୬ଦଫା ଦାବି ନେଇ ବିଡ଼ିଓଙ୍କୁ ଦାବିପତ୍ର
ଯୋଗାଣ ସହାୟକ ସଂଘ ସଭାପତି ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ୬ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଟାଙ୍ଗୀ ବ୍ଲକ ବିଡ଼ିଓ ଐଶ୍ଵର୍ଯ୍ୟା ସାମନ୍ତରାୟଙ୍କୁ ଦେଇଥିବା ଜଣାଯାଇଛି |ଆସନ୍ତା ୨ରୁ ୩ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାଜ୍ୟ ଯୋଗାଣ ସହାୟକ ସଂଘ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି |ଦାବି ଗୁଡିକ ମଧ୍ୟରେ ଯୋଗାଣ ସହାୟକଙ୍କ ଚାକିରୀ ସ୍ଥାୟୀତ୍ୱ ଓ ମାସିକ ଦରମା ୨୫ହଜାର ଟଙ୍କାକୁ ବୃଦ୍ଧି, ଯୋଗାଣ ସହାୟକଙ୍କ ନାମରେ ପିଡ଼ିଏସ ଲାଇସେନ୍ସ ଦିଆଯାଉ, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରାଯାଉ ଓ ପଦବୀ ଆସିଷ୍ଟାଣ୍ଟ ସପ୍ଲାଇ ଇନିସ୍ପେକ୍ଟରରେ ନାମିତ କରାଯାଉ, ଇ -ପିଓଏସ ଡେଭିସ ପରିଚାଳନାର ପ୍ରୋତ୍ସାହନ ରାଶି ଯୋଗାଣ ସହାୟକଙ୍କୁ ପ୍ରଦାନ କରାଯାଉ, ମାସିକ ପିଡ଼ିଏସ ଆବଣ୍ଟନରେ ୨ପ୍ରତିଶତ ନିଅଣ୍ଟକୁ ଭରଣା କରାଯାଉ ଆଦି ଦାବି କରିଛି ସଂଘ |ଦାବି ଗୁଡିକ ପୂରଣ ନହେଲେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବା ସଂଘ ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି |ସୂଚନାଯୋଗ୍ୟକୀ ସରକାରଙ୍କ ନିର୍ଦ୍ଧେଶକ୍ରମେ ୨0୧୩ ମସିହାରେ ପ୍ରଶାସନ ଅନୁମୋଦନ ଦ୍ୱାରା ୪୨୨୫ଜଣ ଯୋଗାଣ ସହାୟକ ନିଯୁକ୍ତି ପାଇ ପଞ୍ଚାୟତ ସ୍ତରରେ ପିଡ଼ିଏସ କାର୍ଯ୍ୟ କରି ଆସୁଛନ୍ତି |ହେଲେ ଅଦ୍ୟାବଧି କର୍ମଚାରୀଙ୍କୁ ସ୍ୱଳ୍ପ ବେତନ ଦିଆଯାଉଥିଲେ ସୁଦ୍ଧା ସେମାନଙ୍କର ଭବିଷ୍ୟତ ପ୍ରତି ଦୃଷ୍ଟି ଦିଆନଯିବା ବିଡମ୍ବନାର ବିଷୟ ବୋଲି ସଂଘ ଦାବି କରିଛି ||