//BREAKING//
Loading...

ବାହୁଡ଼ା ଯାତ୍ରା ରେ ନାଟକ ମଞ୍ଚସ୍ଥ


ଧରାକୋଟ,1/7/23(ମନୋଜ କୁମାର ସାହୁ)
ଧରାକୋଟ ବ୍ଲକ ର ଢ଼ଉଗାଁ ଠାରେ ବାହୁଡ଼ା ଯାତ୍ରା ଅବସରରେ ପୌରାଣିକ ନାଟକ ବିଜୟୀ ପାଣ୍ଡବ ମଞ୍ଚସ୍ଥ ହୋଇଯାଇଛି। ଆସିକା ନିକଟସ୍ଥ ଜୟପୁର ଗ୍ରାମର କଳାକାର ମାନଙ୍କ ଦ୍ଵାରା ପରିବେସିତ ଏହି ନାଟକକୁ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସ୍ଥାନୀୟ ସରପଞ୍ଚ ମନୁ ପାତ୍ର, ଝରପାରି ସରପଞ୍ଚ ମାଧୁରୀ ସ୍ବାଇଁ, ଝାଡ଼ବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ସରଧାପୁର ସରପଞ୍ଚ ଦିଲୀପ ଜେନା,ଜଗମୋହନ ସରପଞ୍ଚ ପ୍ରମୋଦ ମହାରଣା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆରସୁଲୁ ପାତ୍ର ଓ ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଢ଼ଉଗାଁ ର ପ୍ରସିଦ୍ଧ ଏକାଦଶୀ ତିଥିର ବାହୁଡା଼ ଯାତ୍ରା ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକ ଯୋଗଦେଇଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବଡ଼ ବନ୍ଧ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ବିଶ୍ରାମ ଗୃହ ଉଦଘାଟିତ ହୋଇଥିଲା।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe