//BREAKING//
Loading...

ଆସିକା ବିଜ୍ଞାନ ମହା ବିଦ୍ୟାଳୟରେ ମତଦାତା ସଚେତନତା ଅଭିଯାନ

*ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ମତଦାତା ସଚ଼େତନ ଅଭିଯାନ।*

ଆସିକା ତା ୨୯/୭ : (ମନୋଜ କୁମାର ସାହୁ)ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆସିକା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଆଗନ୍ତୁକ ଛାତ୍ରଛାତ୍ରୀ ମତଦାତା ସଚ଼େତନତା ଅଭିଯାନ ସଂପାଦିତ ହୋଇଯାଇଛି। ଏହି କର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଂପାଦିତ ହୋଇଥିଲା। ମତଦାତା ସଚ଼େତନ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ଆସିକା ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚ଼ରଣ ପରିଡ଼ା, ଆସିକା ତହସିଲଦାର ସଂଜୟ କୁମାର ସାମନ୍ତରା, ମତଦାତା ରିସୋର୍ସ ପରସନ୍ ରାମନାଥ ପଟ୍ଟନାୟକ ଏବଂ ଶିବ ପ୍ରସାଦ ଜେନା ଯୋଗଦାନ କରିଥିଲେ। ଆସିକା ଅଞ୍ଚଳର ମତଦାତା ସେକ୍ସ ରେସିଓ କମ୍ ହେବାର ଏକମାତ୍ର କାରଣ ହେଉଛି ନିର୍ବାଚନ ମତଦାତା ପଞ୍ଜିକରଣରେ ଛାତ୍ରଛାତ୍ରୀଙ୍କ ସଚ଼େତନତାର ଅଭାବ ବୋଲି ଆସିକା ବିଡିଓ ସୂଚ଼ାଇଥିଲେ।ତହସିଲଦାର ମୋବାଇଲ ଆପ ମାଧ୍ୟମରେ ଆଗନ୍ତୁକ ଛାତ୍ରଛାତ୍ରୀ ମାନେ କିପରି ମତଦାତାଙ୍କ ନାମ ସ୍ବୟଂ ପଞ୍ଜିକୃତ କରିପାରିବେ ତଥା ମତଦାତା ସ୍ଥାନାନ୍ତର ବ୍ୟକ୍ତି, ମୃତକ ବ୍ୟକ୍ତି ଏବଂ ଭୋଟର ପରିଚ଼ୟ ପତ୍ରରେ ଭୂଲ ତଥ୍ୟ ଥିଲେ କିପରି ସଂଶୋଧନ କରିପାରିବେ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ପ୍ରଶିକ୍ଷକ ରୂପେ ରିସୋର୍ସ ପରସନ୍ ତଥା ସୁପରଭାଇଜର ଶିବଶଂକର ଜେନା ଏବଂ ରାମନାଥ ପଟ୍ଟନାୟକ ଯୋଗ ଦେଇ ଯୁବ ବର୍ଗ ନିଜର ବୟସ ୧୮ ବର୍ଷ ହେବାର ଏକ ବର୍ଷ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଭୋଟର ତାଲିକାରେ ନିଜ ନାମ ଯୋଡିବା ପାଇଁ ଅଫଲାଇନ୍ କିମ୍ବା ଅନଲାଇନରେ ଆବେଦନ କରି ପାରିବେ ବୋଲି କହିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ମତଦାତାଙ୍କ ନାମ ପଞ୍ଜିକୃତର ପୁଙ୍ଖାନୁପୁଙ୍ଖ ତଥ୍ୟ ବୁଝାଇଥିଲେ। ସମଗ୍ର ବିଶ୍ବରେ ଭାରତ ବୃହତ୍ତ ଗଣତନ୍ତ୍ର ରାଷ୍ଟ୍ରରୂପେ ସ୍ବତନ୍ତ୍ର ପରିଚ଼ୟ ରଖିଥିବାର ଏକମାତ୍ର କାରଣ ହେଉଛି ମତଦାତାଙ୍କ ମତଦାନ ପ୍ରକ୍ରିୟା। ତେଣୁ ଆଗନ୍ତୁକ ଛାତ୍ରଛାତ୍ରୀ ମତଦାତାଙ୍କ ଦ୍ବାରା ଏହି ପ୍ରକ୍ରିୟାର ଶୁଭାରମ୍ଭ ହୋଇପାରିଲେ ଭାରତ ବର୍ଷରେ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ରକ୍ଷା ହୋଇପାରିବ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ। ଏହି ମତଦାତା ଅଭିଯାନରେ ୟୁଥ୍ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ରାଜେଶ କୁମାର ସାହୁ, ଏନ୍.ଏସ୍.ଏସ୍ ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡମାଝୀ, ଚିତ୍ରସେନ ବେହେରା, ସରୋଜ ପଣ୍ଡା, ଅଧ୍ୟାପିକା ମଞ୍ଜୁ ଡାକୁଆ ସମେତ ଅଧ୍ୟାପକ ଅଧ୍ୟାପିକା ତଥା ମହାବିଦ୍ୟାଳୟର ଯୁକ୍ତ ତିନିର ଶତାଧିକ ଛାତ୍ରଛାତ୍ରୀ, ଏନ୍.ସି.ସି କେଡେଟ୍, ଏନ୍ଏସଏସର ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ଏନ୍. ସି.ସି. ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ ସଭା ସଂଯୋଜନା କରିଥିବା ବେଳେ ପରିଶେଷରେ ଅଧ୍ୟାପକ ବିଭୁ କଲ୍ୟାଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe