//BREAKING//
Loading...

ଅନନ୍ତ ଚରଣ ଖଟେଇଙ୍କ ଦ୍ୱାରା ବଉଳାବନ୍ଧ ରେ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

 ଅନନ୍ତ ଚରଣ ଖଟେଇ ଙ୍କ ଦ୍ଵାରା ବଉଳାବନ୍ଧ ରେ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ।
Report. ଚିଲିକା ରୁ ସଂଗ୍ରାମ ରଣା
Place. ବଉଳାବନ୍ଧ 
ଆଜି କାଲିର ସମାଜରେ ମଣିଷ ଏତେ ବ୍ୟସ୍ତ ହୋଇଯାଇଛି ଯେ ନିଜର ସ୍ବାସ୍ଥ୍ୟ କଥା ଚିନ୍ତା କରିବାକୁ ବି ଟିକେ ସମୟ ମିଳୁନି, କେତେବେଳେ କଣ ହେବ ତା ମଧ୍ୟ କେହି କହିପାରିବେ ନାହିଁ। ତେଣୁ ଯଦି ମଣିଷ ସହିତ ହଠାତ୍ କୌଣସି ପ୍ରକାରର ଘଟଣା କିମ୍ବା ଦୁର୍ଘଟଣା ଘଟିବ ତେବେ ତାର ତତକ୍ଷଣାତ୍ କିପରି ପ୍ରାଥମିକ ଚିକିତ୍ସା କରାଯାଇପାରିବ ସେ ପ୍ରତି ଲକ୍ଷ୍ୟ ନେଇ ସେଣ୍ଟ ଜନ୍ସ୍ ଆମ୍ବୁଲାନ୍ସ ଆସୋସିସନର ଲାଇଫ ମେମ୍ବର ଅନନ୍ତ ଚରଣ ଖଟେଇ ନିଜର ତତ୍ପରତା ଆରମ୍ଭ କରିଛନ୍ତି। ଲୋକମାନଙ୍କୁ କିପରି ପ୍ରାଥମିକ ଚିକିତ୍ସା କରାଯିବ ତା ଉପରେ ସବିଶେଷ ଆଲୋଚନା କରିବା ସହିତ ତାକୁ ପ୍ରାକଟିକାଲ୍ ରେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଆୟୋଜକ ଚିଲିକା ବ୍ଲକ୍ ର ଏଲ .ଏସ. ପି .ଭାସ୍କର ଚନ୍ଦ୍ର ସାମନ୍ତ ରାୟ ଙ୍କ ମାଧ୍ୟମରେ ଏହା ବଉଳାବନ୍ଧ ପଞ୍ଚାୟତ ସ୍ଥିତ ଦିବ୍ୟଜ୍ୟୋତି ମହାସଂଘ ମିଟିଂ ହଲ ରେ ଆୟୋଜିତ ହୋଇଥିଲା। ଏଥିରେ ସାପକାମୁଡ଼ିବା ,କୁକୁର କାମୁଡିବା,ବିଛା କାମୁଡିବାର ପ୍ରାଥମିକ ଚିକିତ୍ସା କିପରି କରାଯିବ ଆଲୋଚନା କରାଯିବା ପରେ , ଯଦି କାହାର କିଛି ଖଣ୍ଡିଆ ହୋଇଯାଏ ଓ ମୁଣ୍ଡ ଫାଟିଯାଏ କିମ୍ବା କାହାକୁ ହଠାତ୍ ହୃଦଘାତ ଆସେ ତେବେ ତାକୁ କିପରି ଭାବରେ ପ୍ରାଥମିକ ଚିକିତ୍ସା ଯୋଗାଇହେବ ସେ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ।

ଏଥିରେ ବଉଳାବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ରଶ୍ମିତା ବେହେରା,ପୂର୍ବତନ ସରପଂଚ ଜୟ କୃଷ୍ଣ ବେହେରା,ନାଏବ ସରପଞ୍ଚ ନରେନ୍ଦ୍ର ପଲାଇ , ଓ ଏମ ବି କେ ସସ୍ମିତା ଜେନା ଙ୍କ ସହିତ ଗୋପୀନାଥ ଦେବ ଏସ ଏଚ ଜି, ମା ବରୁଣେଇ ଏସ ଏଚ ଜି,ଶୁଭଶ୍ରୀ ଏସ ଏଚ ଜି ର ସମସ୍ତ ସଦସ୍ୟ ଙ୍କ ସହିତ କୃଷି ମିତ୍ର ଓ ଅନ୍ୟାନ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe