ଧରାକୋଟ ବଣିକ ସଂଘ ର ବୈଠକ
ଧରାକୋଟ,27/8/23(ମନୋଜ କୁମାର ସାହୁ)ଧରାକୋଟ ବଣିକ ସଂଘ ତରଫରୁ ଏକ ବୈଠକ ସ୍ଥାନୀୟ ରାମ ମନ୍ଦିର ପରିସରରେ ବରିଷ୍ଠ ସଭ୍ୟ ସୁନିଲ କୁମାର ଗୌଡ଼ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସଙ୍ଘ ର ସଭାପତି ବିଜୟ କୁମାର ପାତ୍ର,ବରିଷ୍ଠ ସଭ୍ୟ ଅରକ୍ଷିତ ପାତ୍ର,ଗୋଲକ ବିହାରୀ ସାହୁ, ସୁବାସ ଚନ୍ଦ୍ର ପାତ୍ର,ଶିବ ପ୍ରସାଦ ମହାନ୍ତି ଙ୍କ ସମେତ ପ୍ରାୟ ଶହେ ଜଣ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ବ୍ରହ୍ମପୁର ଠାରୁ ସୋରଡ଼ା,ବାଲିଗୁଡା ,ନୂଆପଡ଼ା କୁ ଯାଉଥିବା ଘରୋଇ ଓ ସରକାରୀ ବସ ଗୁଡ଼ିକ ଧରାକୋଟ ଭିତରକୁ ନଆସି ବାଇପାସ ଦେଇ ଚାଲିଯାଉଥିବା ଯୋଗୁଁ ଯାତ୍ରୀ ପରିବହନ ସେବା ଏକ ରକମ ବିପର୍ଯ୍ୟସ୍ତ ହେଉଛି । ଧରାକୋଟ ରେ ବ୍ଲକ,ତହସିଲ , ଥାନା,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରାଷ୍ଟ୍ରାୟତ ବ୍ୟାଙ୍କ,ମହାବିଦ୍ୟାଳୟ , ମିଶନ ଶକ୍ତି କାର୍ଯ୍ୟଳୟ,ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ଓ ବିଭିନ୍ନ ଲାଇନ ବିଭାଗର କାର୍ଯ୍ୟାଳୟ ରହିଛି । ଏଥିପାଇଁ ପ୍ରତିଦିନ ଶହ ଶହ ଲୋକ ଏଠାକୁ ଆସନ୍ତି । କିନ୍ତୁ ଅଧିକାଂଶ ବସ ଧରାକୋଟ ଭିତରକୁ ନଆସି ବାଇପାସ ଦେଇ ଚାଲି ଯାଉଥିବା ଯୋଗୁଁ ଲୋକେ ବ୍ରିଜ ଠାରୁ ଦେଢ଼ କିମି ରାସ୍ତା ଚାଲି ଚାଲି ଆସୁଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ତରଫରୁ ମୋ ବସଷ୍ଟାଣ୍ଡ ଯୋଜନାରେ ଧରାକୋଟ ପାଇଁ ମଞ୍ଜୁରୀ ପାଇଥିବା ବସଷ୍ଟାଣ୍ଡ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଦ୍ଵାରା ଉଦ୍ଘାଟନ କରିଛନ୍ତି । ଅଞ୍ଚଳ ବାସୀଙ୍କ ସୁବିଧା ଦୃଷ୍ଟିରୁ ଏହି ବସ ଷ୍ଟାଣ୍ଡ କୁ ଚୟନ କରାଯାଇଥିବା ସ୍ଥାନରେ ଯଥାଶୀଘ୍ର ନିର୍ମାଣ ପାଇଁ ଆଲୋଚନା ହେବାସହ ଏଥି ପାଇଁ ସଦସ୍ୟ ମାନେ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ ବରିଷ୍ଠ ସଭ୍ୟ କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।