21 ବର୍ଷ ପରେ ଆସିକା ର ବହୁ ଚର୍ଚ୍ଚିତ ଉମା ବିଷୋୟୀ ହତ୍ୟା ମାମଲା ର ରାୟ ପ୍ରକାଶ, ଜଣକୁ ଆଜୀବନ 5 ଖଲାସ
ଆସିକା 26/07-(ମନୋଜ କୁମାର ସାହୁ) ବହୁଚର୍ଚ୍ଚିତ ଆସିକା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆସିକା ବ୍ଲକ ଅଧକ୍ଷ ଉମାଚରଣ ବିଷୋୟୀ ହତ୍ୟାକାଣ୍ଡ ର 21 ବର୍ଷ ପରେ ରାୟ ପ୍ରକାଶ ପାଇଛି l ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଚୌଧୁରୀ ପ୍ରବୀର କୁମାର ଆଜି ତାଙ୍କ କୋର୍ଟରେ ଏସ-ଟି /ଆଇ /13 ରେ ଉମାବିଷୋୟୀ ଙ୍କ ହତ୍ୟାକାଣ୍ଡ ର ସାକ୍ଷ ପ୍ରମାଣ କୁ ବିଚାର କରି ଜଣକୁ ଆଜୀବନ କାରାଦଣ୍ଡ ଓ 10 ହଜାର ଟଙ୍କା ଜୋରିମାନା ଅନାଦୟେ 3 ବର୍ଷ ଜେଲ l ଅନ୍ୟ ସମ୍ପୃକ୍ତ 5 ଜଣ ଆସାମୀ ସାକ୍ଷ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି l ଜଣାଯାଇଛି କୋର୍ଟ ସୂର୍ଯ୍ୟ ପୋଲାଇ କୁ ଆଜୀବନ କାରାଦଣ୍ଡ ଶୁଣାଣୀ କରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ସୁଦୂରୁ ପରିଡା ଓ ଅମୁଲ୍ୟ ପଣ୍ଡା, ସନ୍ତୋଷ ଗୌଡ଼, କୈଳାସ ରାଉତ, ଗଙ୍ଗାଧର ପ୍ରଧାନଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି l ପ୍ରକାଶ ଥାଉକି ଆସିକା ବାଣୀବିହାର ବାସିନ୍ଦା ଉମାଚରଣ ବିଷୋୟୀ ଜଣେ ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତ ପରିବାରର ବ୍ୟକ୍ତି ଥିଲେ l ପରବର୍ତ୍ତୀ ସମୟରେ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତ ରେ ସମିତି ସଭ୍ୟ ଜିତି ଆସିକା ବ୍ଲକ ଅଧକ୍ଷ ଭାବେ ସେ 1984-1989 ଏଵଂ 1987-2002 ଦୁଇ ଦୁଇ ଥର ଦାୟିତ୍ୱ ତୁଲାଇବା ସହ 1984 ରେ ସେ ଏ ଏମ ପି ସି ଏସ ର ସଭାପତି ତତ୍ ପରେ 1991ରେ ସେ ସେଣ୍ଟ୍ରାଲ ବ୍ୟାଙ୍କ୍ ର ସଭାପତି ରହିଥିଲେ l ଏବଂ ଦୁତିଅ ଥର ବ୍ଲକ ଅଧ୍ୟକ୍ଷ ପଦବୀ ରେ ଥାଇ ସେ 2002ରେ କଂଗ୍ରେସ ରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ଦୀର୍ଘ ଦିନ ଧରି କଂଗ୍ରେସ ରେ ଜଣେ ଟାଣୁଆ ନେତା ଥିଲେ l ନିଜର ମୋନାଲିଶା ଟ୍ରାଭେଲସ ନାମରେ ଜିଲ୍ଲାରେ ଅନେକ ବସ ବାବସାୟ ତାଙ୍କର ଥିଲା l ସେ ଆସିକାର ବହୁ ଅନୁଷ୍ଠାନ ରେ ପଦ ପଦବୀରେ ରହିଥିଲେ l ରାଜନୀତି ଓ ବ୍ୟବସାୟ ରୁ ସବୁଦିନ ପାଇଁ ହଟାଇବା ପାଇଁ ଯୋଜନା ବଦ୍ଧ ଭାବେ ତାଙ୍କୁ ତାଙ୍କ ବାଣୀବିହାର ଘରୁ 26/07/2002 ତାରିଖରେ ସୂର୍ଯ୍ୟ ପୋଲାଇ ଓ ତା ସହଯୋଗୀ ମାନେ ରାତିରେ ଜୋରଜବରଦସ୍ତ ଭାବେ ଏକ କାରରେ ଟାଣିନେଇ ବାବନପୁର ସ୍ଥିତ ଗଡ଼ଗଡିଆ ପାହାଡ଼ ନିକଟରେ ଅତି ନିର୍ମମ ଭାବେ ହତ୍ୟାକରିଥିଲା l ଏହି ଘଟଣା ବିରୁଦ୍ଧରେ ତାଙ୍କ ସ୍ତ୍ରୀ ରୁନୁ ବିଷୋୟୀ ଆସିକା ଥାନାରେ ଅଭିଯୋଗ କରିଥିଲେ l ଆସିକା ଥାନା ପକ୍ଷରୁ କେସ ନମ୍ବର 174/2002ଧାରା 365,302,34 ଆଇ ପି ସି ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ର ଜବତ କରିଥିଲେ l ଆସାମୀ ମାନେ ଏହି କେସ ରୁ ବଞ୍ଚିବା ପାଇଁ ହାଇକୋର୍ଟର ଆଶ୍ରୟ ନେଇଥିଲେ l ଏହି କେସ କୁ ସରକାରଙ୍କ ପକ୍ଷରୁ ଓକିଲ ଭାବେ ସୂର୍ଯ୍ୟପ୍ରକାଶ ରାଓ ଓ ଅଭିଯୁକ୍ତ ପକ୍ଷରୁ ଆଇନ ଯିବି ଶରତେନ୍ଦୁ ପଣ୍ଡା କେସ ର ପରିଚାଳନା କରୁଥିଲେ