//BREAKING//
Loading...

ଦୁର୍ଘଟଣା ଗ୍ରସ୍ତ ଯୁବକ କୁ ଡାକ୍ତରଖାନା ପହଞ୍ଚାଇଲେ ଗଞ୍ଜାମ ଆରକ୍ଷୀ ଅଧିକାରୀ ଜଗମୋହନ ମିନା



ଆସିକା 17/07 -(ମନୋଜ କୁମାର ସାହୁ)ଦୁର୍ଘଟଣା ଗ୍ରସ୍ତ ଯୁବକ କୁ ଡାକ୍ତରଖାନା ପହଞ୍ଚାଇଲେ ଗଞ୍ଜାମ ଆରକ୍ଷୀ ଅଧିକାରୀ ଜଗମୋହନ ମିନା l ଆଜି ଭଞ୍ଜନଗର ଠାରେ ଲାଇସେନ୍ସ କରିବାକୁ ଯାଇ ନିଜ ଘରକୁ ଫେରୁଥିବା କବିସୂର୍ଯ୍ୟନଗର ଥାନା ଆମ୍ବପୁଅ ପଞ୍ଚାୟତ ଏକାଦଶୀ ଗ୍ରାମର ପ୍ରକାଶ ସାମଲ ଙ୍କ ପୁଅ ଶତ୍ରୁଘ୍ନ ସାମଲ ଅତ୍ୟଧିକ ମଦ୍ୟପାନ କରି ଦ୍ରୁତଗତିରେ ବେପରୁଆ ଭାବେ ଗାଡି ଚଳାଇ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସନ୍ଧ୍ୟା 5 ଘଣ୍ଟ ସମୟରେ ଆସିକା ପକାଲାପଲ୍ଲୀ ଛକ ଠାରେ ଦୃଘଟଣା ଗ୍ରସ୍ତ ହୋଇଥିଲା ମୁର୍ମୁସୁ ଅବସ୍ଥାରେ ପଡିଥିବାର ଦେଖି ସ୍ଥାନୀୟ ଲୋକ 108 ଆମ୍ବୁଲାନ୍ସ କୁ ଡାକିଥିଲେ ଠିକ ସେହି ସମୟରେ ଭଞ୍ଜନଗର ଠାରେ ଜଣାଶୁଣାଣି କାର୍ଯ୍ୟ ସାରି ଗଞ୍ଜାମ ଆରକ୍ଷୀ ଅଧିକାରୀ ଜଗମୋହନ ମିନା ବ୍ରହ୍ମପୁର ଫେରୁଥିବା ବେଳେ ଆସିକା ପକାଲାପଲ୍ଲୀ ଛକ ନିକଟରେ ଅଟକି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିକୁ ନିଜ ଗାଡ଼ିରେ ଆସିକା ଉପଖଣ୍ଡ ଚିକିତ୍ସାଲୟକୁ ନେଇଥିଲେ l ଦୁର୍ଘଟଣା ଖବର ପାଇ ଆସିକା ଡାକ୍ତରଖାନା ଠାରେ ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସଦଳବଳେ ପହଞ୍ଚିଥିଲେ l ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ପ୍ରାଥମିକ ଚିକତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି l ଗଞ୍ଜାମ ଆରକ୍ଷୀ ଅଧିକାରୀ ଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ପ୍ରକାଶ ଥାଉକି ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶ କ୍ରମେ ମଦ୍ୟପ ଗାଡି ଚାଳକଙ୍କୁ ପୋଲିସ ଧରି ଫାଇନ କାଟିବା ଜୋରଦାର ଚାଲିଥିଲା ବେଳେ ଆଜିର ଏହି ଘଟଣା ଦୁଃଖଦାୟକ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe