//BREAKING//
Loading...

ଆସିକା ଚୋରି ସୁନା ର ପେଣ୍ଠସ୍ଥଳୀ


ଆସିକା (ନିପ୍ର) : ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ସୁନା ଦୋକାନ ଆସ୍କା ସହରରେ। ଗଞ୍ଜାମଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ ଆସ୍କା ଆସି ସୁନା ହୋଲସେଲ ଓ ଖୁଚରା ଦରରେ କ୍ରୟ କରନ୍ତି । କିଛି ବର୍ଷ ତଳେ ଆସ୍କା ମହାତ୍ମାଗାନ୍ଧୀ ରୋଡ଼ରେ ବହୁ ସୁନା ଦୋକାନ ରହିଥିଲା। ବର୍ତମାନ ଅଧିକାଂଶ ସୁନା ବ୍ୟବସାୟୀମାନେ ବିନାୟକ ବଜାର ଓ ଲକ୍ଷ୍ମୀବଜାର ଅଞ୍ଚଳରେ ନିଜର ସୁନା ଦୋକାନ କରିବା ଫଳରେ ଏହି ଅଞ୍ଚଳରେ ଏବେ ସୁନା କାରବାର ବେଧଡକ ଚାଲିଛି।
କେତେକ ବ୍ୟବସାୟୀ ଏହି ଅଞ୍ଚଳରେ କୋଟି କୋଟି ଟଙ୍କାରେ ଯାଗା କ୍ରୟ
କରିବା ଫଳରେ ଏହି ଦୁଇଟି ସ୍ଥାନରେ
ସାଧରଣ ଲୋକଟିଏ ଆଉ ଯାଗା କ୍ରୟ
କରିପାରୁନାହାନ୍ତି । ରାଜ୍ୟ ତଥା ରାଜ୍ୟ
ବାହାରେ ଚୋରି ହେଉଥୁବା ସୁନା ଆସ୍କାରେ କେତେକ ବ୍ୟବସାୟୀ କ୍ରୟ କରି ମୁଠା ମୁଠା ଟଙ୍କାର ମାଲିକ ହେବାର ନଜିର ରହିଛି ଓ ଚୋରା ସୁନା କ୍ରୟ କରିବା ଅଭିଯୋଗରେ ବିଭିନ୍ନ ଥାନାର ପୋଲିସ ଆସି ଚୋର ସୁନା ଜବତ କରିବା ସହ ଚୋର ସୁନା କ୍ରୟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାର ନଜିର ରହିଛି। କେତେକ ବ୍ୟବସାୟୀଛୋଟ ମୋଟ ବ୍ୟବ ସାୟୀ ମାନଙ୍କୁ ମୋଟା ଅଙ୍କର ଲୋଭ ଦେଖାଇବା
ଫଳରେ ଏହି ଚୋରା ସୁନା କିଣିବାକୁ ଗରିବ ଶ୍ରେଣୀର ବ୍ୟବସାୟୀ ବାଧ୍ୟ ହେଉଛନ୍ତି। ଧରା ପଡିଲେ ସେମାନଙ୍କୁ
ସମସ୍ତ ଟଙ୍କା ଖର୍ଚ୍ଚ କରି କେଶକୁ ରଫା
ଦଫା କରିଦେଉଥିବାର ଦେଖିବାକୁ
ମିଳୁଛି । ପୋଲିସ ମଧ୍ୟ ଚୋରା ସୁନା
କ୍ରୟ କରିବା ଘଟଣା ନଜରକୁ ଆସିଲେ ସଙ୍ଗେ ସଙ୍ଗେ ଧରପଗଡ ସେବାର ୧୭ ଜୁଲାଇ ୨୦୧୩ ଚୋରା ସୁନାର ପେଣ୍ଠସ୍ଥଳୀ ପାଲଟିଛି ଆସିକା ଆରମ୍ଭ କରିଦିଏ କେତେ ସୁନା ଜବତ ହେଲା ତାହାର ହିସାବ ନଥାଏ ଓ ଧରିଥିବା ବ୍ୟକ୍ତିକୁ ସାହାଯ୍ୟ କରିଲେ
ଦୁଇ ପଇସା ରୋଜଗାର ମଧ୍ୟ ହୋଇଯାଏ ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରକାଶଥାଉ କି ଆସ୍କାର କେତେକ ସୁନା ବ୍ୟବସାୟସରକାରଙ୍କ ନିୟମକୁ ଉଲଂଘନ କରି ୨୨ କ୍ୟାରେଟ ସୁନା ବିକ୍ରି କରୁଥିବା
ଏବଂ କ୍ରୟ ବେଳେ ସେହି ସୁନାକୁ ପୁଣି ୧୮ କ୍ୟାରେଟରେ ରଖିବାକୁ କହୁଥିବା ଅଭିଯୋଗ ହେଉଛି ।ଏଥିଯୋଗୁଁ ଆସ୍କାରେ ଦିନକୁ ଦିନ ସୁନା ଦୋକାନିଙ୍କ ସଂଖ୍ୟା ବଢିବାରେ ଲାଗିଛି । ବହୁ ଦିନ ହେଲା ସୁନା ବିକ୍ରି ଉପରେ ନୂଆ ନିୟମ ଲାଗୁ
ହୋଇଥିଲେ ମଧ୍ୟ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe