//BREAKING//
Loading...

ଚେକ୍ ଡ୍ୟାମ୍ ନିର୍ମାଣରେ ବିଳମ୍ବବାଘୁଆରେ ବାଲିବନ୍ଧ ବାନ୍ଧିଲେ ଚାଷୀ


ଆସିକା : ୨୦ ବର୍ଷ ଧରି ବାଘୁଆ ନଦୀରେ କଳସେଚନ ର ସୁବିଧା ଲାଗି ଏକ ଚେକ୍ ଡ୍ୟାମ୍‌ ନିର୍ମାଣ ସକାଶେ ସରକାର ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଦାବି ହୋଇଆସୁଥିଲେ ମଧ୍ୟ ସୁଫଳ ନ ମିଳିବାରୁ ବହୁ ଚାଷୀ ବାଧ୍ୟ ହୋଇ ନିଜସ୍ୱ ଉଦ୍ୟମରେ ଶ୍ରମଦାନ କରି
ବାଲିବନ୍ଧ ବାନ୍ଧି ନିଜ ଜମିକୁ କେନାଲ ମାଧ୍ୟମରେ ପାଣି ନେବା ପ୍ରୟାସ
କରିଛନ୍ତି ।ଗତ ୨ ଦିନ ହେଲା ଗ୍ରାମବାସୀ
ବାଘୁଆରେ ଅସ୍ଥାୟୀ ବାଲିଘାଟ ନିର୍ମାଣ
କାମରେ ଲାଗି ପଡ଼ିଛନ୍ତି । ଆସିକା ବ୍ଲକର ଜୟପୁର ଓ ହରିଡ଼ାପଦର ପଞ୍ଚାୟତ, ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ, କବିସୂର୍ଯ୍ୟନଗର ବ୍ଲକ୍‌ର ବୋକସରା ପଞ୍ଚାୟତର ଚାଷୀ ସମାଜର କଲ୍ୟାଣ ପାଇଁ ଜମିକୁ ବାଘୁଆ ନଦୀରୁ ପାଣି ଯୋଗାଇବା ସକାଶେ ଏକ ଚେକ୍ ଡ୍ୟାମ ନିର୍ମାଣ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବୀ ହୋଇଆସୁଛି। ବ୍ରାହ୍ମଣଛାଇ ପଞ୍ଚାୟତର ବ୍ରାହ୍ମଣଛାଇ ହରିଡ଼ାପଦର ପଞ୍ଚାୟତର ମଣ୍ଟାପଡ଼ା ଓ ଗ୍ରାମର କେତେକ ଚାଷୀ ନିଜସ୍ଵ ଉଦ୍ୟମରେ ବାଘୁଆ ନଦୀରେ ଅସ୍ଥାୟୀ ବାଲିବନ୍ଧ ନିର୍ମାଣ କାମ ଆରମ୍ଭ କରିଛନ୍ତି । ବାଘୁଆ ନଦୀରେ ପ୍ରବାହିତ ଜଳକୁ ବାଲି ବନ୍ଧ ମାଧ୍ୟମରେ ଅବରୋଧ କରି ଜମିକୁ କେନାଲ ମାଧ୍ୟମରେ ପାଣି ନେବା ପାଇଁ ପ୍ରୟାସ ଜାରି ରହିଛି ।ଜଳସଂପଦ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ ତୁରନ୍ତ ଚାଷୀ
ସମାଜର ବୃହତ୍ତର ସ୍ଵାର୍ଥରକ୍ଷା ଦୃଷ୍ଟିରୁ
ବାଘୁଆରେ ଜଳସେଚନର ସୁବିଧାଲାଗି ଏକ ନ୍ୟୁୟୀ ଟେଜ୍‌ ଡ୍ୟାମ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲା ଆଖୁଚାଷୀ ସଂଘର ସାଧାରଣ ସଂପାଦକ ତଥା ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ ଦାବୀ କରିଛନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe