//BREAKING//
Loading...

ଲଟା ବୁଦା ପରିପୂର୍ଣ୍ଣ ଆଗୁଳ ନାଳ ଚାଷୀଙ୍କ ଚିନ୍ତା ବଢ଼ାଉଛି

.....
ଧରାକୋଟ,17/7/23
ଧରାକୋଟ ବ୍ଲକ ର ସାବାସ ସବା ପଞ୍ଚାୟତ ର ଘନସାଗର ପାହାଡ଼ରୁ ବାହାରିଛି ଆଗୁଳ ନାଳ । ଏହା ମାଣିକ ପୁର, ଓଳମ୍ବା, ରୁଗୁମୁ ଓ ବାହାରପୁର ପଞ୍ଚାୟତ ମଧ୍ୟରେ ଗତିକରି ଧରାକୋଟ ପଞ୍ଚାୟତ ର ଜାନବି ଲି ଠାରେ ଋଷିକୁଲ୍ୟା ନଦୀ ରେ ମିଶିଛି। ପ୍ରାୟ କୋଡିଏ କିମି ଏହା ଛଅ ଗୋଟି ପଞ୍ଚାୟତ ଦେଇ ବହି ଯାଇଛି। ଏହା ଏକ ସଂକୀର୍ଣ୍ଣ,ଗଭୀର ଓ ଖରସ୍ରୋତା ନାଳ । ଏହାର ଗର୍ଭ ଚଢ଼େୟା ସାଙ୍ଗକୁ ବିଭିନ୍ନ ଲଟା ବୁଦା ରେ ପରିପୂର୍ଣ । ନାଳ ଟି ଅଙ୍କା ବଙ୍କା ଅଧିକ ହୋଇଥିବାରୁ ବର୍ଷା ଦିନେ ଏଥିରେ ବନ୍ୟା ଜଳ ପ୍ରବାହିତ ହୋଇ ବିଭିନ୍ନ ଜାଗାରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଚାଷଜମି ଜଳମଗ୍ନ ହେବାସହ ବାଲିଚର ହୋଇଯାଏ। ଏଣୁ ନାଳ ପାର୍ଶ୍ଵ ଜମିର ଚାଷୀ ମାନଙ୍କ ଚିନ୍ତା ବଢିଯାଏ । ସଂପ୍ରତି ଆଗୁଳ ନାଳ ଭିତରେ ନାନା ପ୍ରକାର ର ଲଟା ବୁଦା ଭର୍ତିହୋଇ ରହିଛି। ଏଣୁ ବର୍ଷା ହେଲେ ନାଳରେ ପାଣି ଆସିଲେ ଏହା ନାଳ ଭିତରେ ନଯାଇ ହିଡ ଭାଙ୍ଗି ବାହାରକୁ ଯିବାର ସମ୍ଭାବନା ଅଧିକ । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ । ଆଗୁଳ ନାଳ ବ୍ରହ୍ମପୁର ଡ୍ରେନେଜ ବିଭାଗ ଅଧିନରେ ରହିଛି। ଗତ ପାଞ୍ଚ ବର୍ଷ ପୂର୍ବେ ବିଭାଗ ତରଫରୁ ଏହାର ପୁନରୁଦ୍ଧାର କରାଯାଇଥିଲା । ସଂପ୍ରତି ଭଞ୍ଜନଗର ଜଳସେଚନ ବିଭାଗ ତରଫରୁ ଏହାର ମରାମତି କାର୍ଯ୍ୟ ହାତକୁ ନିଆଯାଇଛି । ଏହି ନାଳର ବେଠୁଆର ଠାରୁ ଜାନବିଲି ପର୍ଯ୍ୟନ୍ତ ପାଞ୍ଚ କିମି ଅଞ୍ଚଳର ଭିତ୍ତିଭୂମି ର ବିକାଶ ପାଇଁ ଜଳସେଚନ ବିଭାଗ ପକ୍ଷରୁ ଚଉଦ କୋଟି ଟଙ୍କାର ଏକ ପ୍ୟାକେଜ ସରକାରଙ୍କ ନିକଟକୁ ପଠାଯାଇଛି । ଯାହାକି ମଞ୍ଜୁରୀ ଅପେକ୍ଷାରେ ରହିଛି। ଏ ସମ୍ପର୍କରେ ଭଞ୍ଜନଗର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଦୃଷ୍ଟି ଆକର୍ଷଣ କରିବା ବେଳେ ଆସନ୍ତା ବର୍ଷ ଏହି ପ୍ୟାକେଜ ପାଇଁ ଟେଣ୍ଡର ଆହ୍ବାନ କରିବା ପାଇଁ ଚେଷ୍ଠା କରିବୁ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଜଳସେଚନ ବିଭାଗ ଏହି ନାଳ ଉପରେ ନଜର ପକେଇବା ପରେ ଡ୍ରେନେଜ ବିଭାଗ ଏଠାରୁ ନଜର ଫେରେଇ ନେଉଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ସନ୍ତୁଳିତ ହେଉଛନ୍ତି ଚାଷୀ । ବର୍ଷାର ଆଗମନରେ ମେଘ ର ପ୍ରକୋପ ଯେତେ ବଢ଼ୁଛି ଚାଷୀର ଛାତିର ସ୍ପନ୍ଦନ ଫସଲ ଉଜୁଡ଼ିଯିବା ଆଶଙ୍କାକୁ ନେଇ ସେତେ ବଢୁଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe