*ଶ୍ରେୟାନ୍ସୀ କୁ ଚିକିତ୍ସା ପାଇଁ ହାତ ବଢ଼ାଇଲା ସୂର୍ଯ୍ୟାଂଶୁ ପରିବାର ଫାଉଣ୍ଡେସନ*
ସିସ୍ଟିକ ହାଇଗୃମା ରୋଗ, ଲିମ୍ଫା ଜିମା ରୋଗ ରେ ପୀଡିତ ଶ୍ରେୟାଂଶୀ
ବଞ୍ଚିବା ରେ ବାଧକ ସାଜିଛି ଝିଭ
ଜୀବନ ଯନ୍ତ୍ରଣା ରେ ଛଟ ପଟ ହେଉଛି କୁନି ଝିଅ ବୟସ ମାତ୍ର ଏକ ବର୍ଷ l ଯନ୍ତ୍ରଣା ପାଇଁ ଆଖିରେ ଝରୁଛି ଲୁହ.. ଶିଶୁ କନ୍ୟା କୁ ଚିକିତ୍ସା ନ କରି ପାରି ଦୁଃଖ ରେ ଭାଙ୍ଗି ପଡିଛନ୍ତି ବାପ ମା...ଶିଶୁ କନ୍ୟା ଜଣକ ରୋଗ ରେ ଆକ୍ରାନ୍ତ ହୋଇ ଜୀବନ ସହିତ ଏବେ ସଂଗ୍ରାମ କରୁଛି.... ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ରେ.. ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଜଡିଦା ପଞ୍ଚାୟତ ରୁଷ ଗାଁ ର ସହଦେବ ସାହୁ ଙ୍କ ଏକ ବର୍ଷ ର ଶିଶୁ କନ୍ୟା ଶ୍ରେୟାଂଶୀ ଏବେ ଜୀବନ ସହ ସଂଗ୍ରାମ କରୁଛି... ଶ୍ରେୟାଂଶୀ ଜନ୍ମ ହେବା ପରେ ମେଡିକାଲ ଠୁ ଆରମ୍ଭ କରି ଗାଁ ଓ ପରିବାର ରେ ଖୁସି ଖେଳି ଯାଇଥିଲା.... ଜନ୍ମ ର ସାତ ଦିନ ପରେ ପରିବାର କୁ ମାଡି ଆସିଲା ଦୁଃଖ ର କଳା ବାଦଲ.. ଆଉ ସାତ ଦିନ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଖାଦ୍ୟ ଖାଇ ପାରି ନଥିଲା.. ତେଣୁ ପରିବାର ଲୋକେ କୁନି ଝିଅ କୁ ଡ଼କ୍ଟର ଙ୍କ ନିକଟକୁ ନେଇ ଯାଇଥିଲେ.. ତାପରେ ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ନ ଆସିବାରୁ ଭୁବନେଶ୍ୱର AIIMS କୁ ନେଇ ଯାଇଥିଲେ... ସେଠାରେ ଶିଶୁ କନ୍ୟା ଜଣକ ସିସ୍ଟିକ ହାଇଗୃମା ରୋଗ ରେ ପୀଡିତ ଥିବା ଜାଣିବାକୁ ପାଇଥିଲେ... ଶିଶୁ କନ୍ୟା ର ଅପରେସନ ପାଇଁ ପରାମର୍ଶ ଦେଇଥିଲେ... ଡ଼କ୍ଟର ଙ୍କ କଥା ଶୁଣି ପରିବାର ଲୋକଙ୍କ ର ପାଦ ତଳେ ମାଟି ଖସି ଯାଇଥିଲା...ପରିବାର ରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅ କୁ ଭଲ କରିବା ପାଇଁ ଘରେ ଯାହା ଯେଉଁଠି ଥିଲା ସବୁ ବିକ୍ରି କରିଦେଇଥିଲେ.. ଶିଶୁ କନ୍ୟା ର ଥରେ ନୁହେଁ କି ଦୁଇ ଥର ନୁହେଁ ଚାରି ଚାରି ଥର ଅପରେସନ ହେଲା.. କୌଣସି ସୁଫଳ ମିଳିଲା ନାହିଁ.. ଶିଶୁ କନ୍ୟା ଟି ଅଧିକ ଅସୁସ୍ଥ ହୋଇ ପଡିଲା... ଅପରେସନ ପରେ ଶିଶୁ କନ୍ୟା ର ଜିଭ ବାହାରକୁ ବାହାରିବା ସହିତ ଖାଦ୍ୟ ଖାଇ ପାରୁନଥିଲା... କିନ୍ତୁ ଡ଼କ୍ଟର ଶିଶୁ କନ୍ୟା ର ପେଟ ଓ ବେକ ରେ ଏକ ଛିଦ୍ର କରି ଖାଦ୍ୟ ଓ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ପାଇପ ଲଗାଇଛନ୍ତି... ସହଦେଵ ଘର ର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ରାଜ୍ୟ ବାହାରେ ରହି ଏକ ଦୋକାନ ରେ କାମ କରୁଥିଲେ..
