ବାଲୁଗାଁ:-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାରା ରାଜ୍ୟରେ +୨ କଳା ଫଳ ପ୍ରକାଶିତ ପାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ ୩୬୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ।ତନ୍ମଧ୍ୟରୁ ଚଳିତ ବର୍ଷ ପାସ ହାର ୯୦.୪୬ ହୋଇଥିବା ବେଳେ ୬୨ ଜଣ ପ୍ରଥମ ଶ୍ରେଣୀ,୬୩ ଜଣ ଦ୍ଵିତୀୟ ଶ୍ରେଣୀ,୨୦୭ ଜଣ ତୃତୀୟ ଶ୍ରେଣୀରେ ଏବଂ ୩୧ ଜଣ ଅକୃତକାର୍ୟ୍ଯ ହୋଇଛନ୍ତି।ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଛାତ୍ରୀ ସସ୍ମିତା ଦାସ କଲେଜରେ ଟପ୍ପର ହୋଇ ଗୈାରବ ଆଣିଛନ୍ତି।ଯାହାକି ମୋଟ ୬୦୦ ମାର୍କରୁ ୫୧୯ ନମ୍ବର ରଖି ସସ୍ମିତା କଲେଜରେ ଟପ୍ପର ହୋଇଛନ୍ତି।ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡ଼କୂଳ ଗ୍ରାମର ଭାସ୍କର ଦାସ ଓ ମମତା ଦାସଙ୍କ ଝିଅ ସସ୍ମିତା।ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମା ଗୃହିଣୀ ଅଟନ୍ତି।ସସ୍ମିତା ପିଲାଟି ଦିନରୁ ଭଲ ପାଠ ପଢିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି।
ସସ୍ମିତାଙ୍କ ଏହି କୃତିତ୍ବ ପାଇଁ କଲେଜରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।ଏହି ସଫଳତା ପଛରେ ନିଜ ପରିଶ୍ରମର ମୂଲ୍ୟ ମିଳିଥିବା ବେଳେ ଆତ୍ମୀୟ ସୃଜନ, ଅଧ୍ୟାପକ ଅଧ୍ୟାପିକାଙ୍କୁ ସଫଳତାର ଶ୍ରେୟ ଦେଇଥିବା ସସ୍ମିତା ପ୍ରକାଶ କରିଛନ୍ତି। ବାଲୁଗାଁ ରୁ ଆଦିତ୍ୟ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଟିଭି