ଆଖୁଚାଷର ବହୁଳ ପ୍ରସାର ପାଇଁ ସମବାୟ ଚିନିଶିଳ୍ପ ଅଙ୍ଗୀକାରବଦ୍ଧ
ଆସିକା (ମନୋଜ କୁମାର ସାହୁ):ସମବାୟ ଚିନି ଶିଳ୍ପ ଆଖୁ ଚାଷର ବହୁଳ ପ୍ରସାର ପାଇଁ
ଅଙ୍ଗୀକାରବଦ୍ଧ ବୋଲି ଶୁକ୍ଳ ବାର
ଚିନିଶିଳ୍ପର ବାର୍ଷିକ ସାଧାରଣ ସଭାରେ
ସଭାପତି ରବିନ୍ଦ୍ର ପଣ୍ଡା ମତବ୍ୟକ୍ତରଖିଛନ୍ତି। ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିନିଶିଳ୍ପ କୃଷକ ଭବନ ପରି ସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ଵାଇଁ,ସମବାୟ ଚିନିଶିଳ୍ପର ପରିଚାଳନା
ନିର୍ଦ୍ଦେଶକ ପ୍ରିୟରଞ୍ଜନ ପୃଷ୍ଟି, ସଂପାଦକ
ଆର, ଚନ୍ଦ୍ର ଶେଖର ରେଡି, ଆସିକା
ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା
ପରିଷଦର ସଭାପତି ମଙ୍ଗୁଳୁଧର ସାହୁ,
ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ ଙ୍କ ସମେତ ବହୁ ପରିଚାଳନା ପରିଷଦର
ସଦସ୍ୟ ଓ ବିଭାଗୀୟ ପଦାଧିକାରୀ ମଞ୍ଚାସୀନ ଥିଲେ।ଏଥିରେ ଚିନିଶିଳ୍ପ ସଭାପତି ରବିନ୍ଦ୍ର ପଣ୍ଡା ଚାଷୀଙ୍କ କଲ୍ୟାଣ ପାଇଁ ଅନୁଷ୍ଠାନ କାର୍ଯ୍ୟକାରୀ କରୁଥିବା ବହୁବିଧ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ
କରିଥିଲେ । ଆଗାମୀ ବର୍ଷ ପାଇଁ ଆଖୁପେଡ଼ା କାର୍ଯ୍ୟକ୍ରମ, ଆଖୁ ଚାଷର
ପ୍ରସାର ପାଇଁ ସମବାୟ ଚିନିଶିଳ୍ପର ପଦକ୍ଷେପ, ଚାଷୀଙ୍କୁ ଉନ୍ନତ କିସମର
ବିହନ ଯୋଗାଣ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ, ଚିନି ଉତ୍ପାଦନ କାର୍ଯ୍ୟକ୍ରମ, ଚିନିକଳ ଆଧୁନିକୀକରଣ କାର୍ଯ୍ୟକ୍ରମ,ସୁରାଶିଳ୍ପ (ଡିଷ୍ଟିଲେରୀ) ୟୁନିଟକାର୍ଯ୍ୟକ୍ଷମ ଯୋଜନା, ଉନ୍ନତମାନର ଆଖୁଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ଉପରେ ଶ୍ରୀ ପଣ୍ଡା ଆଲୋଚନା
କରିଥିଲେ। ଚଳିତ ବର୍ଷ ୪୫ ହଜାର ମେଟ୍ରିକ ଟନ୍ ଆଖୁପେଡ଼ା ଲାଗି ଲକ୍ଷ୍ୟ
ଧାର୍ଯ୍ୟ ରଖାଯାଇଥିବା ସେ କହିଥିଲେ।
ସଭାରେ ଆଖୁଚାଷର ବହୁଳ ପ୍ରସାର
କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ
ଲାଗି ଅଗ୍ରଣୀ ଚାଷୀ କିଶୋର ଚନ୍ଦ୍ର
ମେହେଣା, ଗୁଣ୍ଡିଚା ଜେନା ଓ ଉପେନ୍ଦ୍ର
ଲେଙ୍କାଙ୍କୁ ମାନପତ୍ର ଓ ଉପଢୌକନ
ପ୍ରଦାନ ପୂର୍ବକ ସମାତ କରାଯାଇଥିଲା ।
ସଭା ପରିଚାଳନାରେ ଚିନିକଳ
କର୍ମଚାରୀ ଦିଲୀପ କୁମାର ସ୍ୱାଇଁ,ଅରୁଣ କୁମାର ପାତ୍ର, ଅନିଲ କୁମାର ଦାଶ, ସୌମେନ୍ଦ୍ର କୁମାର ପଟ୍ଟନାୟକ,ପ୍ରଶାନ୍ତ କୁମାର କର, ସତ୍ୟବାନ ଲେଙ୍କା, ଚିତ୍ତ ଚିନ୍ମୟ ରଞ୍ଜନ ନାୟକ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ରାଜେନ୍ଦ୍ର କୁମାର ମହାପାତ୍ର, କୈଳାଶ ଚନ୍ଦ୍ର ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ଲମ୍ବୋଦର ସାବତ, ସୁମନ୍ତ କୁମାର ପଟ୍ଟନାୟକ, ତ୍ରିଲୋଚନ ନାୟକ, ଦାମୋଦର ସିୟ, ସନ୍ତୋଷ କୁମାର ପଟ୍ଟନାୟକ, କେଶବସ୍ୱାଇଁ ପ୍ରମୁଖ ଏହି ସଭାରେ ସହଯୋଗ କରିଥିଲେ।