ଧରାକୋଟ,12/8/23
ଧରାକୋଟ ବ୍ଲକ ଅନ୍ତର୍ଗତ ଢ଼ଉଗାଁ ପଞ୍ଚାୟତ ର ସୁନାମୋହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସରକାରୀ ଘୋଷଣା
ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ କୁ ସଫଳତାର ସହ ପାଳନ କରିବା ପାଇଁ ରାଜ୍ୟସରକାର ଙ୍କ ଗଣ ଶିକ୍ଷା ବିଭାଗ ପ୍ରତେକ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣା ରେ ପୁସ୍ତକ ଠାରୁ ଆରମ୍ବ କରି ମାଗଣା ରେ ପୋଷାକ ଓ ଜୋତା ଯୋଗାଇ ଦେଇ ଆସୁଛନ୍ତି l ଏଣୁ ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ପଲାଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପୋଷାକ ବିତରଣ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଢଉଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମନୁ ପାତ୍ର ଯୋଗ ଦେଇ ଉପସ୍ଥିତ ଥିବା ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ମୋଟ 125 ଜଣ ଛାତ୍ର ଛାତ୍ରଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବିତରଣ କରିଥିଲେ। ଏହି ଅବସରରେ ମାଗଣା ପୁସ୍ତକ, ମାଗଣା ଡ୍ରେସ ସହ ଜୋତା ଏଭଳି ଅନେକ ଯୋଜନା ଛାତ୍ର ଛାତ୍ରୀ ଙ୍କ ପାଇଁ ସରକାର ଯୋଗାଇ ଦେଇ ଆସୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢି ଆମ ଅଞ୍ଚଳ ର ସୁନାମ ଅର୍ଜନ କରନ୍ତୁ ବୋଲି ସରପଞ୍ଚ ମନୁ ପାତ୍ର ଉପଦେଶ ଦେଇଥିଲେ l ସନମାନୀୟ ଅତିଥି ଭାବେ ସମାଜ ସେବି ତଥା ଧରାକୋଟ ବ୍ଲକ ସଭାପତି ସଞ୍ଜୟ ପାତ୍ର, ନାଏବ ସରପଞ୍ଚ ରେବତୀ ନାୟକ ପରିଚାଳନା କମିଟି ସଭାପତି ରୋହିତ ଜେନା, ସି ଆର ସି ସି ରାଜେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଠନ, ଚରିତ୍ର ଗଠନ ଓ ଶୃଙ୍ଖଳା ଜ୍ଞାନ ଉପରେ ମାର୍ଗ ଦର୍ଶନ କରିଥିଲେ l ଶିକ୍ଷକ ରାମ ହରି ସାହୁ,ସୁରେନ୍ଦ୍ର ସେଠୀ ଓ ଗୀତାଞ୍ଜଳି ବେହେରା ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିଲେ।ଏହି ପୋଷାକ ବିତରଣ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜନ ସ୍ୱାଇଁ, ଅଞ୍ଜଳି ଜେନା, ମାଧୁରୀ ସ୍ୱାଇଁ, ସଂଗୀତା ଜେନା, ଅମୀର ସ୍ୱାଇଁ, ଅନନ୍ତ ପ୍ରଧାନ, ହୀନ ସ୍ୱାଇଁ, ଧୀରେନ୍ଦ୍ର ସ୍ୱାଇଁ ଙ୍କ ସମେତ ଙ୍କ ସମେତ ଅବିଭାବକ ମାନେ ଉପସ୍ଥିତ ଥିଲେ l