ଯୋଡା,୧୨/୦୮ କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦ। ଫାଣ୍ଡି ଅନ୍ତର୍ଗତ ଶିଆଳି ଯୋଡା ଠାରେ ଏକ ଗ୍ରାହକ ସେବା କେନ୍ଦ୍ର ରେ ଟଙ୍କା ଲୁଟ ହେବ। ସହ ଗୁଳିକାଣ୍ଡ ଘଟିଥିବ। ଜଣାପଡିଛି ।ଖବର ନେବାରୁ ଜଣା ପଡ଼ିଛି ଯେ,ଶନିବାର ରାତି ପ୍ରାୟ ୬.୩୦ମିନିଟ୍ ସମୟରେ ଶିଆଳି ଯୋଡା ଆନନ୍ଦ ବଜାର ଠାରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ର ରେ କଳା ରଙ୍ଗର ରେନିକୋଟ ପିନ୍ଧିଥିବା ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ ରେ ଆସି କମଳେନି ମହ।ନ୍ତ ଙ୍କଜନ ସେବା କେନ୍ଦ୍ରରେ ପଶି ବନ୍ଧୁକ ଦେଖାଇ ପ୍ରାୟ ଏକ ଲକ୍ଷ ଟଙ୍କା ନେବା ସହ ସେଠାରେ ଉପସ୍ଥିତ ଥିବା ଜଣେ ଗ୍ରାହକ ଠାରୁ ୫ହଜାର ଟଙ୍କା ଲୁଟ କରି ଆନନ୍ଦ ବଜାର ରାସ୍ତା ରୁ ଶିଆଳି ଯୋଡ଼ା ରାସ୍ତା ଦେଇ ଝାଡଖଣ୍ଡ ରାଜ୍ୟ ଅଭିମୁଖେ ଫେରାର ହେବାକୁ ଉଦ୍ୟମ କରୁଥଲେ ।ସ୍ଥାନୀୟ ଅଞ୍ଚଳ ର ଶିବଚରଣ ମୁଣ୍ଡା ଓ ମେହେତା ମହାନ୍ତ ନାମକ ଦୁଇ ଜଣ ପଛ ଆଡୁ ସେମାନଙ୍କୁ ଦୌଡ଼ାଇ ଥିଲେ ।ଏହି ସମୟରେ ଲୁଟେରା ମାନେ ଗୁଳି ଫାଇରିଙ୍ଗ ମଧ୍ୟ କରିଥିଲେ ।ତେବେ ଶିଆଳି ଯୋଡ଼ା ରାସ୍ତା ରେ କିଛି ଲୋକ ଲୁଟେରା ମାନଙ୍କୁ ଅଟକାଇ ଥିଲେ ।ଏହି ସମୟରେ ସେଠାରେ ମଧ୍ୟ ଲୁଟେରା ମାନେ ଗୁଳି ଚାଳନ। କରିବାରୁ ସ୍ଥାନୀୟ ଜଣେ ଯୁବକ କୁ ବାଜିଥିଲା ।ସ୍ଥାନୀୟ ଲୋକେ କୌଶଳ କ୍ରମେ ବାଇକ୍ ରେ ଥିବା ଜଣେ ଲୁଟେରା କୁ ଧରି ଥିବା ବେଳେ ଅନ୍ୟ ଦୁଇ ଜଣ ଲୁଟେରା ଫେରାର ହୋଇ ଯାଇଥିଲେ ।ଲୋକେ ଧରି ଥିବା ଲୁଟେରା କୁ ପ୍ରବଳ ମାଡ଼ ମାରୁଥିବା ଖବର ପାଇ ବିଲେଇ ପଦା ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଲୁଟେରା କୁ ଗିରଫ କରିବା ସହିତ ଯୋଡା ସ୍ଥିତ ଟାଟା ଷ୍ଟିଲ ଡାକ୍ତର ଖାନ। କୁ ଚିକିତ୍ସା ପାଇଁ ଭର୍ତି କର। ଯାଇଥିବା ବେଳେ ଲୁଟେରା ଙ୍କ ଗୁଳି ମାଡ଼ରେ ଆହତ ହୋଇ ଥିବା ଯୁବକ କୁ ବାସୁଦେବ ପୁର ଡାକ୍ତର ଖାନ। ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।ଘଟଣାସ୍ଥଳରେ ଯୋଡା ଆଇଆଇସି ଜୟ ନାରାୟଣ ଖଣ୍ଡେଈ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡଖଣ୍ଡ ରାଜ୍ୟ ର ସ।ହିଲ୍ ଗାଗ ରାଇ ବୋଲି ପୋଲିସ ସୂଚନା ଦେଇଛି ।ଏହି ଘଟଣାରେ ପୋଲିସ ବାଇକ୍ ନଂ ଜେଏଚ ୧୦ବି ଏକ୍ସ୍ ୨୩୬୦ କୁ ଜବତ କରିଛି।
, ଯୋଡ଼ା ରୁ ରମେଶ ଚନ୍ଦ୍ର ମହାପାତ୍ର ଙ୍କ ରିପୋର୍ଟ ସଂଘର୍ଷ ଟିଭି।