ଏସିସି ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ୨୭୭କୋଟି ଟଙ୍କାର ଖରିଫ ଋଣ
ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୨୦୨୩ ଖରିଫ ଫସଲ ପାଇଁ ସମବାୟ କୃଷିଋଣ ଲଗାଣ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଗତ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ୧୨ଟି ଶାଖାର ୧୯୧ଟି ସେବା ସମବାୟ ସମିତି ଜରିଆରେ ୬୭ହଜାର ୯୮୩ଜଣ ଚାଷୀଙ୍କୁ ୨୭୭ କୋଟି ୫୩ଲକ୍ଷ ୫୩ହଜାର ଟଙ୍କା ଋଣ ଲଗାଣ କରି ସଫଳତା ହାସଲ କରିଛି
। ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର
ସଭାପତି ମଙ୍ଗୁ ନିଧର ସାହୁ ଓ ମୁଖ୍ୟ
କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵତାଶୀ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀ ଖରିଫ୍ ଋଣ ଲଗାଣ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ପାଇଁ ବିଭିନ୍ନ ଶାଖା କାର୍ଯ୍ୟାଳୟକୁ ଘନଘନ ଗସ୍ତ କରି ସମୀକ୍ଷା ବୈଠକ କରିବା ସାଙ୍ଗକୁ ଖରିଫ୍ ଋଣ ଲଗାଣ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶାଖା ପରିଚାଳକ ଓ ସେବା ସମବାୟ ସମିତି ସ୍ତରରେ କାର୍ଯ୍ୟରତ ଥିବା ସମିତି ସମ୍ପାଦକଙ୍କୁ ସୁବିଧିତ ପରାମର୍ଶ ଦେଇଥିବା ଯୋଗୁଁ ଚଳିତ ଖରିଫ ଋତୁରେ ଏହି ପୁରାତନ ସମବାୟ ଅନୁଷ୍ଠାନ ଚାଷୀଙ୍କୁ ଋଣ ଲଗାଣ କରି ଉଲ୍ଲେଖନୀୟ ସଫଳତା ପାଇ ପାରିଥିବା ଯୋଗୁଁ ସାଧାରଣରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରୟାସ କୁ ସ୍ଵାଗତ କରିବା ଲକ୍ଷ୍ୟ କରାଯାଇଛି। ଗତ ଏପ୍ରିଲ୍ ମାସ ପହିଲାରୁ ଆରମ୍ଭ ହୋଇ ଗତ ଜୁଲାଇ
ମାସ ୩୧ ତାରିଖ ସୁଦ୍ଧା ୨୦୨୩ବର୍ଷର ଖରିଫ ରୁଣ ଲଗାଣ କାର୍ଯ୍ୟକ୍ରମରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ସଦରଶାଖା ୧୯ଟି ସେବା ସମବାୟ ସମିତି ଜରିଆରେ ୫ ହଜାର ୮ ଶବ୍ଦ
୮୩ ଜଣଙ୍କୁ ୨୦ କୋଟି ୭୨ ଲକ୍ଷ ୪୮ହଜାର ଟଙ୍କା, ଧରାକୋଟ ଶାଖାର ୧୫ସେବା ସମବାୟ ସମିତି ଜରିଆରେ ୫ ହଜାର ୭୩ ଚାଷୀଙ୍କୁ ୧୬ କୋଟି ୩୯ ଲକ୍ଷ ୫ହଜାର,ଶେରଗଡ ଶାଖାର ୧୫ ସେବା ସମବାୟ ସେବା ସମିତି ଜରିଆରେ ୪ହଜାର ୯୨୦ଜଣ ଚାଷୀଙ୍କୁ ୧୭ କୋଟି ୩୫ ଲକ୍ଷ ୧୪ ହଜାର ଟଙ୍କା, ସୋରଡା ଶାଖାର ୧୬ ସମବାୟ ସମିତି ଜରିଆରେ ୪ ହଜାର ୫୮୧ ଜଣଙ୍କୁ ୧୯ କୋଟି ୧୮ ଲକ୍ଷ ୨୦ ହଜାର ଟଙ୍କା, ବୁଗୁଡା ଶାଖାର ୧୪ ସେବା ସମବାୟ ସମିତି କରି ଆରେ ୮ହଜାର ୧୧୧ଜଣ ଚାଷୀଙ୍କୁ ୩୦କୋଟି ୩୩ ଲକ୍ଷ ୮୨ ହଜାର, ବେଳଗୁ ଶାଖର ୧୪ ସେବା ସମବାୟ ସମିତିରେ ୬ ହଜାର ୭୬୫ଜଣ ଚାଷୀଙ୍କୁ ୩.୬ କୋଟି ୧୯ ଲକ୍ଷ ୬୬ ଦଳର ଟଙ୍କା ।ଭଞ୍ଜନଗର ଶାଖାର ୧୩ ସେବା ସମବାୟ ସମିତି ଜରିଆରେ ୩ ହଜାର ୩୮୪ଜଣ ଚାଷୀଙ୍କୁ ୧୩ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କା, ଜଗନ୍ନାଥପ୍ରସାଦ ଶାଖାର ୧୮ ସେବା
ସମବାୟ ସମିତି ଜରିଆରେ ୮ ହଳାର
୨୨୦ଜଣ ଚାଷୀଙ୍କୁ ୩୬ କୋଟି ୮୧ ଲକ୍ଷ
୯୫ ହଜାର ଟଙ୍କା, ପୋଲସରା ଶାଖାର୧୬
ସେବା ସମବାୟ ସମିତି ଜରିଆରେ ୫ ହଜାର ୯୭୯ ଜଣ ଚାଷୀଙ୍କୁ ୨୪ କୋଟି ୬୯ ଲକ୍ଷ ୭ହଜାର ଟଙ୍କା, କବିସୂର୍ଯ୍ୟନଗର ଶାଖାର ୧୫ସେବା ସମବାୟ ସମିତି ଜରିଆରେ ୪ ହଜାର୧୭୮ ଜଣ ବାଷୀଙ୍କୁ ୧୫ କୋଟି ୪୪ ଲକ୍ଷ ୨୦ହଜାର ଟଙ୍କା, କୋଦଳା ଶାଖାର ୧୪ସମବାୟ ସମିତି ଜରିଆରେ ୩ ହଜାର ୨୨୯ ଜଣଙ୍କୁ ୧୩କୋଟି ୧ ଲକ୍ଷ ୭୦ ହଜାର ଟଙ୍କା, ପାଟପୁର ଶାଖାର ୨୧ ସେବା ସମବାୟ
ସମିତି ଜରିଆରେ ୭ହଜାର ୬୬୦ଜଣ ଚାଷୀଙ୍କୁ ୩୨ କୋଟି ୭୭ ଲକ୍ଷ ୪୬ହଜାର ଟଙ୍କା ଖରିଫ ରୁଣ ଦେଇଛି । ଚଳିତ ୨୦୨୩-୨୪ ଖରିଫ ଋତୁରେ ଗତ ଜୁଲାଇ ମାସ ଶେଷ ସୁଦ୍ଧା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ୬୭ ହଜାର ୯୮୩ ଜଣ ଚାଷୀଙ୍କୁ ୨୭୭ କୋଟି ୫୩ ଲକ୍ଷ ୫୩ ହଜାର ଟଙ୍କା ଖରିଫ୍ ରୁଣ ଦେଇଛି ।