//BREAKING//
Loading...

ଭୁସୁଡିବ ବାତ୍ୟା ଆଶ୍ରୟ ସ୍ଥଳୀ, ଚିନ୍ତାରେ ଅଭିଭାବକ

..
ଧରାକୋଟ,16/7/23 (ମନୋଜ କୁମାର ସାହୁ)
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସହାୟ ଜନ ସାଧାରଣ ଙ୍କୁ ଆଶ୍ରୟ ଦେବାପାଇଁ ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ 2001ମସିହାରେ ନିର୍ମାଣ ହୋଇଥିଲା ଏକ ବାତ୍ୟା ଆଶ୍ରୟ ସ୍ଥଳୀ। ଦୀର୍ଘ 23 ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ବାତ୍ୟା ଆଶ୍ରୟ ସ୍ଥଳୀ ସଂପ୍ରତି ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହାର ମରାମତି 13 ବର୍ଷ ପୂର୍ବେ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଏହା ବିପଦ ଜନକ ଭାବରେ ଭୁସୁଡ଼ିବା ସ୍ଥିତିରେ ପହଞ୍ଚିଛି। ଅଗ୍ନିଶମ ବିଭାଗ ତରଫରୁ ଏଠାରେ ମକଡ୍ରିଲ ପ୍ରତିବର୍ଷ କରାଯାଉଥିବା ବେଳେ ଗତ କିଛି ବର୍ଷ ହେଲା କୋଠାଟି ବିପଦ ପୂର୍ଣ୍ଣ ଅବସ୍ଥାରେ ପହଞ୍ଚିବା ଯୋଗୁଁ ଏଠାରେ ମକଡ୍ରିଲ ବନ୍ଦ କରା ବୁଯାଇଛି । ସଂପ୍ରତି ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 400 ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କିଛି ବର୍ଷ ଏହି କୋଠକୁ ପିଲାଙ୍କ ପଢା ପଢ଼ି ପାଇଁ ଶ୍ରେଣୀ ଗୃହ ଭାବରେ ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ବନ୍ଦ କରି ରଖାଯାଇଛି । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୀତାଞ୍ଜଳି ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିବା ଯୋଗୁଁ ଏହାକୁ ବନ୍ଦ ରଖାଯାଇଛି ବୋଲି ସ୍ବୀକାର କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ବିଦ୍ୟାଳୟ ପରିସରରେ ରହିଥିବା ଏହି ବିପଦ ଜନକ କୋଠା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେବେଳେ କି ପ୍ରକାର ଅଘଟଣ ଏଠାରେ ଜେ ନଘଟିବ ତାହା କହି ହେଉନାହିଁ। ଏଣୁ ପ୍ରଶାସନ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ବିପଦପୂର୍ଣ୍ଣ ଭବିଷ୍ୟତ ସହ ଖେଳା ନଯାଇ ତୁରନ୍ତ ଏହାର ପ୍ରତିକାର ପାଇଁ ଅଭିଭାବକ ମାନେ ଦାବୀ କରିଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe