ଜଳେଶ୍ଵର :୨୮/୦୭/୨୦୨୩
ଟାଟା ପାୱାର ର ଅବହେଳା ପାଇଁ ଜଣେ ମହିଳା ଙ୍କ ଜୀବନ ଗଲା l
ସଂପ୍ତିଆ ପଞ୍ଚାୟତ ର ଶରିଶା ଗାଁ ର ସୁଷମା ଦାସଙ୍କ ଗତ କାଲି ବିଦ୍ୟୁତ୍ ଆଘାତ ରେ ଜୀବନ ଯାଇଛି l ସେଥି ପାଇଁ ବିଦ୍ୟୁତ୍ ସରବରାହ କ୍ଷେତ୍ରରେ ଅବହେଳା ଓ ଦୁର୍ବଳ ଭିତ୍ତିଭୂମି ହିଁ ଦାୟୀ l ବିଦ୍ୟୁତ୍ ତାର ଓ ବିଦ୍ୟୁତ୍ ଖୁଣ୍ଟ ଏଭଳି ଅବସ୍ଥା ରେ ଅଛି ତାହା ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ l ରକ୍ଷଣା ବେକ୍ଷଣ ର ଅଭାବ ପାଇଁ ବିଦ୍ୟୁତ ତାର ଛିଡି ପଡ଼ିବା ଯୋଗୁଁ ସୁଷମା ଙ୍କ ଜୀବନ ଗଲା l
ଏଥି ପାଇଁ ଦାୟୀ କିଏ?
ବିଶେଷ ସୂତ୍ରରୁ ଜଣାପଡିଛି ବିଦ୍ୟୁତ୍ ବିଭାଗର ଅଫିସର କୁଆଡେ ସୁଷମାଙ୍କୁ ୫ ହଜାର ଟଙ୍କା ଦେଇ ହାତ ଝାଡି ଦେଇଛିl ସୁଷମା ଙ୍କ ଜୀବନ ର ମୂଲ୍ୟ କଣ ୫ ହଜାର ଟଙ୍କା?
ସବିତା ଙ୍କ ଦୁଇ ଝିଅ l ଦୁଇ ଜଣ ଯାକ ଭିନ୍ନ କ୍ଷମ l କେମିତି ବଞ୍ଚିବେ ସେମାନେ? ଟାଟା ପାୱାର ଏଭଳି ବିବେକହୀନ କେମିତି ହୋଇ ପାରୁଛି ? ସାଧାରଣରେ ଅସନ୍ତୋଷ ପ୍ରକାଶ ପାଈଛି ।। ବ୍ୟୁରୁ ରିପୋଟ, ମହେଶ ମଳିକ