//BREAKING//
Loading...

ଏନଏସି ପକ୍ଷରୁ କାର୍ଗିଲ ବିଜୟ ଦିବସ ସହିଦ ଯବାନଙ୍କ ସାହସିକତା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ

ଏନ୍ଏସି ପକ୍ଷରୁ କାରଗିଲ୍ ବିଜୟ ଦିବସ
ସହିଦ ଯବାନଙ୍କ ସାହସିକତା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ

ଆସିକା :(ମନୋଜ କୁମାର ସାହୁ)ଅସିକା ଅଧ୍ୟକ୍ଷାଙ୍କ ନୃତ୍ୱରେ ତହସିଲିଛକ ଠାରେ ଅମରଜବା ପ୍ରତୀମୂତୀ ରେ ପୃସ୍ପମାଲ୍ୟ ଦୃଇ ସହିଦିବସ ପାଳନ କରାଜାଇଥିଲା ଏହାସହିତ ସାରା ଦେଶରେ ପାଳିତ ହୋଇଛି କାରଗିଲ୍ ବିଜୟଦିବସ । ସାରା ଦେଶ ମନେ ପକାଇଛି ଭାରତୀୟସେନାଙ୍କ ବିଜୟର ଗାଥା ।
୧୯୯୯ ଆଜିର ଦିନରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରି ବିଜୟ ଲାଭ
କରି କାରଗିଲ୍‌ରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ଏଥିପାଇଁ ୫୨୭
ବୀର ଯବାନଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା। ଦେଶ ମାତୃକାର ରକ୍ଷାଲାଗି
କାରଗିଲ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ସହିଦ୍ ହୋଇଥିବା ଆସିକାର ବୀର ଯବାନ ଉମାକାନ୍ତ ପଟ୍ଟନାୟକ ଙ୍କୁ
ଶ୍ରଦ୍ଧାଞ୍ଜଳି ଜଣାଇବାପାଇଁ ଆସିକା ଏନ୍‌ଏସି ପକ୍ଷରୁ ସ୍ଥାନୀୟ ୧୭ ନମ୍ବର ୱାର୍ଡ ସ୍ଥିତ ତାଲୁକା ଛକ ନିକଟରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ସଂଯୋଜନାରେ ସହିଦ୍ ବୀର ଯବାନ ଉମାକାନ୍ତଙ୍କ ସ୍ମୃତି ସ୍ତମ୍ଭ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳିକା ବିନେତା ସ୍ଵାଇଁ ଯୋଗଦେଇ ସହିଦ୍ ଯବାନ୍‌ଙ୍କ ସାହସିକତା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବହୁ କାଉନସିଲର, ମାନ୍ୟଗଣ୍ୟ ଆଦି ସହିଦିନଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe