ଭୁବନେଶ୍ୱର :-ଅଗଷ୍ଟ ତା 5ରିଖ, ବିଜୁଳି ମଧ୍ୟ ଆଜିର ଦିନରେ ଆମ ପାଇଁ ଏକ ମୌଳିକ ଆବଶ୍ୟକତା l ହେଲେ ରାଜ୍ୟରେ ମନଇଛା ବିଜୁଳି ବିଲ ଆଦାୟ, ମହଙ୍ଗା ବିଜୁଳି, ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପୁଣି ଆରମ୍ଭ କଲେଣି ଆଗୁଆ ବିଜୁଳି ବିଲ ଆଦାୟ ବ୍ୟବସ୍ଥା l ଭୁଷୁଡ଼ା ବିଦ୍ୟୁତ ବିଭାଗ, ଭଙ୍ଗା ଖୁଣ୍ଟି ଛିଣ୍ଡା ତାରରେ ଯୋଗାଯାଉଛି ଉନ୍ନତମାନର ବିଦ୍ୟୁତ ସେବା !
ରାଜ୍ୟର ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ବିଦ୍ୟୁତ ବିଲରେ *ଇଡି* ଚାର୍ଜ ଓ *ଏମ.ଏଫ.ସି* ଚାର୍ଜ ବାବଦରେ ଅଯଥା ପଇସା ଦେଇ ହନ୍ତସନ୍ତ ହେଉଛନ୍ତି !
ବିଲ ଇଂଲିଶରେ ଆସୁଥିବାରୁ କେହି ବିଲ ବାବଦରେ ବୁଝିପାରୁନାହାନ୍ତି l ଅନ୍ୟ ରାଜ୍ୟ ଅପେକ୍ଷା ଆମେ ୟୁନିଟ ପିଛା ଅଧିକ ପଇସା ଦେବା ପରେ ମଧ୍ୟ କାହିଁକି ଏମ.ଏଫ.ସି ଏବଂ ଇଡି ଚାର୍ଜ ଶହ ଶହ ଟଙ୍କା ଦେବୁ l ବିଦ୍ୟୁତ ଶୁଳ୍କ ବଢି ବଢି ଚାଲିଛି, ଏହାର ଦୃଢ ପ୍ରତିବାଦ କରିବା ସହିତ ଉପଭୋକ୍ତା ମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆଜି ରାଜଭବନ ସମୁଖରେ ସର୍ବଦଳୀୟ ପ୍ରତିବାଦ ସହ ସତ୍ୟାଗ୍ରହ କରିଥିଲା ମିଶନଓଡିଶା@2036, ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ l ଆଜିର ସତ୍ୟାଗ୍ରହରେ ରାଜନୈତିକ ଦଳ, ଶ୍ରମିକ ସଂଗଠନ, ସାମାଜିକ ସଂଗଠନର ପ୍ରତିନିଧି, ବିଦ୍ୟୁତ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଉନ୍ନତମାନର ବିଦ୍ୟୁତ ଯୋଗାଇବା ପାଇଁ ରାଜ୍ୟ ବିଦ୍ୟୁତ ବୋର୍ଡ଼କୁ ଭାଙ୍ଗି ବିଦ୍ୟୁତ ବିଭାଗରେ ସଂସ୍କାର କରାଗଲା l ମୂଳ ଲକ୍ଷ ଥିଲା ଭିତ୍ତିଭୂମି ଅର୍ଥାତ ବିଦ୍ୟୁତ ଖୁଣ୍ଟ, ବିଦ୍ୟୁତ ତାର, ଟ୍ରାନ୍ସଫର୍ମର ଗୁଡିକ କେନ୍ଦ୍ରୀୟ ଇଲେକଟ୍ରିସିଟି ଅଥରିଟିଙ୍କ ନିୟମ ଅନୁଯାୟୀ ନିର୍ମାଣ ଓ ପରିବର୍ତ୍ତନ କରି ଉନ୍ନତ ମାନର ୨୪ ଘଣ୍ଟିଆ ବିଦ୍ୟୁତ ସେବା ଗ୍ରାହକଙ୍କ ପାଖରେ ପହଞ୍ଚାଇବା | ଘରୋଇ କମ୍ପାନୀମାନଙ୍କୁ ଏହି ବ୍ୟବସାୟରେ ଅର୍ଥ ଖଟାଇବାକୁ ଆକୃଷ୍ଟ କରିବା | ୧୯୯୯ ମସିହାରେ ରାଜ୍ୟରେ ୪ଟି ବିତ୍ତରଣ କମ୍ପାନୀ CESCO , NESCO , WESCO , SOUTHCO ଗଠନ କରାଯାଇ ଘରୋଇ କମ୍ପାନୀ ମାନଙ୍କୁ ୧୯୯୯ ମସିହାରେ ଏହି କାମ କରିବାକୁ ଦିଆଗଲା | ହେଲେ ସଂସ୍କାରର ୨୩ ବର୍ଷ ବିତି ଯାଇଥିଲେ ମଧ୍ୟ ଅପାରଗତା ଦୁର୍ନୀତିଖୋର ଅଫିସରଙ୍କ ପାଇଁ ଆଜି ବିଦ୍ୟୁତ ବିଭାଗ ସମ୍ପୂର୍ଣ ଭୁଶୁଡି ପଡିଛି | ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରାଜ୍ୟରେ ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ଭଙ୍ଗା ଖୁଣ୍ଟ, ତାର, ପୁରୁଣା ଟ୍ରାନ୍ସଫର୍ମର ଦ୍ୱାରା ବର୍ତ୍ତମାନ ବିଦ୍ୟୁତ ପାଉଛନ୍ତି | ଯାହାଫଳରେ ଲାଇନ ଟ୍ରିପ କରୁଛି କହି ସରକାର ଗ୍ରାହକଙ୍କୁ ଭୁଆଁ ବୁଲାଉଛନ୍ତି | ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ସର୍ବ ଭାରତୀୟ ସ୍ତରରୁ ଅଧିକ ହେଲାଣି l ବିଦ୍ୟୁତ ବିତରଣ ଜନିତ କ୍ଷତି ମଧ୍ୟ କମିବାର ନାହିଁ l ହେଲେ ଏଥିପାଇଁ ଦାୟୀ କିଏ ? କିଏ କଲା ବାଟମାରଣା ସେସବୁର ପରଦାଫାସ କରିବାକୁ ଉପୋଭୋକ୍ତା ମହାସଂଘ ଓ ଆମ ଜନତା ଅଧିକାର ମଞ୍ଚ ରାଜ୍ୟମୁଖ୍ୟସଚିବଙ୍କୁ ୨୮.୦୬.୨୦୧୩ ଦିନ ଏକ ତଥ୍ୟ ସମ୍ମିଳିତ ଚିଠି ଲେଖି ତୁରନ୍ତ ପ୍ରତିକାର ଦାବି କରାଯାଇଥିଲା l ପ୍ରଥମ ପର୍ଯ୍ୟାୟରେ ପ୍ରତିବାଦ ସ୍ୱରୂପ ରାଜଭବନ ସମ୍ମୁଖରେ ଆଜି ବିଦ୍ୟୁତ ସତ୍ୟାଗ୍ରହର ଡାକରା ଦିଆଯାଇଥିଲା l ପୂର୍ବରୁ ଏ ସଂକ୍ରାନ୍ତରେ ହୋଇଥିବା ସର୍ବଦଳୀୟ ନିଷ୍ପତି ଅନୁଯାଇ ବିଦ୍ୟୁତ ସଂସ୍କାର ଆରମ୍ଭ ଦିନଠୁଁ ଦୀର୍ଘ 27 ବର୍ଷର ସମସ୍ତ ତଥ୍ୟ ସମ୍ବଳିତ ପୁସ୍ତକ ସତ୍ୟାଗ୍ରହ ସ୍ଥଳୀରେ ଉନ୍ମୋଚନ କରାଯାଇ ବଣ୍ଟା ଯାଇଥିଲା l ସତ୍ୟାଗ୍ରହରେ ମିଶନଓଡିଶା@2036 ଆବାହକ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତ୍ୟାଗ୍ରହରେ ଆମ ଜନତା ଅଧିକାରର ଆବାହକ ମନୋଜ ଜେନା, ମିଶନଓଡିଶାର ଉପଦେଷ୍ଟା ତଥା ବିଧାୟକ ଇଁ ମହମ୍ମଦ ମୋକିମ, ବରିଷ୍ଠ ସାମ୍ବାଦିକ ରବି ଦାସ, ରମେଶ ଶତପଥୀ, ଆନନ୍ଦ ମହାପାତ୍ର, ଅଭୟ ସାହୁ, ଜ୍ୟୋତି ମହାପାତ୍ର, ନିରଦ ବରଣ ଖୁଣ୍ଟିଆ, ପ୍ରସନ୍ନ ବିଷୋୟୀ, ଅଶୋକ ଜେନା, ଭୁମୋହନ ପଟନାୟକଙ୍କ ସହ ଅନ୍ୟାନ୍ୟ ନେତୃବର୍ଗ *ବିଦ୍ୟୁତ ସମସ୍ୟା ଓ ହନ୍ତସନ୍ତ ଜନତା* ପୁସ୍ତକ ଉନ୍ମୋଚନ କରିଥିଲେ l ପ୍ରାୟ ଏକ ଲକ୍ଷ ସଚେତନତା ପୁସ୍ତକ ସାରା ରାଜ୍ୟ ଉପଭୋକ୍ତା ମାନଙ୍କ ଅବଗତି ନିମନ୍ତେ ବଣ୍ଟାଯିବ l ଆଜି ବିଜୁଳି ସମସ୍ୟା ସଂକ୍ରାନ୍ତୀୟ ଯେଉଁ ୭ଦଫା ଦାବି ନେଇ ସତ୍ୟାଗ୍ରହ କରାଯାଇଥିଲା ସେଗୁଡିକ ହେଲା
1. ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ବିଗତ 23 ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥର ବିଧିବଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l
2.ରାଜ୍ୟ ସରକାର ଟାଟା ପାୱାର ପ୍ରତ୍ୟେକ ବିତରଣ କମ୍ପାନୀକୁ ମିଳିତ ଭାବେ ପରିଚାଳନା କରୁଥିବା ଦୃଷ୍ଟିରୁ ଟାଟା ଉପଭୋକ୍ତାଙ୍କ ଠାରୁ ବେଆଇନ ଭାବେ ଯେଉଁ ଅର୍ଥ ଆଦାୟ କରୁଛି ତାହାର ତଦନ୍ତ କରାଯାଉ l
3.ଭିତ୍ତିଭୂମି ଅଭାବଯୋଗୁ ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ଉନ୍ନତମାନର ନିରବଛିନ୍ନ ବିଦ୍ୟୁତ ଯୋଗାଇବାରେ ସରକାର ତଥା ବିତରଣ କମ୍ପାନୀ ବିଫଳ ହୋଇଥିବାରୁ ପ୍ରତ୍ୟେକ ବିଦ୍ୟୁତ ଗ୍ରାହକଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ବାବଦରେ ତୁରନ୍ତ ପ୍ରଦାନ କରନ୍ତୁ |
4.ରାଜ୍ୟ ସରକାର ଷାଠିଏ ହଜାର କୋଟିରୁ ଅଧିକ ଟଙ୍କା ED (Electricity Duty ) ବାବଦରେ ଅର୍ଥ ଆଦାୟ କରିଛନ୍ତି, କିନ୍ତୁ ଗ୍ରାହକଙ୍କୁ ଯେଉଁ ଅଧିକ ବିଦ୍ୟୁତ ମୂଲ୍ୟ ଦେବାକୁ ପଡୁଛି ତାକୁ କମ କରୁନାହାନ୍ତି l ତୁରନ୍ତ ସର୍ବ ଭାରତୀୟ ସ୍ତରରୁ କମ ମୂଲ୍ୟରେ ବିଦ୍ୟୁତ ଦର ନିର୍ଦ୍ଧାରଣ କରି ଉପଭୋକ୍ତାଙ୍କୁ ଯୋଗାଣ ପାଇଁ ବ୍ୟବସ୍ଥା କରନ୍ତୁ l
5. ରାଜ୍ୟ ସରକାର ଅନ୍ୟ ରାଜ୍ୟ ପରି 2009 ମସିହାରେ OERC ର ପରାମର୍ଶକୁ ଗ୍ରହଣ କରି ସବସିଡି ଦେଇ ପ୍ରତ୍ୟେକ ଉପଭୋକ୍ତାଙ୍କୁ ବିନାମୁଲ୍ୟରେ 200 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଇ ଦିଅନ୍ତୁ |
6. ରାଜ୍ୟ ବାହାର ଠିକାଦାର ମାନଙ୍କୁ କାମ ନ ଦେଇ ଓଡ଼ିଶାର ଠିକାଦାର ମାନଙ୍କୁ ନିର୍ମାଣ କାର୍ଯ୍ୟ ଦିଆଯାଉ l
7. ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ମାନଙ୍କ ଦରମା ଏବଂ ଅନନ୍ୟା ସୁବିଧା ଟାଟା ପାୱାରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଦରମା ସହ ସମାନ କରାଯାଉ l
ଆଜିର ଏହି ସତ୍ୟାଗ୍ରହରେ ଉପୋଭୋକ୍ତା ମଣ୍ଡଳୀର ସଦସ୍ୟା ଓ ସଦସ୍ୟ ମାନେ ଯୋଗଦେଇ ଗୀତ, ନାଚ ଓ ସଂକୀର୍ତନ ମାଧ୍ୟମରେ ସରକାରଙ୍କୁ ଦାବୀ ସହ ଚେତାବନୀ ଦେଇଥିଲେ l ମିଶନଓଡିଶା@2036 ର ଆବାହକ ବାସୁଦେବ ଭଟ୍ଟ, ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ, ଆମ ଜନତା ଅଧିକାର ଆବାହକ ମନୋଜ ଜେନା, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀଙ୍କୁ ନେଇ ଏକ ଚାରି ଜଣିଆ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରିଥିଲେ ଓ ସଚେତନତା ପୁସ୍ତକ ମଧ୍ୟ ପ୍ରଦାନ କରିଥିଲେ l ଆଲୋଚନାରେ ସବୁ ଜାଣିବା ପରେ ତୁରନ୍ତ ଭିତିଭୂମି ସଜାଡ଼ିବା ସହିତ ବିଦ୍ୟୁତ ବିଲ ସଂଶୋଧନ, ବିଲ ଓଡ଼ିଆରେ ପ୍ରାଦନ ପାଇଁ ସରକାରଙ୍କୁ ନିର୍ଦେଶ ଦେବାକୁ ତାଙ୍କ ସଚିବଙ୍କୁ ଆଦେଶ ଦେଇଥିଲେ l ଆଗାମୀ ଦିନରେ ଏହି ପ୍ରତିବାଦ ରାଜ୍ୟ ବ୍ୟାପି କରାଯିବ l ପ୍ରଥମେ କଟକ ଓ ସମ୍ବଲପୁରରେ ସତ୍ୟାଗ୍ରହ କରାଯିବାକୁ ନିଷ୍ପତି ନିଆଯାଇଛି l ଆଜିର ସତ୍ୟାଗ୍ରହରେ ସିପିଆଇର ସମ୍ପାଦକ ଅଭୟ ସାହୁ, ସିପିଆଇ ଏମଏଲର ମହେନ୍ଦ୍ର ପରିଡା, ଫରୱାର୍ଡ଼ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର, ଦେବାଶିଷ ମିଶ୍ର, କଳ୍ପନା ସାହୁ, ସୁବ୍ରତ ସାହୁ, ଅନୁକୂଳ ସାହୁ, ପ୍ରସନ୍ନ ବଡ଼ଜେନା, ସୁଦର୍ଶନ ଚମ୍ପତି, ଅକ୍ଷୟ ପରିଡା, ପୂଜା ଆଚାର୍ଯ୍ୟ, ସ୍ଵର୍ଣ ସାହୁ, ଗୋଲାପ ସାହୁ, କିଶୋର ଜେନା, ପ୍ରଭାସ ସାମନ୍ତରାୟ, ସମତାକ୍ରାନ୍ତି, ବଦ୍ରିନାରାୟଣ ଦାଶ, ସିପିଆଇ ଏମ, ଭକ୍ତିରଞ୍ଜନ ପଳାଇ, ଅଶୋକ ପଟ୍ଟନାୟକ, କଂଗ୍ରେସର ପ୍ରଣତି ମିଶ୍ର, ଶ୍ଲୀପିକା ମିଶ୍ର,କୋରେଇ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଆଲୋକ ଦାଶ ଓ ସଭ୍ୟ ନାରାୟଣ ମଲ୍ଲିକ , ଭରତ ବେହେରା ପ୍ରମୁଖ ପ୍ରାୟ 500 ରୁ ଉର୍ଦ୍ଧ ଉପଭୋକ୍ତା ମାନେ ଯୋଗଦେଇଥିଲେ l