//BREAKING//
Loading...

05ଟି ସଚିବ ଙ୍କ ତିନି ଦିନିଆ ଗଞ୍ଜାମ ଗ୍ରସ୍ତ ର ଦ୍ଵିତୀୟ ଦିନରେ ଆସିକା ର ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ

05ଟି ସଚିବ ଙ୍କ ତିନି ଦିନିଆ ଗଞ୍ଜାମ ଗ୍ରସ୍ତ ର ଦ୍ଵିତୀୟ ଦିନରେ ଆସିକା ର ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ 

ତାରିଖ -26/08/23
ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟଳlୟ ପକ୍ଷରୁ 5 ଟି ସଚିବ
ଭି. କେ ପାଣ୍ଡିଆନ ଙ୍କ ସୋରଡ଼ା କାର୍ଯ୍ୟକ୍ରମ ଶେଷ କରି ଆସିକା ଗ୍ରସ୍ତ ରେ ଆସି ବିଜ୍ଞାନ ମହାବିଦ୍ୟାଳୟ ପଡିଆ ରେ ଆୟୋଜିତ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ l ଉଚ୍ଚ ଶିକ୍ଷା ର ଅତି ଆଧୁନିକ ପ୍ରଣାଳୀରେ କଲେଜ ଛାତ୍ର, ଛାତ୍ରୀ ମାନଙ୍କ ଅଧ୍ୟୟନ ପାଇଁ 2 ଗୋଟି ମହାବିଦ୍ୟାଳୟ, ବିଜ୍ଞାନ ମହାବିଦ୍ୟାଳୟ ଏବଂ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜ, ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ, ନିରଞ୍ଜନ ମହିଳା ମହାବିଦ୍ୟାଳୟ ସମେତ 04 ଗୋଟି ମହାବିଦ୍ୟାଳୟ କୁ 5, T ରେ ସାମିଲ କରିବା ଘୋଷଣା କରିଥିଲେ l ଏହି କଲେଜ ର ଭିତିଭୂମି ସୁଦୃଢ ତଥା ନୂତନ ଜ୍ଞାନ କୌଶଳ ରେ ପାଠ ପଢିବା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିବା କୁ ପ୍ରତିଶୃତି ଦେବା l ସେହିଭଳି 98 ଗୋଟି ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ, ଗୋଷ୍ଠି କେନ୍ଦ୍ର ମାନଙ୍କ ଉର୍ନ୍ନତି ପାଇଁ ସପ୍ତାହ କ ମଧ୍ୟରେ ଆର୍ଥିକ ଅନୁଦାନ ରାଶି ବିଷୟ ରେ ଅବଗତ ହେବ ବୋଲି କହିଥିଲେ l ମହିଳା ମାନଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ରେ 11,320 କୋଟି ଋଣ ଦେଇଥିବା ବେଳେ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ରେ 31,700 ଗ୍ରୁଫ କୁ ଏକ ହଜାର କୋଟି ର ଋଣ ପ୍ରଦାନ କରଥିବା ବେଳେ ଏକ ଲକ୍ଷ 25 ହଜାର ଭାଗ ଚାଷୀ କୁ ଚାଷ ର ଉର୍ନ୍ନତି ପାଇଁ ଏକ ଲକ୍ଷ ଟଙ୍କା ବିନା ସୁଧ ରେ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ବୋଲି ଘୋଷଣା କରିଥିଲେ l ବିଜୁ ସ୍ୱାସ୍ଥ୍ୟ ଯୋଜନା ରେ ସବୁ ପରିବାର କୁ ସାମିଲ କରାଯିବ ବୋଲି ରାଜ୍ୟ ସରକାର ଚିନ୍ତା କରୁଛନ୍ତି l ଆସିକା ଖମ୍ବେଶ୍ୱରୀ ମନ୍ଦିର,ବନ୍ୟା ଦାଉରୁ ରକ୍ଷା ପାଇଁ ଋଷିକୂଲ୍ୟା ନଦୀ ପାର୍ଶ୍ଵ ରେ ରିଙ୍ଗ ରୋଡ଼ ନିର୍ମାଣ,ପଥରା ନିକଟସ୍ଥ ସିଧେଶ୍ୱେର ମନ୍ଦିର ର ଉର୍ନ୍ନତି କରଣ ବାବନପୁର ଠାରେ ଉପଖଣ୍ଡ ଚିକତ୍ସାଳୟ ନିର୍ମାଣ ହେବା ସ୍ଥିର ହୋଇଛି l ବିଜୁ ଜନତା ଦଳର ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷା ଜୋତ୍ରିମୟୀ ସ୍ୱାଇଁ, ଅଧକ୍ଷ ପ୍ରତିନିଧି ସନ୍ୟାସୀ ନାହାକ, ଦିଲୀପ ପାଣିଗ୍ରାହୀ, ଅଭିମନ୍ୟୁ ନାହାକ, ସମିତି ସଭ୍ୟ ଅଶ୍ୱିନୀ ସ୍ୱାଇଁ, ବିଜେଡି ନେତା ଭଗବାନ ସାହୁ, ପୂର୍ବତନ ବ୍ଲକ ଉପଧକ୍ଷା ରବୀନ୍ଦ୍ର ସାମଲ, ଅନିଲ ନାହାକ, ଜିଲ୍ଲା ପରିଷଦ ସଦସ୍ୟ ମନୋଜ ଦୋରା, ତନ୍ମୟୀ ନାହାକ, ଅନିମା ପରିଡା, ସୂର୍ଯ୍ୟ କାନ୍ତ ପରିଡା,ବିଜୟ ନାହାକ,ସଂଗୀତା ସ୍ୱାଇଁ, ବଳରାମ ପ୍ରଧାନ,ଏନ ଏ ସି ଉପାଧକ୍ଷା ଜୟନ୍ତି ବିଷୋୟୀ,ବିଜୁ ଜନତା ଦଳ ମହିଳା ସଭାପତି ରଶ୍ମିତା ସେନାପତି, ତାରିଣୀ ସେନାପତି, ବ୍ଲକ ସଭାପତି ରାଜେଶ ପଟନାୟକ, ନନ୍ଦ ବିଷୋୟୀ, ଟୁଲୁ ଜେନା, ନମିତା ଜେନା, ଜୟସେନ ସ୍ୱାଇଁ,ସମେତ ଅନେକ କାଉନସିଲର,କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ, ବ୍ଲକ ପ୍ରଶାସନ ବହୁ ମହିଳା ସ୍ୱୟଂ ସହାୟକ ଦଳ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଆସିକା ବେଜେପି ପକ୍ଷରୁ ବ୍ଲକ ପାଖରେ ପାଣ୍ଡିଆନ ଫେରି ଯିବା ନାରାବାଜି ଶୁଣି ପୋଲିସ ବିଜେପି କର୍ମୀ ତଥା
କାଉନସିଲର ସରୋଜ ଭଞ୍ଜ, ରାଘବ ସିଅ,କୋକନ ରାଓ ଅଟକ ରଖିଥିଲେ l କଂଗ୍ରେସ ର ଜଣେ ପର୍ବତନ ସମିତି ସଦସ୍ୟ ତଥା କଂଗ୍ରେସ ର ଯୁବ ନେତା ଅନିଲ ପରିଡା କୁ ଅଟକ ରଖି ପରେ ଛାଡି ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜଣେ ମିଶନ ଶକ୍ତି ର ସି ଆର ପି ଆହତ ହୋଇ ମେଡିକାଲ ଚିକିତ୍ସା କରାଯାଉଛି l କାର୍ଯ୍ୟକ୍ରମ ରେ ବହୁ ସରପଞ୍ଚ, ସମିତି ସଭ୍ୟା, ଜିଲ୍ଲା ପରିଷଦ,ସହ ବିଜେଡି ଯୁବ, ଛାତ୍ର, ମହିଳା, ନଗର ର ଅନେକ କର୍ମୀ ଯୋଗ ଦେଇଥିଲେ l 05 ଟି ଙ୍କ ଏହି ସାମଜିକ କାର୍ଯ୍ୟକ୍ରମ ରେ 20 ହଜାର ରୁ ଉର୍ଦ୍ଧ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ବି ଡି ଓ, ଏବଂ କର୍ମଚାରୀ, ତହସିଲଦାର ଏବଂ କର୍ମଚାରୀ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,ବ୍ରହ୍ମପୁର କମିଶନର, ପୋଲିସ ଏସପି, ଏସ୍ଡ଼ିପିଓ, ଥାନା ଅଧିକାରୀ ସମେତ ଅନେକ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l ବ୍ଲକ ପରିସର ରେ ଆରମ୍ଭ ହେବାକୁ ଥିବା ମିଶନ ଶକ୍ତି କେଫ କୁ ପାଣ୍ଡିଆନ ଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଥିବାରୁ ହଜାର ହଜାର ମହିଳା, ସିଆରପି, ଏମବିକେ, ବ୍ୟଙ୍କ ମିତ୍ର, ପ୍ରାଣୀ ମିତ୍ର, ମହିଳା ମହାସଂଘ ର ସଭାପତି, ସମ୍ପାଦିକା, ସଦସ୍ୟ, ଅଙ୍ଗନବାଡି କର୍ମୀ ପ୍ରମୁଖଙ୍କ ଉତ୍ସାହ ମଳିନ ହୋଇଥିଲା l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe