:::::::::::::::::::::::::::::::::::
ଅସ୍କା:୮-୭ ଅସ୍କା ଉପଖଣ୍ଡ ଚିକିତ୍ସାଳୟ ର ପୁନଃ ଉନ୍ନତିକରଣଯୋଜନା ରେ ଚାଲିଛି ଆମ ଡାକ୍ତର ଖାନା ୫ଟି ରୂପାନ୍ତରଣ ର କୋଠ ନିର୍ମାଣ କାର୍ଯ୍ୟ।ଗତ ଜୁଲାଇ ୯ ତାରିଖ ଦିନ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ଭିତ୍ତିପ୍ରସ୍ତ ସ୍ଥାପନ କରିଥିଲେ।ଏହି କୋଠା ନିର୍ମାଣ ପାଇଁ ଆମ ଡାକ୍ତର ଖାନା ୫ଟି ମାଧ୍ୟମରେ ଏକ କୋଟି ତେଷଟି ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।ଏବେ ଠିକାଦାର-ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ରେ ରାତ୍ର ସମୟରେ ଯୁଦ୍ଧ କାଳୀନ ଭିତ୍ତି ରେ ନିମ୍ନ ମାନର କାର୍ୟ୍ଯ ଚାଲିଥିବା ସାଧରଣ ରେ ଅଭିଯୋଗ ହେଉଛି।ସରକାରଙ୍କ ନିର୍ଦ୍ଧାରିତ ଓ ଚୁକ୍ତି ହୋଇଥିବା ମୁତାବକ କାର୍ଯ୍ୟ ନ ହୋଇ ରାତା ରାତି ଅତି ନିମ୍ନ ମାନର କାର୍ୟ୍ଯ ଚାଲିଥିବା ସମ୍ପର୍କରେ ବିଭଗୀୟ ଯନ୍ତ୍ରୀ ଓ ଅଧିକରି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କୁଆଡେ ଉଭୟ ବାବୁ ମାନେ କହୁଛନ୍ତି ଆସିବୁ ଆସିବୁ କହି ଫୋନ ରଖି ଦେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଛାତ ପଡିଛି ଯେତିକି ପରିମାଣ ର ମୋଟ ଛାତ ପଡିବା କଥା ସେତିକି ପରିମାଣ ର ଛାତ ନ ଢ଼ାଳି ରାତ୍ର ସମୟ ରେ ନିମ୍ନ ମାନର କାର୍ଯ୍ୟ କରୁଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।ବେଳ ଥାଉ ଥାଉ ଯଦି ତଦନ୍ତ କରାନଗଲେ ଉକ୍ତ କୋଠା ଭୁଶୁଡି ଯିବାର ସମ୍ଭବାନ କୁ ଏଡାଇ ଦିଆ ଯିବ ନାହିଁ ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି।ତୁରନ୍ତ ୫ଟି ସଚିବ ଓ ନିର୍ବାଚିତ ପ୍ରତିନିଧି ମାନେ ଉକ୍ତ ଚାଲିଥିବା କାର୍ୟ୍ଯ କୁ ତଦାରଖ କରିଲେ ପ୍ରକୃତ ଘଟଣାର ପର୍ଦାଫାସ ହେବ ବୋଲି ସଚେତନ ମହଲରେ ଦାବି ହେଉଛି।