...
ଧରାକୋଟ,19/7/23
ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ ର ଡାକିବଜା ଗାଁର ପଶ୍ଚିମ ଦିଗରେ ବିଲ ଭିତରେ ବିପଦ ଜନକ ଭାବରେ ଝୁଲି ରହିଥିବା ବିଦ୍ୟୁତ କେବୁଲ କୁ ନେଇ ଗାଁ ଲୋକେ ଚିନ୍ତାରେ ପଡିଛନ୍ତି । ଜମି ଠାରୁ ମାତ୍ର ଚାରି ଫୁଟ ଉଚ୍ଚରେ ଧାନ ବିଲ ମଝିରେ କେବୁଲ ଟି ଝୁଲି ରହିଛି । ସଂପ୍ରତି ବର୍ଷା ଦିନ ସାଙ୍ଗକୁ ଚାରିଆଡେ ରୁଆ ବେଉଷଣ କାମ ଚାଲିଛି ।ଅନ୍ୟ ପଟରେ ଏହି ଜମି ପାର୍ଶ୍ଵରେ ପିଲାମାନେ ଖେଳ ବୁଲ କରୁଥିବା ବେଳେ ଗୃହ ପାଳିତ ପଶୁମାନେ ନିକଟରେ ବିଚରଣ କରୁଛନ୍ତି । ବର୍ଷା ଦିନ ଯୋଗୁଁ ଯଦି କେବୁଲ ରେ ଅଚାନକ ବିଦ୍ୟୁତ ସରବରାହ ହୁଏ ତାହେଲେ ଧନ ଜୀବନ କ୍ଷତି ହେବାର ଆଶଙ୍କା ମଧ୍ୟ ରହିଛି। ଅନ୍ୟ ପଟରେ ଗାଁ ଶେଷ ମୁଣ୍ଡରେ ଥିବା ବିଦ୍ୟୁତ ପୋଲ ଟିର ତଳ ପଟେ କଳଙ୍କି ଲାଗି ଖାଇଯାଇ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି। ଯାହାକୁ ନେଇ ଗାଁ ଲୋକେ ଚିନ୍ତାରେ ପଡିଛନ୍ତି। ଏ ସମ୍ପର୍କରେ ଧରାକୋଟ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରିବା ବେଳେ ତୁରନ୍ତ ଏହାର ପ୍ରତିକାର କରାଯିବ,ଆବଶ୍ୟକ ସ୍ଥଳେ ପୋଲ ବଦଳାଯାଇ କେବୁଲ କୁ ଟାଣି ସିଧା କରାଯିବ ବୋଲି ପ୍ରକାଶ କରିଛନ୍ତି। ଏଣୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ ଗାଁ ଲୋକେ ଦାବୀ କରିଛନ୍ତି।