//BREAKING//
Loading...

ମ୍ୟାଜିକ ପେନ ର କମାଲ:ବିନା ଆ ର ଫାର୍ମ ରେ ଚାଲିଛି ପଥର ଓ ବାଲି ବ୍ୟବସାୟ

:::::::::::::::::::::::::::::::::::
ଆସ୍କା : ୯-୭ ଆସ୍କା ରାଜସ୍ୱ ବିଭଗ ଅଧିନ ରେ ଥିବା ଅଧିକାଂଶ ପାହାଡ ଓ ନଦୀ ଘାଟ ଗୁଡିକ ରୁ ଦିନ ଦ୍ୱିପ୍ରହରେ ଖୁଲାମ ଖୁଲା ବିନା ଆର ଫାର୍ମ ରେ ପଥର ଓ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି।ରାଜସ୍ୱ ବିଭଗ ଅଧିକାରୀ ମହାଶୟ ହାତଗଣତି କେତେକ ପାହାଡ ଓ ବାଲିଗୁତା ଲିଜ ଦେଇ ଚୁପ ହୋଇ ବସି ରହିବା ଫଳରେ ଲିଜ ନେଇଥିବା ଓ ଲିଜ ହୋଇନଥିବ ପାହାଡ଼ ଅବାଧ ରେ ଫୁଟାଇ ନିକଟରେ ଥିବା କ୍ରସର କୁ ନେଇ ଗୁଡି ପ୍ରସ୍ତୁତ କରି ବିନା ଆ ର ଫୋର୍ମ ରେ ଚାଲାଣ କରୁଥିଲେ ମଧ୍ୟ ବିଭଗୀୟ ଅଧିକାରୀ ଚୁପ ହୋଇ ବସିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ କ୍ଷତି ହେଉଛି।ସେହି ଭଳି କେତେକ ବାଲିଘାଟ ଓ ବେନିୟମ ବାଲିଘାଟ ରୁ ରୀତିମତ ବିନା ଆର ଫୋର୍ମ ରେ ବାଲି ଚାଲାଣ ହେଉଛି।ରାଜସ୍ବ ବିଭାଗ ସହ ଏହି ମାଫିଆ ମାନଙ୍କ ମ୍ୟାଚ ଫିକ୍ସିଂ ହୋଇଥିବା ଯୋଗୁଁ ସରକାର ଙ୍କ ରାଜସ୍ୱ କ୍ଷତି ଘଟୁଛି। ପ୍ରକାଶ ଥାଉ କିଗତ ଦୁଇ ବର୍ଷ ତଳେ ଆସ୍କା ପୋଲିସ ମ୍ୟାଜିକ ପେନ ର ପର୍ଦାଫାସ କରିଥିଲା। ବାଲିଚାଲାଣ ସମୟରେ ଏହି ମ୍ୟାଜିକ ପେନ ବ୍ୟବହାର କରି ଗୋଟିଏ ଆ ର ଫୋର୍ମ ରେ ବାରମ୍ବାର ତାରିଖ ଲେଖି ବାଲି ଚାଲାଣ କରୁଛନ୍ତି।ଉକ୍ତ ମ୍ୟାଜିକ ପେନ ରେ କାଗଜ ଉପରେ ଲେଖି କାଗଜ କୁ ଗରମ କରିଲେ ଉକ୍ତ ଲେଖା ନିଭି ଯାଏ ଏହାର ସୁଯୋଗ ବାଲି ଓ ପଥର ଚାଲାଣ ମାଫିଆ ମାନେ ଏହିପରି ରାଜସ୍ୱ ଠାକୁଥିବା ଦେଖିବାକୁ ମିଳୁଛି।ଖୋଦ ଗଞ୍ଜାମ ଜିଲ୍ଲା ପାଳ ତଦନ୍ତ କରିଲେ ସରକାରଙ୍କ ରାଜସ୍ୱ ବଢ଼ିବ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe