//BREAKING//
Loading...

ନିୟନ୍ତ୍ରଣ ବାହାରେ ପରିବା ସହିତ ଅଟା, ଡାଲି: ଲୋକେ ହନ୍ତସନ୍ତ


ଆସ୍କା ରେ ବିଭିନ୍ନ ପନି ପରିବା ଠାରୁଆରମ୍ଭ କରି ଚାଉଳ, ଡାଲି,ତେଲ, ଅଟା ସମେତ ବିଭିନ୍ନ
ସାମଗ୍ରୀରେ ଅହେତୁକ ମୂଲ୍ୟ ବୃଦ୍ଧିଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗରିବ ଗୁରୁବାଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାରର ଲୋକେ ଏବେ ବଜାରକୁ ଯିବାକୁ ଭୟ କରୁଛନ୍ତି । ବିଗତ କିଛି ଦିନ
ହେଲା ସମସ୍ତ ପ୍ରକାର ପରିବା ଦୁଇଗୁଣରୁ ଅଧିକ ଦରରେ ବିକ୍ରି ହେବା ସାଙ୍ଗକୁ ଚାଉଳ ଠାରୁ ଆରମ୍ଭ କରି ତେଲ,ଜାଇ, ଅଟା ସହ ବିଭିନ୍ନ ସାମଗ୍ରୀ କେତେକ ଗ୍ରୋସରୀ ଦୋକାନି ମାନେ ମନଇଚ୍ଛା ଦରବୃଦ୍ଧି କରିଥିଲେ ମଧ୍ୟ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ସାଧରଣ ଜନତା ନିଜ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନଜବାକୁ ବାଧା ଦେଲେ ମଧ୍ୟ ନେଉଛନ୍ତି। ଏଥପାଇଁ , ସରକାର ଚୁପ ରହିବା ବିଭାଗୀୟ ଫଳରେ ଅଧିକାରୀମାନେ କୌଣସି ସ୍ଥାନରେ ଚଢ଼ାଉ କରୁନଥିବା ଯୋଗୁଁ ମୁନାଫା ଖୋର ବ୍ୟବସାୟୀ ମାନେ ମନ ଇଚ୍ଛା ଅତି ଚଢ଼ା ଦରରେ ସାମଗ୍ରୀ ବିକ୍ରି କରୁଛନ୍ତି । ତେଲ ଲୁଣ ସଂସାରର ଦର ବୃଦ୍ଧି ଦେଖୁ ଅଣ୍ଡା,
ମାଛ, ମାଂସ ଓ ଚିକେନ୍‌ ଦର ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଛି। ବେଳ ଥାଉ ଥାଉ ଯଦି ସରକାର ଚେତିବେ ନାହିଁ ତାହା ହେଲେ ଆଗକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିବ ବୋଲି ସାଧରଣରେ ଆଲୋଚନା ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe