*ଦୁର୍ଘଟଣାରୁ ବର୍ତ୍ତିଲା ଭଦ୍ରକ-ଖଡ଼ଗପୁର ମେମୁ ଟ୍ରେନ୍, ଲୋକପାଇଲଟ୍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କଲେ ଯାତ୍ରୀ*
ପୁଣି ରେଳ ବିଭାଗର ଦାୟିତ୍ୱ ହୀନତା ପଦାରେ ପଡ଼ିଛି। ଗତ ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଏକ ସମ୍ଭାବ୍ୟ ଦୁର୍ଘଟଣା ପରିସ୍ଥିତିକୁ ଆୟତ୍ତ କରିଛନ୍ତି ଲୋକପାଇଲଟ୍। ବାହାନଗା ରେଳଷ୍ଟେସନ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଭଦ୍ରକ-ଖଡ଼ଗପୁର ମେମୁ ଟ୍ରେନ୍ ଆଜି ଅପରାହ୍ଣରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଫଳରେ ମେମୁ ଟ୍ରେନ୍ର ୪୦୦ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ଅଛି।
ସୂଚନା ଅନୁସାରେ ଭଦ୍ରକରୁ ମେମୁ ଟ୍ରେନ୍ଟି ଖଡ଼ଗପୁର ଯାଉଥିଲା। ନୀଳଗିରି ରୋଡ ବାରୁଣସିଂ ଷ୍ଟେସନରେ ଡାଉନ୍ ଲାଇନରେ ଟ୍ରେନ ଆସୁଥିବାବେଳେ ଟ୍ରେନଟି ହଠାତ ଲୁପ ଲାଇନରେ ପଶି ଯାଇ ଯାଇଥିଲା। କଣ ପାଇଁ ଷ୍ଟେସନ ନିକଟରେ ଲୁପଲାଇନରେ ପଶିଗଲା ମେମୁ ଟ୍ରେନ୍ ସେ କଥା ଜଣା ପଡ଼ି ନାହିଁ। କିନ୍ତୁ ଟ୍ରେନ୍ଟି ଲୁପ୍ଲାଇନ୍ ଦେଇ ଆଗକୁ ବଢ଼ୁଥିବା ନେଇ ଲୋକପାଇଲଟ ଜାଣିବାକୁ ପାଇଥିଲେ। ହଠାତ୍ ସେ ଉପସ୍ଥିତ ବୁଦ୍ଧି ଲଗାଇଥିଲେ। କୌଶଳ କ୍ରମେ ଟ୍ରେନ୍କୁ ଆଗକୁ ନ ବଢ଼ାଇ ପୁଣି ମେନ୍ ଲାଇନ୍କୁ ନେଇଥିଲେ। ଫଳରେ ଟ୍ରେନ୍ଟି ଦୁର୍ଘଟଣାରୁ ବର୍ତ୍ତିଯାଥିଲା।
ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡ଼ିନଥିବା ବେଳେ ଲୋକ ପାଇଲଟଙ୍କ ନିଜର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ଜୀବନ


