, ଇଙ୍କରୀମେଣ୍ଟ ଓ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ର ପରିଚାଳନା ସୁଚାରୁ ରୁପେ ହେବା ନେଇ ସନ୍ଧେହ ଦେଖାଦେଇଛି। ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ଦୁଇ ବର୍ଷ ହେଲା ସ୍ଥାୟୀ ବି ଇ ଓ ପଦବୀ ଖାଲି ପଡିଥିବା ଯୋଗୁଁ ଶିକ୍ଷା ବ୍ୟବସ୍ଥା ର ସୁପରିଚାଳନା ପାଇଁ ବାଧା ପହଞ୍ଚିଛି। ହେଲେ ଆଶ୍ଚର୍ଯ୍ୟର ବିଷୟ ସବୁ ବ୍ଲକରେ ଏହି ପଦବୀ ଦୁଇ ଦିନ ପୂର୍ବେ ପୂରଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲାର ଶେରଗଡ଼ ଓ ଧରାକୋଟ ବ୍ଲକ ଏଥିରୁ ବାଦ ପଡ଼ିଲା କାହିଁକି ତାହା ତର୍ଜମା ର ବିଷୟ ପାଲଟିଛି। ଙ୍କ ନିଜ ଜିଲ୍ଲାରେ ଦୁଇ ବ୍ଲକରେ ଦୀର୍ଘ ଦିନ ହେଲା ବି ଇ ଓ ପଦବି ଖାଲି
....................................
ଧରାକୋଟ, 21/6/23
ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। 5t ଅଧିନରେ ବିଦ୍ୟାଳୟ ରୂପାନ୍ତର ପ୍ରକ୍ରିୟା ଜୋର ସୋର ରେ ଚାଲିଛି। ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲା ର ଦୁଇ ବ୍ଲକ ରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ସେଥିରୁ ଗୋଟିଏ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ର ଶେରଗଡ଼ ବ୍ଲକ ହୋଇଥିବା ବେଳେ ଅନ୍ୟଟି ଧରାକୋଟ ବ୍ଲକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଚଳିତ ମାସ 19 ତାରିଖ ଦିନ ନିଜେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରଶାସନିକ ସେବାର 160 ଜଣକୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କୁ ବିଭିନ୍ନ ବ୍ଲକ ରେ ଶିକ୍ଷା ଅଧିକାରୀ ଓ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତି ଦିଆଯିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଖାଲିଥିବା ବ୍ଲକ ଶିକ୍ଷା ଅଧିକାରୀ ପଦବୀ ପୂରଣ ହୋଇଥିବା ବେଳେ ଶେରଗଡ଼ ଓ ଧରାକୋଟ ବ୍ଲକ ଏଥିରୁ ଆଶ୍ଚର୍ଯ୍ୟ ଜନକ ଭାବରେ ବାଦ ପଡିଛି। ଧରାକୋଟ ବ୍ଲକ ରେ ରହିଛି 67 ପ୍ରାଥମିକ ବିଦ୍ୟାଳୟ,38 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,19 ଉଚ୍ଚ ବିଦ୍ୟାଳୟ । ଗତ 30/6/21 ମସିହାରେ ରବିନ୍ଦ୍ର କୁମାର ପଣ୍ଡା ବି ଇ ଓ ପଦବୀରୁ ଅବସର ଗ୍ରହଣ ପରେ ଭାଗିରଥି ବେହେରା, କୋରେସ ସେଠୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଅତିରିକ୍ତ ଭାବରେ ଧରାକୋଟ ବି ଇ ଓ ଦାୟିତ୍ୱ ତୁଲାଇଥିଲେ। ହେଲେ ଚଳିତ ମାସରୁ ଏହି ପଦବୀ ଖାଲି ପଡ଼ିଛି। ଅତିରିକ୍ତ ବି ଇ ଓ ପ୍ରଦୀପ କୁମାର ହୋତା ବର୍ତମାନ ଦାୟିତ୍ୱରେ ଥିଲେ ମଧ୍ୟ ତାଙ୍କର ଆର୍ଥିକ କ୍ଷମତା ନାହିଁ କିମ୍ବା କୌଣସି ବି ଇ ଓ ଙ୍କୁ ଧରାକୋଟ ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇନାହିଁ। ଏଣୁ ବ୍ଲକର ଶିକ୍ଷକ ମାନଙ୍କ ଦରମା ପ୍ରଦାନ, ଇଙ୍କରୀମେଣ୍ଟ ଓ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ର ପରିଚାଳନା ସୁଚାରୁ ରୁପେ ହେବା ନେଇ ସନ୍ଧେହ ଦେଖାଦେଇଛି। ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ଦୁଇ ବର୍ଷ ହେଲା ସ୍ଥାୟୀ ବି ଇ ଓ ପଦବୀ ଖାଲି ପଡିଥିବା ଯୋଗୁଁ ଶିକ୍ଷା ବ୍ୟବସ୍ଥା ର ସୁପରିଚାଳନା ପାଇଁ ବାଧା ପହଞ୍ଚିଛି। ହେଲେ ଆଶ୍ଚର୍ଯ୍ୟର ବିଷୟ ସବୁ ବ୍ଲକରେ ଏହି ପଦବୀ ଦୁଇ ଦିନ ପୂର୍ବେ ପୂରଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲାର ଶେରଗଡ଼ ଓ ଧରାକୋଟ ବ୍ଲକ ଏଥିରୁ ବାଦ ପଡ଼ିଲା କାହିଁକି ତାହା ତର୍ଜମା ର ବିଷୟ ପାଲଟିଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe