"ପ୍ରିଏ ତୁମୋ ସିଏ"ଓଡ଼ିଆ ଚଳଚ୍ଚିତ୍ର ରେ ଏକ ଅସାମ୍ବିଧାନିକ ଶବ୍ଦ ପ୍ରଯୋଗ କରି ଏକ ନିର୍ଦ୍ଦିଷ୍ଟ ଅନୁସୂଚିତ ଜାତିକୁ ଅପମାନ
ରାୟଗଡ଼ା ଜିଲ୍ଲା ଅନୁ ସୂଚିତ ଜାତି ସମାଜ ସଦସ୍ୟ ମାନେ ଆଜି ରାତ୍ରୀ ୦୮ ଘଣ୍ଟା ସମୟରେ ରାୟଗଡା ପୋଲିସ ଥାନା ରେ ଲେଖ୍ ଜଣାଇଛନ୍ତି ଏହି କି ଯେ ଝିଲିକ ସସନ୍ ପିକ୍ଚରସ ଦ୍ବାରା ନିର୍ମାଣ ଝିଲିକ୍ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶକ ସୁଧାଂଶୁ ସାହୁ ଙ୍କ ଦ୍ବାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର “ପ୍ରିୟେ ତୁ ମୋ ସିଏ" ରେ ଅଣ ସାମ୍ବିଧାନିକ ଶବ୍ଦ ( ହରିଜନ) କୁ ପ୍ରୋୟଗ କରି ଉକ୍ତ ସମାଜ କୁ ଅପମାନ କରି ସମାଜ ର ସମସ୍ତ ମାନ ସମ୍ମାନ ଖୁର୍ଣ୍ଣ କରିଛନ୍ତି । ଭାରତୀୟ ସମ୍ବିଧାନର ଧାରା _ ଧାରା ୧୫୩କ IPC ରେ ଉଲ୍ଲେଖ ଅଛିକି କୌଣସି ଜାତି, ଧର୍ମ, ବାସସ୍ଥାନ ଓ ଭାଷାକୁ ନେଇ ଆକ୍ଷେପ କରାଯାଇ ପାରିବନାହିଁ ଯାହା ଆଇନସିଦ୍ଧ ନୁହେଁ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ। ତେଣୁ ଏହି ଚଳଚିତ୍ର ରାୟଗଡା ସହରର ଯେଉଁ ସିନେମା ହଲ ରେ ଚାଲୁଅଛି ତାହାକୁ ବନ୍ଦ କରିବା ନିମନ୍ତେ ଆମେ ଦାବି କରୁଅଛୁ। ଏଣୁ ଅନୁରୋଧ ଆମ ଅଭିଯୋଗ ଗ୍ରହଣ କରି ଚଳଚିତ୍ରର ନିର୍ମାତା ଝିଲିକ ଭଟାଚାର୍ଯ୍ୟ, ନିର୍ଦେଶକ ସୁଧାଂଶୁ ସାହୁ ଏବଂ ଅଭିନେତା ସହିତ ଅଭିନେତ୍ରୀ ଏଲିନା ସମନନ୍ତରାୟଙ୍କୁ ତୁରନ୍ତ ଆଇନ ଅନୁଯାଇ ଦଣ୍ଡିତ କରାଯାଇ ଉକ୍ତ ଚଳଚିତ୍ର କୁ ବେଆଇନ ଘୋଷଣା କରାଯାଉ। ରାୟଗଡ଼ା ଥାନା ଭାରୋପ୍ରାପ୍ତ ଅଧିକାରୀ ସେମାନଙ୍କ ଠାରୁ ପ୍ରତିବାଦ ପତ୍ର ଗ୍ରହଣ କରି ଆଲୋଚନା କରି କହିଥିଲେ ଯେ ଉପରୋସ୍ତ ଅଧିକାରୀଙ୍କ ଆଲୋଚନା କରି ଉଚିତ୍ ପଦକ୍ଷେପ ନେବା ବୋଲି ପ୍ରତିଶୃତି ଦେଇଥିଲେ। ବାମସେଫ ସଭାପତି ଜନାରଧନ ଗରଡା, ମିନାରାଓ ଉଲକା, ଭୂଷଣ ବିଡ଼ିକା, ଧନଜୟ ନାୟକ, ଓ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ। ରାୟଗଡ଼ାରୁ ଆଶୁତୋଷ କୁମାର ପଟ୍ଟନାୟକ।