ଗାଁରେ କାମ ଥାଇ ଯାଉଛନ୍ତି ଦାଦନ
କି ପ୍ରଶାସନ ଏନେଇ ଅଭିଯୋଗ ପରେ ବି ପ୍ରଶାସନ ସବୁ ଜାଣି ନ ଜାଣିବା ପରି ଚୁପ୍ ରହୁଛି । କଲେଜ ଛାତ୍ରଛାତ୍ରୀଙ୍କ
ନାମରେ ମଧ୍ୟ ଜବ କାର୍ଡ ଥିବା ଜଣାପଡ଼ିଛି।
ଆଡପଡ଼ା ପଞ୍ଚାୟତରେ ୭୮୯, ଆମ୍ବଗାଁରେ
୭୭୨, ଛଣମେରୀରେ ୧୬୫୮, ଚୁଡ଼ଙ୍ଗ
ପୁରରେ ୧୦୩୯, ଦୟାନିଧୂପୁରରେ ୭୫୩, ଡେଙ୍ଗାଡିରେ ୫୭୭, ଏରେଣ୍ଡାରେ ୯୨୪, ଗଙ୍ଗାପୁରର ୧୩୪୦, ଗୌତମୀରେ ୯୬୨, ଜିଭରରେ ୫୯୧,କଲରାପଦରରେ ୭୬୬, କଙ୍କୋରଡ଼ାରେ ୯୭୬, କଂସାମାରିରେ ୪୭୭, କଉଡ଼ିଆରେ ୭୦୨, ଖଳିଙ୍ଗିରେ ୮୬୪, ମୌଳାରଣଳାରେ ୧୧୩୭,ପଦ୍ମପୁରରେ ୮୩୨, ପାଟପୁରରେ
୫୭୬, ପଟିଗୁଡାରେ ୧୬୩.୬, ପୋଡ଼ାମାରିରେ୧୪୯୬,ରାଧାଦେଇପୁରରେ ୫୭୯,ରାମଚନ୍ଦ୍ରପୁରରେ୭୮୮,ସାହସପୁରରେ୧୦୧୫,ଏସ୍.ଗୋପାଳପୁରରେ୧୧୪୫, ସିଙ୍ଗିପୁରରେ୧୬୫୫, ଟିଗୋବିନ୍ଦପୁରରେ ୧୭ ୭୩ ଜବକାର୍ଡ ସାନଖେମୁଣ୍ଡି ୩୧/୭ (ସମିସ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ବେସିବି
ମାଧ୍ୟମରେ ପୋଖରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବ୍ଲକରେ ମହାତ୍ମାଗାନ୍ଧୀ
ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ରେ ସବୁଠୁ ଅଧିକ କାମ ହେଉଛି। ପୁଣି ସବୁଠାରୁ ବେଶି ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ଵେ କାର୍ଯ୍ୟାନୁଷ୍ଠାନ ନାହିଁ । ଗୋଟାଏ
ଘରକୁ ୨ ଥର ବିଲ୍, ପ୍ରତେକ ବର୍ଷ ଗୋଟାଏ ରାସ୍ତା ବାରମ୍ବାର ନିର୍ମାଣ କରିବା, ବୃକ୍ଷ ରୋପଣ, ଫଳକ ନ କରି ବିଲ୍ ପାସ୍ କରିବା, କାର୍ଯ୍ୟ ନ କରି ବିଲ ଆସିବା ଅଭିଯୋଗ ସତ୍ତ୍ଵେ କାର୍ଯ୍ୟାନୁଷ୍ଠାନ ହେଉ
ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢୁଛି ।ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ମେସିନ୍ । ଯୋଗେ କାମ ହେଉଥିଲେ ମଧ୍ୟ କାଗଜପତ୍ରରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦର୍ଶାଯାଉଛି।ଥିବା ବେଳେ ଜବକାର୍ଡଧାରୀ ମାନେ ଅନ୍ୟ ରାଜ୍ୟକୁ
ଯାଉଛନ୍ତି। ଏଣୁ ଜବକାର୍ଡଧାରୀଙ୍କ ନାମରେ
ସବୁଠି ଚାଲିଛି କାମ। ଏହା ସମସ୍ତେ ଜାଣିଥିଲେ ମଧ୍ୟ ରୋଜଗାର ହରାଇବା ଆଶାରେ ସମସ୍ତେ ଚୁପ୍ ବୋଲି କେତେଜଣ ଶ୍ରମିକ ଅଭିଯୋଗ କରିଛନ୍ତି। ଅନ୍ୟ କିଛି ଶ୍ରମିକଙ୍କ ମତରେ କାମ ମାଗିଲେ ମିଳେନା। କାରଣ ଏଠି ବିନା କାମରେ
ପାରିଶ୍ରମିକ ମିଳୁଛି। ଏଥିପାଇଁ ସରପଞ୍ଚଙ୍କ
ସଲାସୁତୁରା ହୋଇ ଚଳିବାକୁ ପଡ଼େ।
ଏନେଇ ଜଣେ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି କହିଛନ୍ତି ମନେରଗାରେ ଆସୁଥିବା ଅର୍ଥ ଲୁଟିଲେ କେହି ପ୍ରତିବାଦ କରନ୍ତି ନାହିଁ । ପ୍ରତି ସ୍ତରରେ ଦୁର୍ନୀତିକୁ ପ୍ରୋତ୍ସାହନ ମିଳୁଥିବାରୁ ବିଲ୍ ଅସୁବିଧା ହୋଇ ନଥାଏ। ଯଦି କେହି ଲୋକ ପ୍ରତିନିଧି କୌଣସି
ପ୍ରକାର ଅଭିଯୋଗ କରନ୍ତି ତାହାହେଲେ ସମୟ ଗଡ଼ାଇ ସବୁ କିଛି ଠିକ୍ ଚାଲିଛି ବୋଲି କୁହାଯାଏ ଏବଂ କାମ ସରିଗଲେ ମଧ୍ୟ ବିଲ୍ କରାଯାଏ ନାହିଁ ।