ଧରାକୋଟ,1/7/23 ଧରାକୋଟ ବ୍ଲକର ବୈଠକ ଗୃହ ପରିସରରେ ଋଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏ ବି ଡି ଓ ସୁଶୀଲ ପଟନାୟକ, ବି ପି ଏମ ପ୍ରତାପ ସ୍ୱାଇଁ, ସୁପର ଭାଇଯର ଭଗ୍ୟଲତା ମଣ୍ଡଳ, ବି ଏଲ ଏଫ ବ୍ଲକ ସଭାପତି ଗୀତା ପଟ୍ଟନାୟକ,ସମ୍ପାଦକ ରିତାଞ୍ଜଳି ଭୂୟାଁ ଓ ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ତଥା ଏକାଉନ୍ତେଣ୍ଟ ବିଷ୍ଣୁ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆ ଯାଉଥିବା ରୁଣ ପ୍ରଦାନ ଓ ସୁଧ ଫେରସ୍ତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଶହେ ଗୋଟି ଗ୍ରୁଫ ର ଦୁଇଶହ ଜଣ ସଦସ୍ୟା ଯୋଗଦେଇଥିଲେ । ଦୁଇ ବର୍ଷ ପୂର୍ବରୁ ଯେଉଁ ଗୃଫ ଋଣ ନେଇ ନାହାନ୍ତି ସେହି ଗ୍ରୁଫ କୁ ସରକାରଙ୍କ ତରଫରୁ ପାଞ୍ଚ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ଏହି ଋଣ ଦ୍ଵାରା ଗ୍ରୁଫ ର ସଦସ୍ୟା ମାନେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ସ୍ବାବଲମ୍ବୀ କରି ପାରିବେ । କାର୍ଯ୍ୟକ୍ରମକୁ ମିଶନ ଶକ୍ତି ବିଭାଗ ର କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ।