//BREAKING//
Loading...

ଗିରଫ ହେଲେ ଲେଡି ଡନ୍, ନିଜକୁ BMC ଅଧିକାରୀ କହି ଦୋକାନୀଙ୍କଠୁ ଲୁଟୁଥିଲେ ଚାନ୍ଦା


ଗିରଫ ହେଲେ ଲେଡି ଡନ୍। ନିଜକୁ ବି.ଏମ୍.ସି. ଅଧିକାରୀ କହି ଦୋକାନୀଙ୍କ ଠାରୁ ଚାନ୍ଦା ମାଗି ହେଲେ ବନ୍ଧା। ଲେଡି ଡ଼ନ୍ ଅନୁ ମିଶ୍ରକୁ ରେଡ୍ ହ୍ୟାଣ୍ଡେଡ୍ ଧରିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ଦୀର୍ଘବର୍ଷ ହେବ ନିଜକୁ ବିଏମସି ଅଧିକାରୀ ଦର୍ଶାଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଉଠା ଦୋକାନୀଙ୍କ ଠାରୁ ଭେଣ୍ଡିଂ ଜୋନ, ଟ୍ରେଡ ଲାଇସେନ୍ସ, ବ୍ୟବସାୟିକ ଲୋନ୍ ଓ ବି.ଏମ୍.ସି. ରେ ଜାଗା ଦେବାକୁ କହି ଚାନ୍ଦା ଆଦାୟ କରୁଥିବା ଅନୁ ମିଶ୍ର କୁ ଆଜି ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍।
ସୂଚନା ଅନୁସାରେ ଆଜି ଦିନ ବେଳା ଅନୁ ମିଶ୍ର , ଓମକାର୍ ଓ ତାଙ୍କର କିଛି ସହଯୋଗୀ ଜଣେ ଉଠା ଦୋକାନୀଙ୍କୁ ଚାନ୍ଦା ମାଗିବା ବେଳେ ଦୋକାନୀ ମନା କରିଥିଲେ ଓ ସେଠାରେ ଥିବା ସମାଜସେବୀ ଦିଲ୍ଲୀପ କୁମାର ସାହୁ ବିରୋଧ କରିଥିଲେ। ଏଥିରେ ଉତ୍ତକ୍ଷୀପ୍ତ ହୋଇ ଲେଡି ଡନ୍ ଏବଂ ତାଙ୍କ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଦରାଇବା ସହ ଦିଲ୍ଲୀପଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହା ପରେ ସ୍ଥାନୀୟ ଲୋକ ମାନେ ଅନୁ ମିଶ୍ର ଏବଂ ତାଙ୍କ ସହଯୋଗୀଙ୍କୁ ଅଟକ ପୁଲିସକୁ ଖବର ଦେଇଥିଲେ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe