ଆସ୍କା :୧୧-୭-
ଆସନ୍ତା ୨୦୨୪ ସାଧରଣ ବିଧାନସଭା ଯେତିକି ନିକଟ ତର ହେଉଛି ଆସ୍କା ରେ ରାଜନୈତିକ ବାତାବରଣ ସରଗରମ ହେଉଛି। ଆଜି ଆସ୍କା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷା କଳ୍ପନା ଭୋଳ ଆସିକା ବ୍ଲକ ବାଙ୍ଗରଡ଼ା ପଂଚାୟତରେ ତାଙ୍କର ମାନସିକ ଥିବା ଯୋଗୁଁଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ। ଏଥିରେ ଆସ୍କା ବିଧାୟିକା ଙ୍କ ଆଗଧାଡ଼ିର ବହୁ ବିଜେଡି କର୍ମୀ ମାନେ ସମାବେଶ ରେ ଯୋଗ ଦେଇଥିଲେ। ଏହି ସମାବେଶରେ ମେଳି ବାନ୍ଧି ଯୋଗ ଦେଇଥିବା କର୍ମୀ ଓ ବିଭିନ୍ନ ପଦବୀରେ ଥିବା ବିଜେଡ଼ି ର ଆଗଧାଡ଼ି ନେତା ମାନଙ୍କ ଗୋଟିଏ ସ୍ୱର ଥିଲା ଆଗାମୀ ନିର୍ବାଚନରେ ଆସ୍କା ରେ ବିଜେଡ଼ି ଦଳ ଏକ ନୁଆଁ ମୁହଁ ଭାବେ ବିଧାୟକ ପାର୍ଥି ଦେବା ସ୍ୱର ଉତ୍ତୋଳନ କରି ଦାବି କରିଥିଲେ।ଗତ ପଞ୍ଚାୟତ ନିର୍ବାଚନ ପରେ ଆସ୍କା ବ୍ଲକ ରେ ବିଧାୟିକା ପାଇଁ ୪% ପିସି ଦେବା ପାଇଁ କୁଆଡେ ନିୟମ କରାଯାଇଛି ଏବଂ ବିଧାୟିକା ଙ୍କ ପୁଅ ଆସ୍କା ରେ ଥିବା ବାଲିଘାଟ ଓ ମଦ ବ୍ୟବସାୟ ରେ ଭାଗ ମିଶି ବ୍ୟବସାୟ କରୁଥିବା ସମ୍ପର୍କରେ ଏହି ବନ୍ଧୁ ମିଳନରେ ଯୋଗ ଦେଇଥିବା ବରିଷ୍ଠ ବିଜେଡ଼ି ନେତା ଟୁଟୁ ମାଲିକ ତାଙ୍କ ବକ୍ତବ୍ୟରେ କହିଥିଲେ।ବିଜେଡ଼ି ର ଅସନ୍ତୁଷ୍ଟ ବହୁ ନେତା ଓ କର୍ମୀ ମାନେ ବିଧାୟିକା ଓ ତାଙ୍କ ପୁଅ ବିଜେଡ଼ି ର କର୍ମୀ ମାନଙ୍କୁ ଅଣଦେଖା କରିବା ଓ ଗତ ପଞ୍ଚାୟତ ନିର୍ବାଚନରେ ଗୋଟିଏ ପଞ୍ଚାୟତ ରେ ଦୁଇ ଦୁଇ ଜଣ କୁ ସମର୍ଥନ କରି ଯିଏ ଜିତିବ ଆମର ବୋଲି କହି ନିର୍ବାଚନ ବୈତରଣୀ ପାର ହୋଇଥିଲେ।୨୦୧୯ ବିଧାନସଭା ନିର୍ବାଚନରେ ମଞ୍ଜୁଳା ସ୍ୱାଇଁଙ୍କୁ ସମର୍ଥନ କରି ନିର୍ବାଚନ ଜିତାଇ ଥିବା ଆଗଧାଡିର ନେତା ମାନଙ୍କ ଏହି ମେଳି, ଆସିକା ବିଧାୟିକାଙ୍କ ପ୍ରତି ଥିବା ଅସନ୍ତୋଷକୁ ସ୍ପଷ୍ଟ କରିଦେଉଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନୂଆଁ ନେତୃତ୍ୱକୁ ସୁଯୋଗ ଦିଆଯାଉ ବୋଲି ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି।ପୂର୍ବତନ ବ୍ଲକ ଅଧ୍ୟକ୍ଷା କଳ୍ପନା ଭୋଳ ଏହି ବନ୍ଧୁ ମିଳନ ସଭାର ଆୟୋଜନ କରିଥିବା ବେଳେ ବିଜେଡିର ପ୍ରାୟ ଆଗଧାଡିର ନେତୃତ୍ୱ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣାପଡିଛି। ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ସହିତ କର୍ମୀ ମାନଙ୍କୁ ନେଇ ଚାଲିଲା ଭଳି ବିଧାୟକ ପାର୍ଥି ଆବଶ୍ୟକ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷା କଳ୍ପନା ଭୋଳ।ମାନିସିକ ପୂରଣ ନିମନ୍ତେ ଏହି ଭୋଜି ଆୟୋଜନ କରଥିବା ସ୍ପଷ୍ଟୀକରଣ ରଖିଥିଲେ ଶ୍ରୀମତୀ ଭୋଳ, କିନ୍ତୁ ରାଜନୈତିକ ଅଭିସନ୍ଧି ଥିବା ନେଇ ସ୍ପଷ୍ଟ ହୋଇଛ। ବର୍ତ୍ତମାନର ବିଧାୟିକା କର୍ମୀ ମାନଙ୍କୁ ନେଇ ସଠିକ ସଂଗଠନ କରିପାରୁନଥିବା ନେଇ କହିଛନ୍ତି ଉପସ୍ଥିତ ବିଜେଡି କର୍ମୀ ଓ ଆଗଧାଡିର ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡା, ଅଭିମନ୍ୟୁ ନାହାକ, ଟୁଟୁ ମଳିକ,ହରେକୃଷ୍ଣ ମଳିକ,ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡା,ଅନିଲ କୁମାର ନାହାକ, ସତ୍ୟନାରାୟଣ ସ୍ୱାଇଁ,ବଂଶୀଧର ନାହାକ,ଭଗବାନ ନାହାକ,ଅମୂଲ୍ୟ ଉପାଧ୍ୟାୟ, ନାଗାର୍ଜୁନ ବିଶୋଇ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ।ଗତ ପଞ୍ଚ।ୟତ ନିର୍ବାଚନ ସମୟରେ ବରିଷ୍ଠ ବିଜେଡ଼ି ନେତା ଟୁଟୁ ମଲ୍ଲିକ ମାଆ ପୁଅ ହଟାଓ ଆସ୍କା ବଞ୍ଚାଅ ନାର ଦେଇଥିଲେ।ଆଗାମୀ ଦିନରେ ରେ ବିଜେଡ଼ି ସୁପ୍ରିମ ଆସ୍କା ରେ ନେତୃତ୍ୱ ପରିବର୍ତ୍ତନ କରି ନୁଆଁ ମୁହଁକୁ ସୁଯୋଗ ନ ଦେଲେ ଆସ୍କା ବିଜେଡ଼ି ଗଡ଼ ଭୁଶୁଡି ଯିବ ବୋଲି ରାଜନୈତିକ ମୋହଲ ରେ ଜୋର ଚର୍ଚ୍ଚା ଧରିଛି।