ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଖୋର୍ଦ୍ଧା ବ୍ଲକ ଅଧୀନରେ ଯାଉଥିବା ଓରବରସିଂହ ଗ୍ରାମପଞ୍ଚାୟତ ର ମସାଣିଆ ଠାରେ ମାନ୍ଦାଗିନି ନଦୀ ଉପରେ ବହୁବର୍ଷ ଆଗରୁ ସରକାର ଙ୍କ ଦ୍ୱାରା ଏକ ପୋଲ ନିର୍ମାଣ କରାଯାଇଥିଲା ଏହି ପୋଲ ସହିତ ସଂଯୋଗ ଥିବା ସଡ଼କ ଟି ନୂଆ ଜଗନ୍ନାଥ ସଡ଼କ ସହିତ ସଂଯୋଗ ହୋଇ ଅଛି ଏଥିରେ ବହୁ ଅଞ୍ଚଳ ର ଲୋକମାନେ ଓ ପୁରୀ କୁ ଯାତାୟାତ କରୁଥିବା ଯାତ୍ରୀ ମାନେ ମଧ୍ୟ ବହୁ ଉପକୃତ ହେଉଛନ୍ତି ଏହି ପୋଲ ଟି ବହୁତ ପୁରୁଣା ହୋଇ ଥିବାରୁ ସରକାର ଏହି ପୋଲ ର ମରାମତି କାର୍ଯ୍ୟ ଠିକାଦାର କୁ ଦେଇଥିଲେ ଆଜକୁ ପ୍ରାୟ ଚାରି ମାସ ହେବ ଏହାର ମରାମତି କାର୍ଯ୍ୟ ସାରିଲାଣି କିନ୍ତୁ ନିମ୍ନ ମାନର କାର୍ଯ୍ୟ ହୋଇଥିବା ରୁ ଏହା ପୁନଃବାର ଭାଙ୍ଗି ଫାଟି ଏବଂ ପୋଲର ମଧ୍ୟ ଭାଗରେ ଜଳ ସଂଗଠିତ ହୋଇରହୁଛି ଏବଂ ଢ଼ଳେଇ ଖୋଳି ହୋଇ ପୋଲରେ ବଡ଼ବଡ଼ ଟାପ ମଧ୍ୟ ସୃଷ୍ଟି ହେଲାଣି ଏଥିପାଇଁ ଜନ ସାଧାରଣ, ଯାନବାହାନ ଏବଂ ପୁରୀ କୁ ଯାଉଥିବା ଯାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି
ଜନସାଧାରଣ ମାନଙ୍କ ସରକାରଙ୍କ ପାଖରେ ଏତିକି ଅନୁରୋଧ କରୁଅଛୁ କି ଏହି ପୋଲଟିକୁ ଯଦି ପୁନଃବାର ସଠିକ ଭାବରେ କାର୍ଯ୍ୟ କରାଯାଆନ୍ତା ଆମ୍ଭେ ଅଞ୍ଚଳ ବାସୀ ସରକାର ଙ୍କ ପାଖରେ ଚିରଋଣୀ ରୁହନ୍ତୁ