//BREAKING//
Loading...

ଆସିକା ସହରରେ ବେନିୟମ କ୍ଲିନିକ ଓ ଭୃଣ ହତ୍ୟା ପ୍ରଶାସନ ବନ୍ଦ କରିବ କେବେ




ଆସିକା 15/07-ନିପ୍ର(ମନୋଜ କୁମାର ସାହୁ) ଜିଲ୍ଲାରେ ଅବାଧରେ ସହର ଓ ଗ୍ରାମାଞ୍ଚଳ ରେ ରୋଗୀ ଚିକିତ୍ସା ନାମରେ ବହୁ ଡାକ୍ତର ଫାର୍ମାସିଷ୍ଟ, ପାଥୋଲୋଜି, ଔଷଧ ଦୋକାନୀ ରୋଗୀ ଚିକିତ୍ସା ପାଇଁ କ୍ଲିନିକ ଖୋଲିଛନ୍ତି l ଓଡିଶା ସ୍ୱାସ୍ଥ୍ୟ ବିଭାଗର ପ୍ରାଇଭେଟ କ୍ଲିନିକ ଚିକିତ୍ସା ଓ ଡାକ୍ତରଖାନା ଆଇନ କୁ ଉଲଂଘନ କରି ଏହି ସବୁ କ୍ଲିନିକ ଚାଲିଛି l ଜିଲ୍ଲାରେ ବହୁ କ୍ଲିନିକ ରେ ଗର୍ଭବତୀ ମହିଳା ଓ ଶିଶୁ ମୃତ୍ଯୁ ସାଙ୍ଗକୁ ଅବାଧରେ ଗର୍ଭପାତ ଚାଲିଛି l ଏହା ବର୍ତମାନ ଜିଲ୍ଲାରେ ଅଣାୟତ୍ତ ହୋଇଥିବା ଯୋଗୁଁ ଏହାକୁ ରୋକିବା ପାଇଁ ଗତକାଲି ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ଏଡିଏମ ଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲାର ସମସ୍ତ ଚିକିତ୍ସା ଅଧିକାରୀ ମାନେ ଯୋଗଦେଇଥିଲେ l ବିଶେଷ କରି ଲାଇସେନ୍ସ ବିହୀନ କ୍ଲିନିକ ଓ ଅବାଧରେ ହେଉଥିବା ଭୃଣ ହତ୍ୟା କୁ ରୋକିବା ଦିଗରେ ଗୁରୁତ୍ବ ଦିଆଯାଇଥିଲା l ଏହି ନିୟମ ଭାଙ୍ଗିଲେ କ୍ଲିନିକ ବନ୍ଦ କରିବା ସହ ସମ୍ପୃକ୍ତ କ୍ଲିନିକ ମାଲିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏତିକି ବେଳେ ଆସିକା ସହରରେ ଓ ଗ୍ରାମାଞ୍ଚଳ ର ମୁଖ୍ୟ ଛକ ଗୁଡିକରେ ଜିଲ୍ଲାଓ ଜିଲ୍ଲା ବାହାରର ବିଭିନ୍ନ ସରକାରୀ ଡାକ୍ତର ଖାନରେ ଡାକ୍ତର ମାନେ ଆସି ସ୍ଥାନୀୟ କେତେକ ଔଷଧ ଦୋକାନୀ,ଫାର୍ମାସିଷ୍ଟ ଙ୍କ ତତ୍ୱାବଧାନରେ ସେମାନଙ୍କ ଔଷଧ ଦୋକାନ ଓ ପାଥୋଲୋଜି ଠାରେ ବେଆଇନ କ୍ଲିନିକ ଖୋଲି ବେଧଡ଼କ ଭାବେ ଚାଲିଛି ଭୃଣ ହତ୍ୟା l ଆସିକା ଖମ୍ବେଶ୍ବରୀ ପାଟଣା, ସୁନାମ୍ବ ସାହି, ରଥଦାଣ୍ଡ ଲଷ୍ମୀବଜ଼ାର,ଆଦି ସ୍ଥାନରେ ଖୋଲିଛି ମାଳ ମାଳ ବେଆଇନ କ୍ଲିନିକ ଏଠାରେ ରୋଗୀଙ୍କ ଚିକିତ୍ସା କରିବା କମ କିନ୍ତୁ ଭୃଣ ହତ୍ୟା ଅଧିକ ହେଉଥିବା ସହରରେ ମୁଖ୍ୟ ଚର୍ଚ୍ଚାର ଵିଷୟ ପାଲଟିଛି ସରକାର ଭୃଣ ହତ୍ୟା କୁ ବେଆଇନ ଘୋଷଣା କରିଥିବା ବେଳେ ଏଠାରେ କିପରି ଖୋଲା ଖୋଲି ଭାବେ ଏପରି ଘୃଣ୍ୟ କାମ ଚାଲିଛି ଓ ପ୍ରଶାସନ କିପରି ଚୁପ ବସିଛି ତାହା ସାଧାରଣ ରେ ବର୍ତମାନ ପ୍ରଶ୍ନ l ନିକଟ ଅତୀତରେ ଆସିକା ଉପଖଣ୍ଡ ଚିକିତ୍ସାଲୟରେ ଏହିପରି ଗୋଟିଏ ଗର୍ଭପାତ କୁ ନେଇ ସମ୍ପୃକ୍ତ ଡାକ୍ତର ଓ ନର୍ସ ଜଣେ ମହିଳା ଙ୍କ ଠାରୁ ନଗଦ 3 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲୋକଙ୍କ ହାତରେ ଧରାପଡି ସମ୍ପୃକ୍ତ ରୋଗୀଙ୍କୁ ଟଙ୍କା ଫେରସ୍ତ କରିଥିଲେ l ଏଠାରେ ପ୍ରଶ୍ନ ପ୍ରଶାସନ ସବୁଜାଣି କିପରି ଚୁପ ବସିଛି କଣ ପ୍ରାଇଭେଟ କ୍ଲିନିକ ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ଏସବୁ ବେଆଇନ କାର୍ଯ୍ୟ ହେଉଛି କି? ଏଥିପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ, ଜିଲ୍ଲା ଚିକିତ୍ସା ଅଧିକାରୀ, ଉପଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ସ୍ଥାନୀୟ ପୋଲିସ ତୁରନ୍ତ ସମସ୍ତ କ୍ଲିନିକ ଉପରେ ଅଚାନକ ଚଢ଼ାଉ କରି ଯୋଗ ଦେଉଥିବା ସରକାରୀ ଡାକ୍ତର ଓ ସମ୍ପୃକ୍ତ କ୍ଲିନିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆସିକାର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଦାବି କରିଛି l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe