//BREAKING//
Loading...

ଶାନ୍ତି ଶକ୍ତି ଭବନରେ ଦିଦି ମନମୋହିନୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ

ଶାନ୍ତି ଶକ୍ତି ଭଵନରେ ଦିଦି ମନମୋହିନୀ ଙ୍କ ଅବ୍ୟକ୍ତ ସ୍ମୃତି ଦିବସ

ତା-30/7(ମନୋଜ କୁମାର ସାହୁ)ଆଜି ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଦିବଂଗତ ପ୍ରଥମ ସହ ମୁଖ୍ୟ ପ୍ରଶାସିକା ଦିଦି ମନମୋହିନୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଶାନ୍ତି ଶକ୍ତି ଭଵନରେ ଆୟୋଜିତ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ ରେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଦିଦି ମନମୋହିନୀଙ୍କ ସ୍ମୃତି ଚାରଣ କରିବାକୁ ଯାଇ ପ୍ରକାଶ କରିଥିଲେ ଯେ ଦିଦି ମନମୋହିନୀ ପ୍ରତ୍ୟେକ ଘଡିକୁ ଜୀବନର ଅନ୍ତିମ ଘଡି ରୂପେ ଗ୍ରହଣ କରି ପରମାତ୍ମାଙ୍କ ପିତାଙ୍କ ବିଶ୍ଵ ଶାନ୍ତି ଓ ଭାଇଚାରାର ସନ୍ଦେଶ ସାରା ବିଶ୍ୱରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ l ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପଣ୍ଡା,ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଜିତ୍ ପଟ୍ଟନାୟକ ଓ ସମ୍ବାଦ ଖବରକାଗଜ ର ପ୍ରତିନିଧି ଗିରୀଶ ତ୍ରିପାଠୀ ଅତିଥି ରୂପେ ଯୋଗଦେଇ ଦିଦିଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଶାନ୍ତି ଶକ୍ତି ଭଵନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe