ଧରାକୋଟ--୧୮.୦୭.୨୩ ଧରାକୋଟ ବ୍ଲକ ସଭାଗୃହ ପରିସରରେ ସାମାଜିକ ସମୀକ୍ଷା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଡିଓ ଡେନିସ ବେହେରା ପୁରୋହିତ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଭଂଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଯୋଗଦେଇଥିଲେ। ସମୀକ୍ଷା କାର୍ଯ୍ୟକ୍ରମ ରେ ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଜେନା abdo ଶୁଶିଲ କୁମାର ପଟ୍ଟନାୟକ,apo କୃଷ୍ଣ ଚନ୍ଦ୍ର ବେହେରା,bsaଭଗବାନପଣ୍ଡା ଜିଲ୍ଲା ସମୀକ୍ଷକ ରବିନ୍ଦ୍ର ମଲାଣ, ତହସିଲ ଦାର କବିରାଜ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମନୋଜ କୁମାର ସାହୁ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ସହାୟତା ରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ସର୍ବମୋଟ ୧୧ଲକ୍ଷ ୯୦ ହଜାର ୧୫୧ କର୍ମ ଦିବସ ସୃଷ୍ଟି ହୋଇଛି।୨୯୧୨ଜଣ କର୍ମଜୀବୀ ୧୦୦ଦିନିଆ କର୍ମ ଦିବସ ସମାପ୍ତ କରିଛନ୍ତି। ମଜୁରି ଓ ସାମଗ୍ରୀ ବାବଦରେ ୩କୋଟି ୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।ଏହି ଅବସରରେ ନୂତନ mgnrega ଗୃହ ଉଦଘାଟିତ ହୋଇଥିଲା।
ଧରାକୋଟ ବ୍ଲକ ରେ ସାମାଜିକ ସମୀକ୍ଷା ଜନ ଶୁଣାଣି କାର୍ଯ୍ୟକ୍ରମ।
By: SANGHARSA TV
0


