ବାଣପୁର ମାଟ୍ରିକ ମେଧା ସମ୍ବର୍ଦ୍ଧନା
ନାଚୁଣୀ,ତା୩୦.୦୭.୨୦୨୩ :
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଶିକ୍ଷା ବ୍ଲକର ୨୨ଟି ଉଚ୍ଚ ବିଦ୍ୟାଳୟର
୨୦୨୩ ମେଟ୍ରିକ୍ ଟପ୍ପରଙ୍କ ସମ୍ବର୍ଦ୍ଧନା
ଉତ୍ସବ ସାରିଆ ଭଗବାନ ମହତ୍ଵ ମେମୋରିଆଲ ଟ୍ରଷ୍ଟ ,ଚିଲିକା,ଖୋର୍ଦ୍ଧା
ଆନୁକୂଲ୍ୟରେ ଟ୍ରଷ୍ଟର ସଭାପତି
ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ନାଚୁଣୀସ୍ଥିତ
ଟୁଇଟବାର୍ଡସ୍ ଇଂଲିଶ ମିଡିଅମ୍ ସ୍କୁଲ
ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ର ସମ୍ପାଦକ
କୁନା ମହତ୍ଵଙ୍କ ତତ୍ତ୍ଵାବଧାନରେ
ଆୟୋଜିତ ଉକ୍ତ ଉତ୍ସବରେ ବାଣପୁର ଓ ଚିଲିକା ଗୋଷ୍ଠୀ ଶିକ୍ଷାଧିକାରୀ ସନାତନ ଜାଲି ମୁଖ୍ୟ
ଅତିଥି ଏବଂ ଅବିଭକ୍ତ ପୁରୀ ଜିଲ୍ଲା
ଓଷ୍ଟାର ପ୍ରାକ୍ତନ ସମ୍ପାଦକ ପ୍ରଫୁଲ୍ଲ
କୁମାର ସାମନ୍ତସିଂହାର ଉଦଘାଟକ
ରୂପେ ଯୋଗ ଦେଇ ଜଗନ୍ନାଥଙ୍କ
ଫଟୋଚିତ୍ର ନିକଟରେ ପ୍ରଦୀପ
ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ
ଉଦ୍ଘାଟନ କରିଥିଲେ ।ତାପରେ ସଭାପତି ଶ୍ରୀ ସ୍ବାଇଁ ସ୍ୱାଗତ ଭାଷଣ
ଓ ଅତିଥିମାନଙ୍କ ପରିଚୟ ପ୍ରଦାନ
କରିଥିଲେ ।
ମଞ୍ଚାସୀନ ଅତିଥି ଓ ଗଣ ପ୍ରତିନିଧି
ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ
ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ
ବାଣପୁର ବ୍ଲକ ଟପ୍ପର ହୋଇଥିବା
ନାଚୁଣୀ ଗୋଦାବରୀଶ ସରକାରୀ
ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୀୟା
ସିଂହଙ୍କୁ ଉଦ୍ଘାଟକ ଓ ମୁଖ୍ୟ ଅତିଥି
ଯଥାକ୍ରମେ ଉତ୍ତରୀୟ ପ୍ରଦାନ କରି
ଓ ପଗଡ଼ି ପରିଧାନ କରାଇ ସମ୍ବର୍ଦ୍ଧିତ
କରିଥିଲେ । ଉକ୍ତ ଉତ୍ସବରେ ଡ଼ଃ
ନୃସିଂହ ଚରଣ ପ୍ରଧାନ ମୁଖ୍ୟ ବକ୍ତା
ଭାବେ ଯୋଗ ଦେଇଥିବା ବେଳେ
ଟ୍ରଷ୍ଟର ତିନି ଉପଦେଷ୍ଟା ପ୍ରାକ୍ତନ
ଚିକିତ୍ସା ଅଧିକାରୀ ଡା. ମଧୁସୂଦନ ସେନାପତି,ପ୍ରାକ୍ତନ ଚିଲିକା ଗୋଷ୍ଠୀ
ସହ ଶିକ୍ଷାଧିକାରୀ ବୈକୁଣ୍ଠ ନାଥ
ପାଇକରାୟ , ବଡକୁଳ ପ୍ରଗତିଶୀଳ
ସୃଜନୀ ସଂସଦର ସଭାପତି ଭିକାରୀ
ଚରଣ ପ୍ରଧାନଙ୍କ ସମେତ ନାଚୁଣୀ
ଗୋଦାବରୀଶ ସରକାରୀ ଉଚ୍ଚ
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ସ୍ବାଇଁ ଚିଲିକା
ବ୍ଲକ୍ ଓଷ୍ଟା ସଭାପତି ବିଜୟ କୁମାର
ପାତ୍ର,ବାଣପୁର ମଣ୍ଡଳ ସଂଯୋଜିକା
ସନ୍ଧ୍ୟାରାଣୀ ହରିଚନ୍ଦନ,ବାଣପୁରର
ଦୁଇ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ
ସନ୍ଧ୍ୟାବତୀ ଲେଙ୍କା ଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ,ଖୋର୍ଦ୍ଧା
ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭ୍ୟ ଆଶିଷ କୁମାର ପତି, ଅଂଲାଡ଼ିହ ସ୍ଥିତ
ଦଣ୍ଡପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ
ଶିକ୍ଷକ ମୃତ୍ୟୁଞ୍ଜୟ ରଥ, ଟୁଇଟ
ବାର୍ଡ୍ସ୍ ଇଂଲିଶ ମିଡିଅମ୍ ସ୍କୁଲର ନିର୍ଦ୍ଦେଶକ ପ୍ରଦୋଷ କୁମାର ଦାସ
ଓ ଅଧ୍ୟକ୍ଷ ସୁରେଶ ଦାଶ ସମ୍ମାନିତ
ଅତିଥି ଭାବେ ଯୋଗ ଦେଇଥିଲେ ।
ସମ୍ପାଦକ ଶ୍ରୀ ମହତ୍ଵ ବିବରଣୀ ପଠନ କରିଥିଲେ ।
ଏହି ଉତ୍ସବରେ ୧୬ଜଣ ଏ୧ ଗ୍ରେଡ
ଧାରୀ ଓ ୧୬ ଜଣ ନିଜ ବିଦ୍ୟାଳୟ
ସ୍ତରରେ ସର୍ବୋଚ୍ଚ ସ୍ଥାନ ଅଧିକାର
କରିଥିବା ବିଦ୍ୟାର୍ଥୀଙ୍କୁ ଟ୍ରଫି ଓ
ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ
କରାଯାଇଥିଲା । ଟୁଇଟ ବାର୍ଡ ଇଂଲିଶ ମିଡିଅମ୍ ସ୍କୁଲର ଶିକ୍ଷକ
ଶିକ୍ଷୟତ୍ରୀ ,ମୋନାଲି ହୋତା,ମିନାବାଇ ପ୍ରଧାନ,ଅଶୋକ
କୁମାର ବେହେରା,ସୁଧାଂଶୁ କୁମାର
ଦାଶ ସହଯୋଗ କରିଥିଲେ ।
ପରିଶେଷରେ ସୁରେଶ କୁମାର ଦାଶ
ଅତିଥି ,ସମ୍ବର୍ଦ୍ଧିତ ପ୍ରତିଭା ଓ ସେମାନଙ୍କ ପିତାମାତା ,ଟ୍ରଷ୍ଟର
କର୍ମକର୍ତ୍ତା ଓ ସହଯୋଗୀ
ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।