ଯେତେକି ରୋଜଗାର କରନ୍ତି ପରିବାର ର ପାଞ୍ଚ ପ୍ରାଣୀ ଚଳନ୍ତି.. ଶିଶୁ କନ୍ୟା ର ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟ କୁ ରୋଜଗାର ପାଇଁ ଯାଇ ପାରୁନାହାନ୍ତି.... ଡ଼କ୍ଟର ଙ୍କ ର କହିବା କଥା ଏବେ ତାଙ୍କର ଚାରୋଟି ଇଞ୍ଜେକ୍ସନ ଲାଗିବ ପାଖା ପାଖି 2 ଲକ୍ଷ ଟଙ୍କା ଆବଶ୍ୟକ.. ସପ୍ତାହ କୁ 8 ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହାତରେ ଟଙ୍କା ଟିଏ ବି ନାହିଁ..... ଏହି ଖବର ପାଇବା ମାତ୍ରେ ଖନ୍ତାପଡ଼ା, କସବାଜୟପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୂର୍ଯ୍ୟାଂଶୁ ପରିବାର ଫାଉଣ୍ଡେସନ ପାଇବା ପରେ ପରିବାର ନିକଟରେ ପହଂଚି ଶ୍ରେୟାଂଶୀ ର ଚିକିତ୍ସା ପାଇଁ କୋଡିଏ ( 20,000) ହଜାର ଟଙ୍କା ଆର୍ଥିକ ସହାୟତା କରିଥିଲେ ! ଏବଂସୂର୍ଯ୍ୟାଂଶୁ ଫାଉଣ୍ଡେସନ ପରିବାରର ସଦସ୍ୟ ମାନେ ଓଡିଶାବାସି ଙ୍କୁ ଶ୍ରେୟାଂଶୀ କୁ ସହାୟତା ଦେବା ପାଇଁ ଅନୁରୋଧ କରିଥିଲେ... ସୂର୍ଯ୍ୟାଂଶୁ ପରିବାର ଫାଉଣ୍ଡେସନ ର ସହାୟତା ପାଇ ପରିବାର ସଦସ୍ୟ ଓ ଶ୍ରେୟଂଶୀ ର ବାପା, ମା ଙ୍କ ସହିତ ଅଞ୍ଚଳବାସୀ ସୂର୍ଯ୍ୟାଂଶୁ ପରିବାର ଫାଉଣ୍ଡେସନ ର ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ... ଝିଅ ର ଜୀବନ ବଞ୍ଚାଇବାକୁ ଆହୁରି ଅର୍ଥ ର ଆବଶ୍ୟକତା ଥିବା ବେଳେ ପରିବାର ତରଫରୁ ସରକାର, ଓଡିଶା ବାସୀ ଙ୍କ ନିକଟରେ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି !!
ବ୍ୟୁରୁ ରିପୋର୍ଟ ସଂଘର୍ଷ ଟିଭି, ମହେଶ ମଲିକ, ସୋର