ରାଜ୍ୟ ସରକାର ଆଦିବାସୀ ମାନଙ୍କ ସହିତ ଛଳନା ନକରି ତୁରନ୍ତ ଜଙ୍ଗଲ ଜମି ପଟା ଦିଅ , ବିଜେପି ।
ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ନୁଆଁ ଗାଁ ଗ୍ରାମବାସୀ ବ୍ରହ୍ମପୁର ବନ ଖଣ୍ଡ କାର୍ଯ୍ୟାଳୟ ଠାରେ ଧାରଣା ସହିତ ବିକ୍ଷୋଭ କରିଥିଲେ ଏବଂ ବନଖଣ୍ଡ ଅଧିକାରୀ ସୋନି ଖୋକରଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l
କେରାଣ୍ଡିମାଳ ପର୍ବତ ପାଦ ଦେଶରେ ଥିବା ନୁଆଁ ଗାଁରେ ଆଜିକୁ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ ହେବ ଆଦିବାସୀ ମାନେ ବସବାସ କରିଆସୁଛନ୍ତି l କିନ୍ତୁ ସେମାନେ ବହୁ ବାର ପ୍ରୟାସ ସତ୍ୱେ ମଧ୍ୟ ଆଜି ଯାଏ ଜଙ୍ଗଲର ପଟ୍ଟା ପାଇପାରିନାହାନ୍ତି l ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଜେଜେବାପା ଅମଳରୁ ସେହି ଜଙ୍ଗଲ ଜମିରେ ମକା,ଜନା, କାନ୍ଦୁଲ, ଝୁଡ଼ଙ୍ଗ ଆଦି ବିଭିନ୍ନ ପ୍ରକାର ଚାଷ କରିଆସୁଛନ୍ତି l ଜଙ୍ଗଲ ବିଭାଗ ଦ୍ୱାରା ବନ ମହୋଉତ୍ସବ ପୂର୍ବରୁ ଅଧିକାରୀ ମାନେ ବଡଡୁମୁଳା ପଂଚାୟତର ନୁଆଁ ଗାଁ ଆସି ଫଳ ଗଛ ଲଗାଯିବ ଏବଂ ତୁମେ ମାନେ ତାହାର ଲାଭଂଶ ନେବ ବୋଲି କହି ଅଦରକାରୀ ଗଛ ଲଗାଇଦେଇଛନ୍ତି ଯଦ୍ୱାରା ବର୍ଷ ସାରା ପରିବାର ପୋଷଣ ହେଉଥିଲା ତାହା ହୋଇ ପାରିବ ନାହିଁ ଏବଂ ମିଛ କହି ଧୋକା ଦେଲେ ବୋଲି ବନ ଖଣ୍ଡ ଅଧିକାରୀଙ୍କୁ ଆଦିବାସୀ ଗ୍ରାମ ବୃନ୍ଦ କହିଛନ୍ତି l ଆଜି ପର୍ଯ୍ୟନ୍ତ ଜଙ୍ଗଲ ଜମି ପଟା ବହୁବାର ଦାବୀ କଲେ ମଧ୍ୟ ପ୍ରଶାସନ ଦେଉନାହିଁ, ଯଦି ମାସେ ଭିତରେ ନଦିଆ ଯାଏ ତେବେ ଆନ୍ଦୋଳନ ଜୋର ଜାର କରାଯିବ ବୋଲି ବନ ଖଣ୍ଡ ଅଧିକାରୀ ଙ୍କୁ ଶ୍ରୀ ପାଢ଼ୀ କହିଛନ୍ତି l ଖୋଖାର ସେ ବିଷୟରେ କାର୍ଯ୍ୟ କରି ପଟା ଦେଲେ ଚାଷ କରିପାରିବ ବୋଲି କହିଛନ୍ତି l ଆଜିର ଧାରଣାରେ ସୁଶାନ୍ତ ମଳିକ ନକୁଳ, ସୁକୁମାର, ରବୀନ୍ଦ୍ର, ସୁକାନ୍ତି, ସାଇବେନି, କଳ୍ପନା ବିଷୋୟୀ, ନୟନୀ, ପାଣ୍ଡଵ, ଦିଗାମ୍ବର ସହଯୋଗ କରିଥିଲେ l