ଧରାକୋଟ,18/7/23
ଧରାକୋଟ ବ୍ଲକ ପରିସରରେ ଆଜି ପଞ୍ଚଚାଳସି ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ନୂତନ ବୈଠକ ଗୃହ ଆସିକା ସାଂସଦ ପ୍ରମିଳା ବିଶୋଇ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ଭଞ୍ଜନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଏବଂ ବି ଡି ଓ ଡେନିସ ବେହେରା ଯୋଗ ଦେଇଥିଲେ। ନୂତନ ବୈଠକ ଗୃହରେ ଅତିଥି ମାନେ ବ୍ଲକ ସ୍ତରର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଦୀର୍ଘଦିନ ପରେ ବ୍ଲକରେ ଏକ ନୂତନ ବୈଠକ ଗୃହ ନିର୍ମାଣ ହୋଇଥିବାରୁ ଅଞ୍ଚଳ ବାସି ଖୁସି ପ୍ରକଟ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ମନୋଜ ସାହୁ,ବି ଜେ ଡି ବ୍ଲକ ସଭାପତି ସଞ୍ଜୟ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲୀପ ସ୍ୱାଇଁ ଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ।