ନିଅଣ୍ଟିଆ ବୃଷ୍ଟିପାତ!!!
ମେଘ ଆସୁଛି ହେଲେ ଭଲ ବର୍ଷା ହେଉ ନାହିଁ । କେତେବେଳେ କେମିତି ଝିପି ଝିପି ଟିକିଏ ବର୍ଷ ଚାଲିଯାଉଛି । ଏପରି ସାମାନ୍ୟ ବର୍ଷା ଚାଷ ଜମିକୁ ଭିଜାଇଛି ସତ ହେଲେ ଜମିକୁ ଆବଶ୍ୟକ ମୁତାବକ ଜଳ ଯୋଗାଇବାରେ ଅସମର୍ଥ ରହିଛି । ତେଣୁ ୧୦ ହଜାର ହେକ୍ଟର ଜମିରେ ହୋଇ ପାରିନି ଧାନ ଚାଷ
ଆସିକା(ମନୋଜକୁମାରସାହୁ)ଆବଶ୍ୟକତା ଅନୁସାରେବର୍ଷା ନ ହେବାରୁ ଆସିକା କୃଷି ଜିଲ୍ଲାର ଆହୁରି ୧୦ ହଜାର ହେକ୍ଟର ଜମିରେ ହୋଇ ପାରିନି ଧାନ ଚାଷ । ଅନେକ ସ୍ଥାନରେ ଜମି ଫାଟି ଆଁ କରିଛି ପୁଣି କେଉଁଠାରେ ରୁଆ ଯାଇଥିବା ଧାନ ପଡିଗଲାଣି । ହେଲେ ଗତକାଲି ଠାରୁ
ଆରମ୍ଭ ହୋଇଥିବା ଝିପି ଝିପି ବର୍ଷା ଚାଷୀଙ୍କ ସାମାନ୍ୟ ଚିନ୍ତା ଦୁରକରିଛି । ଚଳିତ ବର୍ଷ ମୌସୁମିର ଲୁଚକାଳିକୁ ନେଇ ଚାଷି ମନରେ ଛନକା । ଆବଶ୍ୟକ
ମୁତାବକ ବର୍ଷା ଅଭାବରୁ ଚଳିତ ବର୍ଷର ଧାନ ଚାଷକୁ ନେଇ ଏହିପରି ଦ୍ୱନ୍ଦରେ ଏବେ ଗଞ୍ଜାମ ଜିଲ୍ଲାର ଚାଷି ।ଅଗଷ୍ଟ ମାସ ବି ଶେଷ ହେଲାଣି ହେଲେ ଏପର୍ଯ୍ୟନ୍ତ ସରିନି ଚାଷ କାମ । ସବୁ ବୃଷ୍ଟିପାତ
ଚାଷ କାମରେ ବ୍ୟାହାତ ସୃଷ୍ଟିକରିଛି । ତେଣୁ ଯେଉଁ ସବୁ ସ୍ଥାନରେ ସାମାନ୍ୟ ବର୍ଷା ପରେ ଧାନ ଗୁଆ ଯାଇଥିଲା ତାହା ବର୍ଷା ଅଭାବରୁ ଚାଷି ଜମିକୁ ଜୋତ କରି ଯେଉଁ ଧାନରୁଆ ଯାଇଥିଲା ତାହା ଏବେ ଖରାରେ ପୋଡି ଗଲାଣି । କେବଳ ଯେଉଁ ଜମି ଗୁଡିକରେ କେନାଲ ହେଉ କି ଜଳସେଚନ ର ସୁବିଧା ଅଛି ସେହି ଜମିରେ ପାଣି ଟିକିଏ ଟିକିଏ ଥିବ।ହେଲେ ବାକି ଜମି ଶୁଖୁଲା ପଡିଛି । ଏପଟେ ଜମି ପଡିଆ ପଡିଛି । ତେଣୁ ଚାଷି ଭଲ ଅସରାଏ ବର୍ଷା ଆଶାରେ ଥିବା ବେଳେ ବର୍ଷା ଅଭାବରୁ ସବୁ ଜମି ପାଟି ଆଁ କରିଲାଣି ।ସେହି ଜମି ଏବେ ବର୍ଷାରେ ଭିଜିଛି ।ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷ କି ସାମାନ୍ୟ ରହିଛି । ତଥାପି ଭଲ ବର୍ଷା ହେବା ଆଶାରେ
ଅନେକ ଗାଁରେ ଏବେ ପର୍ଯ୍ୟନ୍ତ ଜଳ ଅଭାବରୁ ଜମିରେ ଧାନ ଚାଷ ହେବ। କଥା ହେଲେ ଚାଷ କାମ ଆରମ୍ଭ ହୋଇ
ପାରିନାହିଁ ଫଳରେ ବର୍ତମାନ ସୁଧା ମାତ୍ର ୪୩୯୩ ହେକ୍ଟର ଜମିରେ ଧାନ ଚାଷ ହୋଇଛି ବାକି ଜମିରେ କୃଷିକାର୍ଯ୍ୟ ଆରମ୍ଭ ହୋଇ ପାରିନି । ସେହିପରି ଧରାକୋଟ ବ୍ଳକରେ ଚଳିତ ବର୍ଷ ୫୮୪୮ ଆଜି ଅନେକ ସ୍ଥାନରେ ଲୋକେ ଜମିରେ ତଳେ
ଉପାଡିବା ସହ ବିଜକୁ ସଜ କରୁଥିବା ଦେଖା ଯାଇଛି। ହେଲେ ବଡ ଧରଣର ବର୍ଷା ଏପର୍ଯ୍ୟନ୍ତ ହୋଇ ନାହିଁ । ଆଉ ଯଦି ଏମିତି ବର୍ଷା ହୁଏ ତେବେ ଯେଉଁ ସବୁ ଜମି ପଡିଆ ପଡ଼ିଛି ସେଟ୍ରେ ଆଉ ଧାନ ଚାଷ ହେବା ସମ୍ଭବ ହେବ ନାହିଁ। ଏପଟେ ଆସିକା କୃଷି ଜିଲ୍ଲା ଅଧିକାରିଙ୍କ ତଥ୍ୟ ଅନୁସାରେ ଆସିକା ବ୍ଲକରେ ଚଳିତ ବର୍ଷ ୭୨୧୩ ହେକ୍ଟର ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ୪୮୩୩ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେରଗତ ବ୍ଳକରେ ୬୫୨୮ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ୫୬୩୫ ହେକ୍ଟର ଜମିରେ ଧାନ ଚାଷ
ହୋଇଛି । ସୋରଡା ବ୍ଳକର ୭୦୯୯ ହେକ୍ଟର ଜମିରେ ଧାନ ଚାଷ ହେବା କଥା। ହେଲେ ବର୍ତମାନ ସୁଧା ମାତ୍ର ୫୦୧୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ତେଣୁ ଏହି ଚାରି ବ୍ଳକରେ ପାଖାପାଖୁ ୧୦ହଜାର ହେକ୍ଟର ଜମିରେ ସବୁ
ବୃଷ୍ଟିପାତ କାରଣରୁ ଚାଷ ହୋଇ ପାରି ନଥିବା କହିଛନ୍ତି ଆସିକା କୃଷିଜିଲ୍ଲା ଅଧିକାରି ।