........
ଧରାକୋଟ,16/7/23 (ମନୋଜ କୁମାର ସାହୁ)
ଦେବତା ମାନଙ୍କର ପ୍ରିୟ ପୁଷ୍ପ ବ୍ରହ୍ମ କମଳ ଫୁଲ ନିମିନା ଅଞ୍ଚଳର ଜଣା ଶୁଣା ପଣ୍ଡିତ ତଥା ସର୍ବୋଦୟ ନୀଳକଣ୍ଠ ସଂସ୍କୃତ ଶିକ୍ଷା ଆଶ୍ରମ ର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାପାତ୍ର ଙ୍କ ବାସଭବନ ବଗିଚାରେ ଶନିବାର ରାତ୍ରରେ ଫୁଟିଛି। ରାତ୍ର ଦଶ ଘଣ୍ଟ ସମୟରେ ତିନୋଟି ବ୍ରହ୍ମ କମଳ ଫୁଲ ଫୁଟିବା ପରେ ଏହାକୁ ଦେଖିବା ପାଇଁ ତାଙ୍କ ଘରେ ଭିଡ଼ ଜମିଥିଲା। ରବିବାର ପ୍ରତ୍ୟୁଷରୁ ଏହି ପୁଷ୍ପକୁ ପୁଷ୍ପକୁ ଧରାକୋଟ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ସମର୍ପଣ କରାଯାଇଥିଲା । ପଣ୍ଡିତ କୈଳାସ ଚନ୍ଦ୍ର ମହାପାତ୍ର, ତାଙ୍କ ସହଧର୍ମିଣୀ ସବିତା ରାଣୀ ମହାପାତ୍ର,ପୁଅ ଅଜିତ ମହାପାତ୍ର ଓ ଧରାକୋଟ ବ୍ଲକ ଶିକ୍ଷକ ସଂଘ ସଭାପତି ସୁକ୍ରୁ ବେହେରା ଜଗନ୍ନାଥ ମନ୍ଦିରରେ ବଡ଼ପଣ୍ଡା ତ୍ରିନାଥ ପଣ୍ଡାଙ୍କୁ ଏହା ପ୍ରଦାନ ପରେ ଜଗନ୍ନାଥାଷ୍ଟକ ମନ୍ତ୍ର ଉଚ୍ଚାରଣ କରାଯାଇ ଠାକୁରଙ୍କୁ ସମର୍ପଣ କରାଯାଇଥିଲା। ଠିକ ସେହିପରି ଧରାକୋଟ ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ ଙ୍କ ବାଡ଼ିରେ ମଧ୍ୟ ଶନିବାର ରାତ୍ରରେ ବ୍ରହ୍ମ କମଳ ଫୁଲ ଫୁଟିବା ପରେ ଏହାକୁ ଗୁରୁକୃପା ଆଶ୍ରମ ର ସଦଗୁରୁ ଶ୍ରୀ ଶ୍ରୀ ଆତ୍ମାରାମ ମହାରାଜ ଙ୍କୁ ଏହା ସମର୍ପଣ କରାଯାଇଥିଲା।