ଆସିକା ର ବିଭିନ୍ନ ଅନୁଷ୍ଠାନ ରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆସିକା 30/08/23(ମନୋଜ କୁମାର ସାହୁ):ଆସିକା ର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଭିନ୍ନ ଅନୁଷ୍ଠାନ, ପ୍ରତ୍ୟେକ ଘରେ ସାହି ବସ୍ତି ରେ ଭାଇ ଭଉଣୀ ର ବନ୍ଧନ ର ପର୍ବ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭଉଣୀ-ଭାଇ କୁ ନିଜେ ହାତରେ ମିଷ୍ଟନ ଦେଇ ପୂଜା କରି ଏହି ବନ୍ଧନ ରେ ବାନ୍ଧି ଥିବା ବେଳେ, ଛୁଆଁ ଅଛୁଆଁ ଭଳି ସମାଜ ସେବୀ ସୁରଭି ବିଷୋୟୀ, ଆସିକା ବସଷ୍ଟାଣ୍ଡ ହରିଜନ ବସ୍ତିରେ ସାମୁହିକ ଭାବେ ଏହି ରକ୍ଷା ବନ୍ଧନ ଗୋଷ୍ଠିରେ ପହଂଚି ଭାତୃତ୍ୱ ଭାବ ସୃଷ୍ଟି କରିଥିଲେ l ସେହିଭଳି ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ମଧ୍ୟ ବୃକ୍ଷ କୁ, ରାସ୍ତାରେ ଯାତାୟାତ କରୁଥିବା ଭାଇ ମାନଙ୍କୁ, କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ ଭାଇ ମାନଙ୍କୁ ମଧ୍ୟ ଏହି ରକ୍ଷା ବନ୍ଧନ ଡୋର ରେ ବନ୍ଧନ କରିଥିଲେ l ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଶାନ୍ତି ଶକ୍ତି ଭଵନ ପକ୍ଷରୁ ଆସିକା ଉପ-କାରାଗାରରେ ଠାରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଜେନାଙ୍କ ସଂଯୋଜନା ରେ ଅନ୍ତେବାସୀଙ୍କ ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ l ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଉପ-କାରାଗାରରେ ଅନ୍ତେବାସୀ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ରକ୍ଷାବନ୍ଧନର ଆଧ୍ଯାତ୍ମିକ ସନ୍ଦେଶ ପ୍ରଦାନ କରିଥିଲେ l ମନୋବୃତ୍ତି କୁ ପରିବର୍ତ୍ତନ କରି ସର୍ବଦା ସକାରାତ୍ମକ ଚିନ୍ତନରେ ରହି ସମସ୍ତ ପରିସ୍ଥିତିରେ ଆଗକୁ ବଢିବା ପାଇଁ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ମାର୍ଗ ଦର୍ଶନ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବା ପ୍ରକାଶ କରିଥିଲେ l ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ଜେନା l ପରମାତ୍ମାଙ୍କ ରକ୍ଷା ସୂତ୍ର ଧାରଣ କରି ଶିବପିତା ଙ୍କ ସ୍ମୃତିରେ ରହି ଜୀବନକୁ ପରିବର୍ତ୍ତନ କରିବା ପାଇଁ ସମସ୍ତ ଅନ୍ତେବାସୀ ସଂକଳ୍ପ କରିଥିଲେ l କାର୍ଯ୍ୟକ୍ରମର ପରିଚାଳନାରେ ସବ-ଆସିଷ୍ଟାଣ୍ଟ ଜେଲର କୃଷ୍ଣମୂର୍ତ୍ତି ପାତ୍ର, ସବ-ଆସିଷ୍ଟାଣ୍ଟ ଜେଲର ହରିକୃଷ୍ନ ବେହେରା, ଫାର୍ମାସିଷ୍ଟ ଉମାକାନ୍ତ ସାହୁ ସାହୁ,ୱାର୍ଡର ସୀମାଞ୍ଚଳ ବେହେରା,ହରି ହର ବେହେରା, ସୁକାନ୍ତ ନାୟକ, ରମେଶ ଚନ୍ଦ୍ର ନାୟକ, ବିରଞ୍ଚି ନାରାୟଣ ସାହୁ,
ରାଜେଶ କୁମାର ସାହୁ ଓ ସୁବାଷ୍ ଡାକୁଆ, ତିଳୋତ୍ତମା କହଁର ପ୍ରମୁଖ ଉପସ୍ଥିତ ଥିଲେ l ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ଶରତ ଚନ୍ଦ୍ର ମୁନି, ରବୀନ୍ଦ୍ର ସାହୁ, ଦାଶରଥି ଗୁରୁଜୀ, ଅନିତା ଗୁରୁମା, ରୁପନୀତା ଗୁରୁମା, ଅନୁରାଧା ଗୁରୁମା ପ୍ରମୁଖ ରହିଥିବା ବେଳେ, ଆର ଏସ ଏସ ର ବିଶ୍ଵନାଥ ସେଠି, ଶ୍ରୀକାନ୍ତ ରେଡି, ନାଗେଶ୍ୱେର ପାତ୍ର ପ୍ରମୁଖ ରହିଥିଲେ l ଓଁ ଶାନ୍ତି ପକ୍ଷରୁ ବ୍ରହ୍ମାକୁମାର ସତ୍ୟପ୍ରିୟ,ଲଡୁ କିଶୋର, ବୁଲୁ , ସମୀର, ସୁନୀଲ,ଯୋଗୀ, ମଙ୍ଗୁଲୁ, ଶିବା, ନିରଞ୍ଜନ, ରାଧାଶ୍ୟାମ ସହଯୋଗ କରିଥିଲେ l