.....................................
ଧରାକୋଟ,21/6/23
ପାରମ୍ପରିକ ରୀତିନୀତି ଅନୁସାରେ ଗୁଣ୍ଡିଚା ଯାତ୍ରା ର ଗୋଟିଏ ଦିନ ପରେ ଆଜି ଅପରାହ୍ନ ଚାରିଟା ସମୟରେ ଘଣ୍ଟ, ଘଣ୍ଟା,କାହାଳୀ, ବାଦ୍ୟ, ବାଜଣା ର ଭକ୍ତିମୟ ପରିବେଶରେ ରଥପଦା ରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଡାହୁକ ର ତାଳେ ତାଳେ ରଥାରୁଢ ତିନି ଠାକୁର ସନ୍ଧ୍ୟା ଛଅ ଘଣ୍ଟ ସମୟରେ ଆଡ଼ପ ମଣ୍ଡପ ଆଗରେ ପହଞ୍ଚିଥିଲେ । ଏହା ପରେ ତିନି ଠାକୁରଙ୍କୁ ସନ୍ଧ୍ୟା ଆଳତି ପ୍ରଦାନ କରାଯାଇଥିଲା। ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜିର ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପୋଲିସ ବିଭାଗ ତରଫରୁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ,ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ, ସୋରଡା ଥାନା ଅଧିକାରୀ ରମେଶ ପ୍ରଧାନ,ବଡଗଡ ଥାନା ଅଧିକାରୀ ସୁରଜ ଝଙ୍କାର ଓ ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ ଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ଉପସ୍ଥିତ ରହିଥିଲେ। ଆସନ୍ତା କାଲି ପ୍ରଭାତରୁ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ଆଡ଼ପ ମନ୍ଦିରକୁ ନିଆଯିବ ବୋଲି ମନ୍ଦିର ଗୁମାସ୍ତା କାଳିଆ ବେହେରା ଙ୍କ ଠାରୁ ଜଣାଯାଇଛି।